Posted inରାଜ୍ୟ

ନାଉଗଁ।ରେ ବିଧାୟକଙ୍କ ପ୍ରଥମ ସୀମକ୍ଷା ବୈଠକ : ଠିକ୍‌ ତଥ୍ୟ ରଖିପାରିଲେନି ଅଧିକାରୀ

ନାଉଗଁ।,୪ା୭(ସ୍ବ.ପ୍ର.): ନାଉଗଁ। ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରଥମଥର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ କରିଛନ୍ତି। ତେବେ ବୈଠକରେ ଅଧିକାରୀମାନେ ମିଥ୍ୟା ତଥ୍ୟ ପ୍ରଦାନ କରିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ଲକର ୧୬ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଗ୍ରାମୀଣ ଗୃହ ଉନ୍ନୟନ ଯୋଜନାରେ କେତେ ଗୃହ ନିର୍ମାଣ ହୋଇଛି ତାହାର ତଥ୍ୟ ଦେବାକୁ ବିଧାୟକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କହିଥିଲେ। ସେହିପରି ୨୦୧୮-୧୯ ଆର୍ଥୀକ ବର୍ଷରେ କେତେ ରାସ୍ତା ନିର୍ମାଣ ଓ କେତେ ମରାମତି ହୋଇଛି ପଚାରିବାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ବିନୋଦ ତରାଇ ସବୁ ରାସ୍ତା ଠିକ ଥିବାବେଳେ ନାଉଗଁ।-ଡାବର ରାସ୍ତା କାଯର୍‌ୟ ଚାଲିଥିବା କହିଥିଲେ। ବାସ୍ତବରେ ଅନେକ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ବାଲି ଭଉଁରୀ -ଶିଖରଘାଟ ରାସ୍ତା ନିମ୍ନମାନର ହୋଇଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। କୋକିଡିହ-ନାଉଗଁ। ରାସ୍ତା ନିର୍ମାଣର ଅଳ୍ପଦିନ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲେ ମଧ୍ୟ ଉକ୍ତ ରାସ୍ତା ଠିକ ଥିବା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନାରାୟଣ ସାହୁ କହିଥିଲେ। ଗ୍ରାମୀଣ ଆବାସ ଯୋଜନାରେ କେତେ ଗୃହ ନିର୍ମାଣ ସରିଛି ଓ କେତେ ନିର୍ମାଣାଧୀନ ଅଛି ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ସୁମିତ୍ରା ଦାସ, ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ପ୍ରତି ପଞ୍ଚାୟତରେ କେତେ ରାସ୍ତା ନିର୍ମାଣ ହୋଇଛି ଓ କେତେ ନିର୍ମାଣାଧୀନ ଅଛି ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଜେନା, କେତେ ଶିକ୍ଷକ ପଦବୀ ଖାଲି ପଡିଛି ବ୍ଲକ ଶିକ୍ଷା ଅଧିକାରୀ ଗଣେଶ୍ୱର ସେଠୀ, କେଉଁ ପଞ୍ଚାୟତରେ ଏଲଆଇ ସେଣ୍ଟର ରହିଛି ଓ କେତେଜଣ ଚିକିତ୍ସକ ଅଛନ୍ତି ତାହା ବିଭାଗୀୟ ପଶୁ ଡାକ୍ତର ପ୍ରଭାତ କୁମାର ପଣ୍ଡା ଠିକ୍‌ ଭାବେ କହିପାରି ନ ଥିଲେ। ଦେବୀ ନଦୀରେ ନିର୍ମାଣ କରାଯାଉଥିବା ମେଗା ପାନୀୟଜଳ ପ୍ରକଳ୍ପରେ ଗଜରାଜପୁର ପଞ୍ଚାୟତକୁ ସାମିଲ କରାଯାଇଛି କି ନାହିଁ, ଉକ୍ତ ବ୍ଲକରେ କେତୋଟି ଉଚ୍ଚ ପାନୀୟଜଳ ପ୍ରକଳ୍ପ ରହିଛି ତାହାର ତଥ୍ୟ ବିଭାଗୀୟ ଯନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ଦେଇପାରି ନ ଥିଲେ। ସେହିପରି କେତେ ସ୍ବୟଂ ସହାୟିକା ଗୋଷ୍ଠୀ ଓ ବିଜୁ ଯୁବ ବାହିନୀ ରହିଛି ତାହାର ତଥ୍ୟ ପ୍ରଦାନ କରିବାକୁ ବିଧାୟକ କହିଥିଲେ। ପ୍ରତ୍ୟେକ ବର୍ଷ ୩ଥର ରିଭ୍ୟୁ ମିଟିଙ୍ଗ କରିବାକୁ ସେ ସୂଚନା ଦେଇଥିଲେ। ବୈଠକରେ ଜିଆରଏସମାନେ ଅନୁପସ୍ଥିତ ଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ବ୍ଲକ ବିଜେଡି ସଭାପତି ସୁଜିତ କୁମାର ମଲିକଙ୍କ ନେତୃତ୍ୱରେ ବିଧାୟକଙ୍କୁ କର୍ମୀମାନେ ବ୍ଲକ ପରିସରକୁ ପାଛୋଟି ନେଇଥିଲେ। ସେଠାରେ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ବିଡିଓ ରଶ୍ମିରେଖା ମଲିକ, ସିଡିପିଓ ରାସେଶ୍ୱରୀ ମହାନ୍ତି ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri