ନିବେଶକଙ୍କ କ୍ଷତି ୫.୮୨ ଲକ୍ଷ କୋଟି

ନୂଆଦିଲ୍ଲୀ,୫।୫:ସୋମବାର ଦେଶର ପୁଞ୍ଜିବଜାର କାରବାର କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୦୦୨ ପଏଣ୍ଟ ଖସିବା ଯୋଗୁ ନିବେଶକଙ୍କ ସମ୍ପତ୍ତିରେ ୫.୮୨ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଥିବା ଦେଖାଯାଇଛି। ସୂଚକାଙ୍କ ୨,୦୦୨. ୨୭ ପଏଣ୍ଟ ବା ୫.୯୪% ଖସିବା ଫଳରେ ୩୧,୭୧୫.୩୫ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଦିନ ମଧ୍ୟରେ ୩୧,୬୩୨.୦୨ ପଏଣ୍ଟ ସ୍ତରକୁ ଖସିଥିବା ନଜରକୁ ଆସିଥିଲା। ଆମେରିକା ଏବଂ ଚାଇନା ମଧ୍ୟରେ ପୁଣି ଥରେ ବାଣିଜ୍ୟ ଯୁଦ୍ଧ ଘନଉଥିବାରୁ ଏହାର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡ଼ିଛି। ଏଥିଯୋଗୁ ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ଦେଖାଯାଇଛି ବୋଲି ମୋତିଲାଲ ଓସସ୍ବାଲ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ୍‌ର ରିଟେଲ ରିସର୍ଚ୍ଚ ମୁଖ୍ୟ ସିଦ୍ଧାର୍ଥ ଖେମ୍‌କା ସୂଚନା ଦେଇଛନ୍ତି। କରୋନା ବ୍ୟାପିବା ପ୍ରସଙ୍ଗକୁ ବିଚାରକରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଚାଇନା ଉପରେ ବ୍ୟାପାର କଟକଣା ଲାଗୁ କରିବାକୁ ଯାଉଛି। ବିଶେଷକରି ଟାରିଫ ଉପରେ ଆମେରିକା ନୂଆ ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଜଣାପଡିଛି।
ଏହାବାଦ ଘରୋଇ ବଜାର ସ୍ଥିତି ମଧ୍ୟ ଶେୟାର ବଜାରକୁ ପ୍ରଭାବିତ କରିଛି। କମ୍ପାନୀଙ୍କ ତ୍ରୈମାସିକ ଲାଭ ହ୍ରାସ, ଅଟୋ କମ୍ପାନୀଙ୍କ ବିକ୍ରି ଠପ୍‌, ଲକ୍‌ଡାଉନ ଆଉ ସପ୍ତାହ ବଢ଼ିବା ଏବଂ ମାନୁଫାକ୍ଚରିଂ କାର୍ଯ୍ୟକଳାପ କମିବା ଯୋଗୁ ଏହା ନିବେଶକଙ୍କ ଉପରେ ପ୍ରଭାବ ପକାଇଛି। ଆଇସିଆଇସିଆଇ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କର ଶେୟାର କାରବାର ଏହି ସମୟରେ ସବୁଠାରୁ କ୍ଷତିଗ୍ରସ୍ତ ହୋଇଛି। ବିଏସ୍‌ଇ ଇଣ୍ଡେକ୍ସରେ ଭାରତୀ ଏୟାରଟେଲ ଏବଂ ସନ୍‌ଫାର୍ମର କାରବାର କେବଳ ଉନ୍ନତ ରହିଛି। ଫାଇନାନ୍ସ, ବ୍ୟାଙ୍କ, ମେଟାଲ, କଞ୍ଜ୍ୟୁମର ଡ୍ୟୁରେବଲ, ରିୟଲିଟି ଏବଂ ଅଟୋ ସେକ୍ଟର ଶେୟାର ୮.୨୬% କମିଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri