Posted inଖେଳ

ନାଡା ଅଧୀନରେ ବିସିସିଆଇ:କ୍ରୀଡ଼ାମନ୍ତ୍ରୀ ରିଜିଜୁଙ୍କ ସ୍ବାଗତ

ନୂଆଦିଲ୍ଲୀ,୧୧।୮(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ ନିଶା ନିବାରଣ ସଂସ୍ଥା (ନାଡା) ଅଧୀନକୁ ଆସିବାର ନିଷ୍ପତ୍ତିକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ସ୍ବାଗତ କରିଛନ୍ତି। ଏହା ଦ୍ୱାରା କ୍ରିକେଟ ତଥା ଅନ୍ୟ କ୍ରୀଡ଼ା ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ ହୋଇପାରିବ ବୋଲି ସେ କହିଛନ୍ତି। ଦୀର୍ଘ ଏକ ଦଶନ୍ଧି ହେବ ମନ୍ତ୍ରଣାଳୟ ବିସିସିଆଇକୁ ନାଡା ଅଧୀନକୁ ଆଣିବାକୁ ନିରନ୍ତର ପ୍ରୟାସ କରି ଆସୁଥିଲା। ଏହା ଏକ ଯୁଗାନ୍ତକାରୀ ସକାରାତ୍ମକ ପଦକ୍ଷେପ। କୌଣସି ସମସ୍ୟା ସମାଧାନ ନ ହେଉ ତାହା ଚାହେଁ ନାହିଁ। ସବୁ ପ୍ରକାର ମତପାର୍ଥକ୍ୟ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସମାଧାନ ହେଉ ବୋଲି ଚାହେଁ। କ୍ରୀଡ଼ା ପ୍ରଶାସନରେ ସ୍ବଚ୍ଛତା ଆଣିବା ମୋର ମୂଳ ଲକ୍ଷ୍ୟ। କ୍ରୀଡ଼ାର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏଭଳି ପଦକ୍ଷେପ ନେବାର ଆବଶ୍ୟକତା ଥିଲା ବୋଲି ରିଜିଜୁ କହିଛନ୍ତି।
ସ୍ବାୟତତ୍ତା ହାତରୁ ଚାଲିଯିବ ବୋଲି ବିସିସିଆଇ ନାଡା ଅଧୀନକୁ ଆସିବାକୁ ଚାହୁଁ ନ ଥିଲା। ନାଡାର ‘ହୋୟାର ଏବାଉଟ୍‌’ କ୍ଲଜ୍‌ ନେଇ କେତେକ ବରିଷ୍ଠ କ୍ରିକେଟରମାନେ ମଧ୍ୟ ଆପତ୍ତି ଉଠାଇଥିଲେ। ପ୍ରତିଯୋଗିତା ବାହାରେ ଡୋପ୍‌ ଟେଷ୍ଟର ଏହି ସର୍ତ୍ତକୁ ସେମାନେ ଗ୍ରହଣ କରିବାକୁ ରାଜି ନ ଥିଲେ। କାରଣ ଏହା ଦ୍ୱାର ପ୍ରାଇଭେସି ବା ବ୍ୟକ୍ତିଗତ ବ୍ୟାପାରରେ ବୁଝାମଣା ହେବ ବୋଲି ସେମାନେ ଭାବୁଥିଲେ। ତେବେ ଶେଷରେ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ଓ କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲନିୟା ବୈଠକରେ ବସି ଏ ନେଇ ମିଳିତ ଭାବେ ନିଷ୍ପତ୍ତି ନେଇଥିଲେ। ନିୟମ ସମସ୍ତଙ୍କ ପାଇଁ ସମାନ ଓ ଏହା ସମସ୍ତଙ୍କୁ ମାନିବାକୁ ହେବ ବୋଲି ବିସିସିଆଇକୁ କହିଥିଲି ବୋଲି ଝୁଲନିୟା କହିଛନ୍ତି। ଆଇନ ଆଗରେ ବିସିସିଆଇ ସମେତ ସବୁ ଜାତୀୟ କ୍ରୀଡ଼ା ଫେଡେରେଶନ ସମାନ। ତେଣୁ ଏଥିରେ କୌଣସି ଚୁକ୍ତିରେ ସ୍ବାକ୍ଷର କରାଯିବାର ଆବଶ୍ୟକତା ନାହିଁ। ନିୟମକାନୁନ ସମସ୍ତଙ୍କ ପାଇଁ ସମାନ ହୋଇଥିବାରୁ କୌଣସି ଏମ୍‌ଓୟୁ ବା ବୁଝାମଣା ପତ୍ରର ଆବଶ୍ୟକତା ନାହିଁ ବୋଲି ଝୁଲନିୟା ବିସିସିଆଇକୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ

ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri