ନିଯୁକ୍ତି ଦାବିରେ ଜେଏସ୍‌ଡବ୍ଲ୍ୟୁ ଆଗରେ ସତ୍ୟାଗ୍ରହ

ପାରାଦୀପ,୧୬।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ବିଓଟି (ବିଲ୍ଡ ଅପରେଟ୍‌ ଟ୍ରାନ୍ସପୋର୍ଟ) ବର୍ଥ କାମ ପାଇଥିବା ଜେଏସ୍‌ଡବ୍ଲ୍ୟୁ ପାରାଦୀପ ଟର୍ମିନାଲ ପ୍ରାଇଭେଟ୍‌ ଲିମିଟେଡ୍‌ ଅଫିସ ଆଗରେ ମଙ୍ଗଳବାର ସୋବୁ (ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ ଅଫ୍‌ ବିଜୁ ପଟ୍ଟନାୟକ ୟୁନିଭର୍ସିଟି) ପକ୍ଷରୁ ଦିନିକିଆ ସତ୍ୟାଗ୍ରହ କରାଯାଇଛି। ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଏହି ସତ୍ୟାଗ୍ରହ କରାଯାଇଥିଲା। ସୋବୁ ନେତୃତ୍ୱରେ ୫୫୨ ଜଣ ଉଚ୍ଚଶିକ୍ଷିତ ବେରୋଜଗାର ଯୁବକ ଏଥିରେ ସାମିଲ ହୋଇଥିଲେ। ସେମାନେ ଦର୍ଶାଇଛନ୍ତି ଯେ, ସମ୍ପୃକ୍ତ କମ୍ପାନୀ ବାହାର ରାଜ୍ୟର ସଦସ୍ୟଙ୍କୁ ନିଯୁକ୍ତି ଦେଉଛି। ଏଥିପାଇଁ ଶିଳ୍ପ ପ୍ରଭାବିତ ସ୍ଥାନୀୟ ଯୁବତୀ ଯୁବକମାନେ ବେକାର ହୋଇ ବୁଲୁଛନ୍ତି। ଦିନତମାମ ଧାରଣା ଚାଲିବା ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଏନେଇ ସେମାନଙ୍କ ସହ ଆଲୋଚନା କରାଯାଇଥିଲା। ଏଥିରେ ଏଡିଏମ୍‌ କାହ୍ନୁଚରଣ ଧିର, ଏଏସ୍‌ପି ବିଷ୍ଣୁଚରଣ ମିଶ୍ର, ଥାନା ଅଧିକାରୀ ରଜନୀକାନ୍ତ ସାମଲ, କମ୍ପାନୀ ପ୍ରତିନିଧି ଆକାଶ ମଜୁମଦାର, ରଜତ ନାୟକ, ସୋବୁ ସଙ୍ଗଠନର କର୍ମକର୍ତ୍ତା ପ୍ରତାପ ମିଶ୍ର, ଭୁବନମୋହନ ଜେନା, ମିଟୁ ସ୍ବାଇଁ, ଶାରଦା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ପ୍ରକଳ୍ପରେ ଆଗକୁ ଯେଉଁ ନିଯୁକ୍ତି ସୃଷ୍ଟି ହେବ, ସେ ସବୁରେ ସ୍ଥାନୀୟ ଅଞ୍ଚଳର ଯୁବକ ରହିବେ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ଶିକ୍ଷକ ଅଭାବ ପାଠ ପଢ଼ାରେ ସମସ୍ୟା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଜଣ ଶିକ୍ଷକ

ରିଷିଡା, ୩/୭ (ସୁଶାନ୍ତ ମଲ୍ଲିକ): ଶିକ୍ଷକ ଅଭାବ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। କେଉଁଠି…

ଜନଗଣନା ହ୍ୟାଣ୍ଡବୁକ: ଜିଲାରେ ୨୩୭ ଅଧିକାରୀ ନେଲେ…

ଭଞ୍ଜନଗର,୩ା୭(ବାବୁଲା ପ୍ରଧାନ): ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଜନଗଣନା ଅବସରରେ ଜିଲା ଜନଗଣନା ପୁସ୍ତିକା ପ୍ରସ୍ତୁତିକୁ ସୂଚାରୁ ଓ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ…

ଡ୍ରାଇଭରଙ୍କ ରହସ୍ୟମୟ ନିଖୋଜ ଘଟଣା: ଏ ଥାନାରୁ ସେ ଥାନାକୁ ଦୌଡିଦୌଡି ବଞ୍ଚାଇ ପାରିଲେନି ସ୍ତ୍ରୀ, ଶେଷରେ…

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ଗତ ୯ ଦିନ ହେଲା  ରହସ୍ୟଜନକ ଭାବେ ନିଖୋଜ …

ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ

ଆଳି, ୩।୭ (ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା…

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri