ନକଲି ସୁନାଗହଣା ପିନ୍ଧି ରେଲଓ୍ବେ ଷ୍ଟେଶନରେ ପଇଁତରା: ଯାତ୍ରୀଙ୍କୁ ଭୁଆଁ ବୁଲାଇ କରୁଥିଲେ ଲୁଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ବେଶଭୂଷା, କଥାବାର୍ତ୍ତା ପୂରା କୋଟିପତି ଭଳି। ବେକ, ହାତ ଓ ଆଙ୍ଗୁଠିରେ ଏକାଧିକ ନକଲି ସୁନା ଗହଣାରେ ଭର୍ତ୍ତି। ଷ୍ଟେଶନରେ ପଇଁତରା ମାରି ଯାତ୍ର୍ରୀଙ୍କୁ ଭୁଆଁ ବୁଲାଇ କରୁଥିଲେ ଲୁଟ। ହେଲେ କେହି ତାଙ୍କୁ ସନ୍ଦେହ କରୁ ନ ଥିଲେ। ଶେଷରେ ଏଭଳି ହାଇଟେକ୍‌ ଦୁର୍ବୃତ୍ତଙ୍କୁ ଗିରଫ କରିଛି ଭୁବନେଶ୍ୱର ଜିଆର୍‌ପି ପୋଲିସ। ଅଭିଯୁକ୍ତ ନିକଟରୁ ପୋଲିସ ସବୁ ନକଲି ସୁନା ଗହଣା, ମୋବାଇଲ୍‌ ଓ ୪୮୫୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ପୁରୀ ଜିଲା ପିପିଲି ଥାନା ଅଞ୍ଚଳ ନାଥସାହିର ନବକିଶୋର ନାୟକ(୨୮)। ଜିଆରପି ପୋଲିସ ଦଫା ୩୮୦ରେ ନଂ. ୧୧୩/୧୯ରେ ମାମଲା ରୁଜୁ କରି ଶନିବାର ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ପୋଲିସ ସୂଚନା ମୁତାବକ, ନବକିଶୋର ଷ୍ଟେଶନ ନିକଟରେ ରହି ପ୍ଲାଟ୍‌ଫର୍ମରେ ବୁଲି ଚୋରି କରନ୍ତି। ସେ ନୂଆ ତରିକାରେ ଯାତ୍ରୀଙ୍କୁ ଲୁଟ୍‌ କରିବାକୁ ଯୋଜନା କରିଥିଲେ। ସେ ଦୋକାନରୁ ନକଲି ଗହଣା କିଣିଥିଲେ। ବେକରେ ଏକାଧିକ ଚେନ, ହାତରେ କଡ଼ା ଓ ଆଙ୍ଗଠିରେ ମୁଦି ପନ୍ଧିଥିଲେ। ଏପରିକି ଭଲ ପ୍ୟାଣ୍ଟଶାର୍ଟ ପିନ୍ଧି ଷ୍ଟେଶନରେ ବୁଲନ୍ତି। ଜଣେ ଯାତ୍ରୀଙ୍କୁ ଟାର୍ଗେଟ କରିବା ସହ ତାଙ୍କ ସହ ମିଶି ଭଲରେ କଥା ହୁଅନ୍ତି। ମୋ ଘର ବାହାରେ, ଓଡ଼ିଶାରେ ଏକ କମ୍ପାନୀ ଖୋଲିବାକୁ ଏଠାକୁ ଆସିଥିବା ଲୋକଙ୍କୁ ମିଛ କଥା କହିଥାନ୍ତି। ତାଙ୍କ କଥାବାର୍ତ୍ତା, ବେଶଭୂଷା କୋଟିପତିଙ୍କ ଭଳି ହୋଇଥିବାରୁ ଅନେକ ଯାତ୍ରୀ ତାଙ୍କ କଥାକୁ ବିଶ୍ୱାସ କରି ନେଇଥାନ୍ତି। ଏହା ମଧ୍ୟରେ ନବକିଶୋର ଯାତ୍ରୀଙ୍କ ସହ ବନ୍ଧୁତା ସ୍ଥାପନ କରିଥାନ୍ତି। ଯାତ୍ରୀଙ୍କ ଅସାବଧାନତାର ସୁଯୋଗ ନେଇ ସେ ତାଙ୍କର ସର୍ବସ୍ବ ଲୁଟି ନେଇ ଚମ୍ପଟ ମାରିଥାନ୍ତି। ଭୁବନେଶ୍ୱର ରେଳ ଷ୍ଟେଶନରେ ପ୍ଲାଟଫର୍ମ ନଂ. ୬ରେ ଶନିବାର ସକାଳେ ବିହାରର ରାମବିନିୟ ମହତ୍‌ ନାମକ ଜଣେ ଯାତ୍ରୀ ଛିଡା ହୋଇଥିଲେ। ନବକିଶୋର ତାଙ୍କ ପାଖକୁ ଯାଇ ମିଠା କଥାବାର୍ତ୍ତା ହୋଇଥିଲେ। ପରେ ରାମବିନିୟଙ୍କ ଅସାବଧାନତାର ସୁଯୋଗ ନେଇ ତାଙ୍କର ଏକ ବ୍ୟାଗ୍‌ ଚୋରି କରି ନେଇଥିଲେ। ସେଥିରେ ୬ ହଜାର ଟଙ୍କା, ମୋବାଇଲ୍‌ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିଲା। ଏ ନେଇ ରାମବିନିୟ ଜିଆରପି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ନବକିଶୋରଙ୍କୁ ଧରି ଥାନାକୁ ଆଣିଥିଲେ। ଥାନାରେ ପୋଲିସ ଆଗରେ କୋଟିପତି ଭଳି କଥାବାର୍ତ୍ତା କରି କେତେ ଟଙ୍କା ନେଲେ ମୋତେ ଛାଡି ଦେବୁ ବୋଲି ସେ କହିଥିଲେ। ମୋ ନିକଟରେ କୋଟି କୋଟି ଟଙ୍କା ମୁଁ ଏଭଳି ଏକ ବ୍ୟାଗ ଚୋରି କରିନି ବୋଲି ପୋଲିସକୁ ଚକମା ଦେବାକୁ ଚେଷ୍ଟା କରିଥିଲେ। ଶେଷରେ ପୋଲିସ ତାଙ୍କ ଆବଭାବକୁ ଲକ୍ଷ୍ୟ କରି ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri