ନିବେଶକଙ୍କ ସମ୍ପତ୍ତିରେ ୨.୭୩ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ,୩୦-୧୦: ମଙ୍ଗଳବାର ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହେବା ସହ ନିବେଶକଙ୍କ ସମ୍ପତ୍ତିରେ ୨.୭୩ ଲକ୍ଷ କୋଟି ବୃଦ୍ଧି ଘଟିଛି। ଏହି ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ୫୮୧.୬୪ ପଏଣ୍ଟ ବଢିଥିବା ଜଣାପଡିଛି। କମ୍ପାନୀଗୁଡ଼ିକର ତ୍ରୈମାସିକ ଫଳାଫଳରେ ଉନ୍ନତି ଏବଂ ଆମେରିକା-ଚାଇନା ବାଣିଜ୍ୟ ଚୁକ୍ତି ନେଇ ରହିଥିବା ସମ୍ଭାବନା ନିବେଶକଙ୍କ ମନୋଭାବ ଉପରେ ଭଲ ପ୍ରଭାବ ପକାଇଛି। ମଙ୍ଗଳବାର ସେନସେକ୍ସ ୫୮୧.୬୪ ବଢି ୩୯,୮୩୧.୮୪ ପଏଣ୍ଟରେ କାରବାର ବନ୍ଦ ହୋଇଛି। ଦିନ ସମୟର କାରବାରରେ ସୂୂଚକାଙ୍କ ୬୬୬.୮୧ ପଏଣ୍ଟ ବଢି ୩୯,୯୧୭.୦୧ ପଏଣ୍ଟ ଛୁଇଁଥିବା ଷ୍ଟକ ବଜାର ସୂତ୍ରରୁ ସୂଚନା ରହିଛି। ଏହି ସମୟରେ ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜିକରଣ ୨.୭୩ ଲକ୍ଷ କୋଟି ଟଙ୍କା ବଢି ୧,୫୨,୦୪,୬୯୩.୩୪ କୋଟି ଟଙ୍କା ଛୁଇଁଛି। ବଡ ବଡ କର୍ପୋରେଟଗୁଡିକ ଚଳିତ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭଲ ଫଳାଫଳ ହାସଲ କରିଥିବା ବେଳେ ମିଡ ଏବଂ ସ୍ମଲ କ୍ୟାପ୍‌ରେ ଆକର୍ଷଣୀୟ ଭାଲ୍ୟୁଏଶନ ନିବେଶକଙ୍କ ସପକ୍ଷରେ ରହିଛି।
ବାଣିଜ୍ୟ ଚୁକ୍ତି ଦ୍ୱାରା ବିଶ୍ୱ ବଜାରକୁ ନେଇ ରହିଥିବା ଅନିଶ୍ଚିତତା ହ୍ରାସ ହେବାକୁ ଯାଉଥିବା ବେଳେ, ବ୍ରେକଜିଟ, ଆମେରିକା ଫେଡେରାଲ ରିଜର୍ଭର ସୁଧହାର ହ୍ରାସ ଆଶା ଭାରତ ଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକ ଉପରେ ଭଲ ପ୍ରଭାବ ପକାଇଥିବା ଜିଓଜିତ ଫାଇନାସିଆଲ ସର୍ଭିସେସ ଲିମିଟେଡର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର କହିଛନ୍ତି। ସେହିଭଳି ରେଲିଗାରେ ବ୍ରୋକିଙ୍ଗ ଲିମିଟେଡର ରିସର୍ଚ୍ଚ ଉପସଭାପତି ଅଜିତ ମିଶ୍ର କହିଛନ୍ତି ଯେ, ଅଟୋଶିଳ୍ପରେ ଉନ୍ନତି ଏବଂ ଆମେରିକା ଫେଡେରାଲ ରିଜର୍ଭର ସୁଧହାର ହ୍ରାସ ଆଶା ବଜାର ଟ୍ରେଣ୍ଡ ଉପରେ ପ୍ରଭାବ ପକାଇଥିବା ସେ କହିଛନ୍ତି। ୩୦ ଶେୟାର ବିଶିଷ୍ଟ ସେନସେକ୍ସ ମଧ୍ୟରୁ ପ୍ରାୟ ୨୬ ଭଲ କାରବାର କରିବାକୁ ସକ୍ଷମ ହୋଇଥିଲା। ସେପ୍ଟେମ୍ବର ତ୍ରୈମାସରରେ ଟାଟା ମୋଟର୍ସ ଏହାର କ୍ଷତି କମାଇବାକୁ ସକ୍ଷମ ହେବାରୁ ଏହାର ଶେୟାର କାରବାର ୧୬.୬୩% ବଢି ଘଟିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ୧୪୩୫ କମ୍ପାନୀର କାରବାର ଅତି ଭଲ ରହିଥିବା ବେଳେ ୧୦୨୯ର କାରବାର ହ୍ରାସ ଏବଂ ୨୧୩ର ସ୍ଥିତି ଅପରିବର୍ତ୍ତିତ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri