ନାଳ ପାରି ହେବାକୁ ଦଉଡ଼ି ଭରସା

କେନ୍ଦୁଝର, ୨୭ା୧୦ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସବୁଦନିଆ ଯାତାୟାତର ସୁବିଧା ନ ଥିବାରୁ ଲୋକେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି । ବର୍ଷା ହେଲେ ନଦୀନାଳରେ ପାଣି ବୃଦ୍ଧି ପାଇଥାଏ। ଫଳରେ ରାସ୍ତା ଓ ପୋଲ ନ ଥିବାରୁ ଲୋକ ମାନେ ଯିବାଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ସତେ ଯେପରି ପ୍ରହସନ ପାଲଟିଛି। କିଏ ବଢି ପାଣିରେ ଅସୁରକ୍ଷିତ ଅବସ୍ଥାରେ ଡଙ୍ଗାରେ ପାର ହେଉଛି ତ କିଏ ଦଉଡି ସହାୟତାରେ ନଦୀ ପାର ହୋଇ ଯିବାଆସିବା କରୁଛନ୍ତି।
ଏଭଳି ଏକ ଗ୍ରାମ ଦେଖିବାକୁ ମିଳିଛି ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳା ପଞ୍ଚାୟତର ହଳଡିହି ଗ୍ରାମ। ଏହି ଗ୍ରାମରେ କାହିଁ କେଉଁ କାଳରୁ ପାଖାପାଖି ୫୦ ପରିବାର ବସବାସ କରୁଛନ୍ତି। ଗ୍ରାମରୁ ପଞ୍ଚାୟତକୁ ସବୁଦିନିଆ ରାସ୍ତା ନ ଥିବାରୁ ବର୍ଷା ଦିନ ଆସିଲେ ଦୁଃଖ ପଡେ। ଏହି ଗ୍ରାମ ଦେଇ ବୋହିଯାଇଥିବା ଗୋଟିଏ ପାର୍ଶ୍ୱରେ ବଇଗାଁ ନଦୀ ଓ ଅନ୍ୟପାର୍ଶ୍ୱରେ ମଲଦା ନାଳ ବୋହିଯାଉଥିବାରୁ ବର୍ଷା ଦିନରେ ଏହି ନଦୀ ସେମାନଙ୍କ ପାଇଁ ଦୁଃଖ ପାଲଟେ। ଏହି ଦୁଇ ନଦୀରେ ପୋଲ ନିର୍ମାଣ ହୋଇ ନ ଥିବାରୁ ଛୋଟ ଛୋଟ ପିଲା, ରୋଗୀ ତଥା ବୃଦ୍ଧାବୃଦ୍ଧ ମାନେ ଅସୁବିଧା ଭୋଗନ୍ତି । ଏପରିକି ଆମ୍ବୁଲାନସ ବା ଅନ୍ୟ ଗାଡି ଆସିପାରେନାହିଁ । ଏଣୁ ଯାତାୟତ ପାଇଁ ବଇଙ୍ଗା ନଦୀରେ ଗ୍ରାମବାସୀ ଏକ କାଠ ପୋଲ ନିର୍ମାଣ କରି ଯିବାଆସିବା କରନ୍ତି । କିନ୍ତୁ ବର୍ଷାରେ ଏହି କାଠ ପୋଲ ଭାସିଯିବା ପରେ ଯାତାୟତ ଠପ୍‌ ହୋଇଯାଏ । ଫଳରେ ବାଧ୍ୟ ହୋଇ ଲୋକ ମାନେ ନଦୀର ଦୁଇ ପାଶ୍ୱରେ ଦଉଡି ବାନ୍ଧି ଓ ତାହାକୁ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ପାର ହୋଇଥାନ୍ତି । ଏପରିକି ପାଠ ପଢିବାକୁ ସ୍କୁଲ ଯିବା ଆସିବା କରୁଥିବା ଛାତ୍ରୀଛାତ୍ର ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଦଉଡି ଧରି ପାର ହୋଇଥାନ୍ତି। ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରି ଏକ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri