ନିଯୁକ୍ତି ଦାବିରେ ଜେଏସ୍‌ଡବ୍ଲ୍ୟୁ ଆଗରେ ସତ୍ୟାଗ୍ରହ

ପାରାଦୀପ,୧୬।୧୦(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ୩୦ ବର୍ଷିୟା ବିଓଟି (ବିଲ୍ଡ ଅପରେଟ୍‌ ଟ୍ରାନ୍ସପୋର୍ଟ) ବର୍ଥ କାମ ପାଇଥିବା ଜେଏସ୍‌ଡବ୍ଲ୍ୟୁ ପାରାଦୀପ ଟର୍ମିନାଲ ପ୍ରାଇଭେଟ୍‌ ଲିମିଟେଡ୍‌ ଅଫିସ ଆଗରେ ମଙ୍ଗଳବାର ସୋବୁ (ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ ଅଫ୍‌ ବିଜୁ ପଟ୍ଟନାୟକ ୟୁନିଭର୍ସିଟି) ପକ୍ଷରୁ ଦିନିକିଆ ସତ୍ୟାଗ୍ରହ କରାଯାଇଛି। ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଏହି ସତ୍ୟାଗ୍ରହ କରାଯାଇଥିଲା। ସୋବୁ ନେତୃତ୍ୱରେ ୫୫୨ ଜଣ ଉଚ୍ଚଶିକ୍ଷିତ ବେରୋଜଗାର ଯୁବକ ଏଥିରେ ସାମିଲ ହୋଇଥିଲେ। ସେମାନେ ଦର୍ଶାଇଛନ୍ତି ଯେ, ସମ୍ପୃକ୍ତ କମ୍ପାନୀ ବାହାର ରାଜ୍ୟର ସଦସ୍ୟଙ୍କୁ ନିଯୁକ୍ତି ଦେଉଛି। ଏଥିପାଇଁ ଶିଳ୍ପ ପ୍ରଭାବିତ ସ୍ଥାନୀୟ ଯୁବତୀ ଯୁବକମାନେ ବେକାର ହୋଇ ବୁଲୁଛନ୍ତି। ଦିନତମାମ ଧାରଣା ଚାଲିବା ପରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଏନେଇ ସେମାନଙ୍କ ସହ ଆଲୋଚନା କରାଯାଇଥିଲା। ଏଥିରେ ଏଡିଏମ୍‌ କାହ୍ନୁଚରଣ ଧିର, ଏଏସ୍‌ପି ବିଷ୍ଣୁଚରଣ ମିଶ୍ର, ଥାନା ଅଧିକାରୀ ରଜନୀକାନ୍ତ ସାମଲ, କମ୍ପାନୀ ପ୍ରତିନିଧି ଆକାଶ ମଜୁମଦାର, ରଜତ ନାୟକ, ସୋବୁ ସଙ୍ଗଠନର କର୍ମକର୍ତ୍ତା ପ୍ରତାପ ମିଶ୍ର, ଭୁବନମୋହନ ଜେନା, ମିଟୁ ସ୍ବାଇଁ, ଶାରଦା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ପ୍ରକଳ୍ପରେ ଆଗକୁ ଯେଉଁ ନିଯୁକ୍ତି ସୃଷ୍ଟି ହେବ, ସେ ସବୁରେ ସ୍ଥାନୀୟ ଅଞ୍ଚଳର ଯୁବକ ରହିବେ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri