Posted inଜାତୀୟ

ନବଜାତ ଶିଶୁ କନ୍ୟାକୁ ନାଳରେ ଫୋପାଡିଲେ ମା’ ଉଦ୍ଧାର କଲା କୁକୁର

କୌଥଲ,୧୯।୭: ହରିୟାଣାର କୌଥଲରେ ଶିଶୁ କନ୍ୟାକୁ ଅଲୋଡା ଭାବି ଜନ୍ମିତ ମା’ ଫିଙ୍ଗି ଦେଇଛନ୍ତି ନାଳ ଭିତରକୁ। ସୂଚନା ଅନୁଯାୟୀ, କୌଥାଲରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେବାର ମାତ୍ର କେଇ ଘଣ୍ଟା ପରେ ପଲିଥିନରେ ଗୁଡାଇ ନାଳରେ ଫିଙ୍ଗି ଦେଇଥିଲେ। ହେଲେ ସେଠାରେ ଥିବା ଏକ କୁକୁର ପଲିଥିନକୁ ଉପରକୁ ଟାଣି ଆଣିବା ସହ ଭୁକିବାକୁ ଆରମ୍ଭ କରିଥିଲା। କୁକୁର ପଲିଥିନ ପାଖରେ ଠିଆ ହୋଇ ଭୁକୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପଲିଥିନ ମଧ୍ୟରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ପୋଲିସ ସହାୟତାରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ଶିଶୁ କନ୍ୟାର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଡାକ୍ତର ଶିଶୁଟିର ଚିକିତ୍ସା ଜାରି ରଖିଥିବା ସୂଚନା ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ହେଲା ଗୁରୁବାର ସକାଳେ ମହିଳା ଜଣକ ଶିଶୁଟିକୁ ନାଳରେ ଫୋପାଡିବା ପରେ କୁକୁରଟି ପଲିଥିନ ବାହାରକୁ ଆଣି ଭୋକିବାକୁ ଆରମ୍ଭ କରିଥିଲା। ଏହି ସମୟରେ ସେଠାରେ ଥିବା ମୁଖତାର ନାମକ ଜଣେ ବ୍ୟକ୍ତି ଛୋଟ ପିଲାଙ୍କ କାନ୍ଦଣା ଶୁଣି ପଲିଥିନ ନିକଟକୁ ଆସି ଦେଖିବାରୁ ସେଥିରେ ନବଜାତ ଶିଶୁଟି ବନ୍ଧା ହୋଇଥିବା ଦେଖାଯାଇଥିଲା। ଏହାପରେ ମୁଖତାର ପାଖ ପଡୋଶୀଙ୍କ ସହାୟତାରେ ପୋଲିସକୁ ଖବର ଦେଇ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏ ସମସ୍ତ ଘଟଣା ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….

ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ବିଶ୍ୱଯୁଦ୍ଧ ଆରମ୍ଭ! ନେତାନ୍ୟାହୁଙ୍କ ବଡ଼ ଘୋଷଣା: ଶେଷ ହୋଇପାରେ…ସାରା ବିଶ୍ୱରେ ଭୟଙ୍କର ବାତାବରଣ

ଓ୍ବାଶିଂଟନ୍‌,୧୩।୪: ଇରାନ ଏବଂ ଆମେରିକା ମଧ୍ୟରେ ଇସଲାମାବାଦ ଆଲୋଚନା ବିଫଳ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ନୌସେନା…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri