ନଭେମ୍ବରରେ ପୁଣି ପାସେଞ୍ଜର ଯାନ ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୧-୧୨: ଚଳିତ ବର୍ଷ ନଭେମ୍ବରରେ ପାସେଞ୍ଜର ଯାନ ବିକ୍ରି ପୁଣି ଥରେ ନକାରାତ୍ମକ ସ୍ଥିତିରେ ରହିଛି। ଅକ୍ଟୋବରରେ ଚାହିଦା ଉନ୍ନତ ହେବା ଯୋଗୁ ଗାଡି ବିକ୍ରି ସାମାନ୍ୟ ବଢିଥିବା ବେଳେ ଏଥିରେ ପୁଣି ଥରେ ହ୍ରାସ ହୋଇଥିବା ଜଣାପଡିଛି। ମାତ୍ର ଚାହିଦା ଖସିବା ଫଳରେ କମ୍ପାନୀଗୁଡିକର ଡିଲରଙ୍କୁ ଗାଡି ଯୋଗାଣ କମିଛି। ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍‌ଚରର୍ସ(ସିଆମ୍‌) ଡାଟା ମୁତାବକ ନଭେମ୍ବରରେ ପାସେଞ୍ଜର ଯାନ ବିକ୍ରି ୦.୮୪% ହ୍ରାସ ଘଟି ୨.୬୩ ଲକ୍ଷ ୟୁନିଟକୁ ଖସିଛି। ଏହା ଗତ ବର୍ଷ ସମାନ ସମୟରେ ୨.୬୬ ଲକ୍ଷ ୟୁନିଟ ରହିଥିଲା। ଅପରପକ୍ଷରେ ୟୁଟିଲିଟି ଯାନ ବିକ୍ରି ନଭେମ୍ବରରେ ୩୨.୭% ବୃଦ୍ଧି ଘଟି ୯୨,୭୩୯ ୟୁନିଟ ରହିଛି। ଗତ ବର୍ଷ ଏହି ସମୟରେ ୟୁଟିଲିଟି ଯାନ ବିକ୍ରି ୬୯,୮୪୪ ୟୁନିଟ ଥିଲା।
ଏହି ସମୟ ମଧ୍ୟରେ ଘରୋଇ ବଜାରରେ କାର ବିକ୍ରି ୧୦.୩୮% ହ୍ରାସ ଘଟି ୧.୬୦ ଲକ୍ଷ ୟୁନିଟ ରହିଛି। ଯାହା ଗତ ବର୍ଷ ନଭେମ୍ବରରେ ୧.୭୯ ଲକ୍ଷ ୟୁନିଟ ରହିଥିଲା। ସେହିଭଳି ଭ୍ୟାନ ବିକ୍ରି ନଭେମ୍ବରରେ ୩୪.୩୨% କମିଛି। ଏହା ଗତ ବର୍ଷ ନଭେମ୍ବରରେ ୧୬,୩୩୩ ୟୁନିଟ ଥିବା ବେଳେ ଚଳିତ ବର୍ଷ ସମାନ ସମୟରେ ୧୦,୭୨୮ ୟୁନିଟକୁ ଖସିଛି। ଏବେ ମଧ୍ୟ ପାସେଞ୍ଜର ଯାନ ବିକ୍ରି ଏକ ଚ୍ୟାଲେଞ୍ଜ ସ୍ଥିତି ଦେଇ ଗତି କରୁଥିବା ସିଆମର ମହାନିର୍ଦ୍ଦେଶକ ରାଜେଶ ମେନନ କହିଛନ୍ତି। ୟୁଟିଲିଟି ଯାନ ବର୍ଗରେ ନୂଆ ଯାନ ବଜାରକୁ ଆସିଥିବାରୁ ଅକ୍ଟୋବର ଏବଂ ନଭେମ୍ବରରେ ବିକ୍ରି ଉନ୍ନତ ରହିଛି। ପାର୍ବଣ ଏବଂ ନୂଆ ମଡେଲ ଯୋଗୁ ଅକ୍ଟୋବରରେ ପାସେଞ୍ଜର ଯାନ ବିକ୍ରି ସାମାନ୍ୟ ବଢିଥିଲା। ମାତ୍ର ସବୁ ବର୍ଗକୁ ବିଚାର କଲେ ବିକ୍ରି ଖସିଥିବା ଜଣାପଡିଛି।
ବିଏସ୍‌-୬ ଯାନ ବିକ୍ରି ବଢାଇବା ଲାଗି ସାରା ଦେଶରେ ଏହି ମାନକ ଇନ୍ଧନ ଲାଗୁ କରାଇବାକୁ ସରକାରଙ୍କ ସହ ଆଲୋଚନା ହେଉଥିବା ମେନନ କହିଛନ୍ତି। ବର୍ତ୍ତମାନ କେବଳ ନୂଆଦିଲ୍ଲୀରେ ଏହି ମାନକ ଇନ୍ଧନ ଉପଲବ୍ଧ ହେଉଛି। ଏହାକୁ ୨୦୨୦ ଏପ୍ରିଲ ପହିଲାରୁ ଲାଗୁ କରାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାବାଦ ନଭେମ୍ବରରେ ୨ ଚକିଆ ଯାନ ବିକ୍ରି ୧୪.୨୭% ଖସିଛି। ସେହିଭଳି ସ୍କୁଟର ବିକ୍ରି ୧୧.୮୩%, ବାଣିଜି୍ୟକ ଯାନ ୧୪.୮୯% ବିକ୍ରି କମିଛି। ଦୁଇ ଚକିଆ ଏବଂ ବାଣିଜି୍ୟକ ଯାନ ବିକ୍ରି ଲଗାତର ଭାବେ କମିଥିବାରୁ ଏହା ଚିନ୍ତାରକାରଣ ପାଲଟିଛି। ଗ୍ରାମାଞ୍ଚଳ ଏବଂ ଭିତ୍ତିଭୂମି କ୍ଷେତ୍ରରେ ଚାହିଦା ହ୍ରାସ ହେବା ଯୋଗୁ ଉକ୍ତ ବର୍ଗଗୁଡିକରେ ଯାନ ବିକ୍ରି ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

ଟିପିସିଓଡିଏଲ୍‌ ପକ୍ଷରୁ ଘର ଛାତରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ

ଭୁବନେଶ୍ୱର, ୩ା୮: ପିଏମ୍‌ ସୂର୍ଯ୍ୟଘର, ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri