ନଈ ପାଖ ଗାଁରେ ପିଇବା ପାଣି ଚିନ୍ତା

ବାଲେଶ୍ୱର ଅଫିସ, ୫।୬-ଚଳିତବର୍ଷ ଗ୍ରୀଷ୍ମ ପ୍ରକୋପ ଦିନକୁ ଦିନକୁ ବଢ଼ି ବଢ଼ି ଚାଲିଥିବା ବେଳେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବାଲେଶ୍ୱର ସହରଠାରୁ ମାତ୍ର ୧୫ କି.ମି. ଦୂର ବୁଢ଼ାବଳଙ୍ଗ ନଦୀକୂଳରେ ଥିବା ଗୋପୀନାଥପୁର ପଞ୍ଚାୟତର ନୂଆପୋଖରୀ, ନୁଣାସାହି, ଆଦିବାସୀ ସାହି ଓ ନଲକୁଲି ଗ୍ରାମର ୧୨ଶହରୁ ଊର୍ଦ୍ଧ୍ୱ ଲୋକ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏତେସଂଖ୍ୟକ ଲୋକଙ୍କ ପାଇଁ ୪ଟି ନଳକୂପ ଆବଶ୍ୟକତା ମେଣ୍ଟାଇପାରୁ ନାହିଁ। ଅଧିକାଂଶ ସମୟରେ ନଳକୂପ ମଧ୍ୟ ଅଚଳ ରହୁଛି। ଅଳ୍ପଦୂରରେ ନଦୀ ଥିଲେ ମଧ୍ୟ ନଦୀବନ୍ଧରେ କୌଣସି ଘାଟ ନ ଥିବାରୁ ସେଠାରୁ ପାଣି ଆଣିବା ସମ୍ଭବ ହେଉନାହିଁ। ଏପରି କି ସମୁଦ୍ର ସହିତ ଏଠାରେ ବୁଢ଼ାବଳଙ୍ଗ ନଦୀର ମିଳନ କେନ୍ଦ୍ର ହୋଇଥିବାରୁ ନଦୀ ଜଳ ଲୁଣି ରହିଥାଏ। ଲୋକମାନେ ସବୁ କାର୍ଯ୍ୟ ପାଇଁ ଏହି ନଳକୂପ ଉପରେ ନିର୍ଭର କରିଥାନ୍ତି।
ଗୋଟିଏ ଗ୍ରାମରେ ନଳକୂପ ଖରାପ ହେଲେ ପାଣି ପାଇଁ ଲୋକଙ୍କୁ ୨ କି.ମି. ଦୂର ଅନ୍ୟ ଗ୍ରାମକୁ ଯିବାକୁ ପଡ଼ିଥାଏ। ସେଠାରେ ସ୍ଥାନୀୟ ଲୋକମାନେ ପ୍ରଥମେ ବ୍ୟବହାର କରିସାରିବା ପରେ ପଡ଼ୋଶୀ ଗ୍ରାମ ବାସିନ୍ଦାଙ୍କ ପାଳି ପଡ଼ିଥାଏ। ଏପରି ବହୁତ କଷ୍ଟେମଷ୍ଟେ ଚଳିବାକୁ ପଡ଼େ ୪ଖଣ୍ଡ ଗ୍ରାମର ବାସିନ୍ଦାଙ୍କୁ। ଏହି ଅଞ୍ଚଳରେ ପାନୀୟ ଜଳ ପ୍ରକଳ୍ପ ସୁବିଧା ହୋଇପାରିନାହଁି। ବାରମ୍ବାର ପାନୀୟ ଜଳ ଅସୁବିଧା ସମ୍ପର୍କରେ ଜିଲା ପ୍ରଶାସନ ତଥା ବିଡିଓଙ୍କୁ ଜଣାଇବା ପରେ ମଧ୍ୟ କିଛି ବି ସୁଫଳ ମିଳୁନି। ଉକ୍ତ ଗ୍ରାମକୁ ଦୁଇଫେଜ୍‌ ବିଶିଷ୍ଟ ବିଦ୍ୟୁତ୍‌ ଯୋଗାଣ ହୋଇଥିବାରୁ ବ୍ୟକ୍ତିଗତ ଭାବେ ବୋରିଂ ବ୍ୟବସ୍ଥା ମଧ୍ୟ କରିବାରେ ସୁଯୋଗ ନାହଁି। କାଁ ଭାଁ ଥିବା ପୋଖରୀର ଅବସ୍ଥା ସଙ୍କଟାପନ୍ନ। ପୁନରୁଦ୍ଧାର କରିବା ପାଇଁ ପଞ୍ଚାୟତ ମଧ୍ୟ ଚେଷ୍ଟା କରୁନାହଁି। ପାଣି ପାଇଁ ନଳକୂପ ମୂଳରେ ନିତିଦିନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏନେଇ ପୂର୍ବତନ ସରପଞ୍ଚ ବୃନ୍ଦାବନ ରାଉତ କହିଛନ୍ତି ଯେ, ପଞ୍ଚାୟତରେ କାଁ ଭାଁ ଗୋଟିଏ ଦୁଇଟି ପୋଖରୀ ଅଛି। ତାହା ବ୍ୟବହାରଯୋଗ୍ୟ ନୁହେଁ। ନଳକୂପ ଉପରେ ଭରସା କରି ଅଞ୍ଚଳବାସୀ ବର୍ଷଯାକ ଚଳିଥାନ୍ତି। ଅନ୍ୟ ପଞ୍ଚାୟତରେ ପଞ୍ଚାୟତ ପାନୀୟଜଳ ପ୍ରକଳ୍ପ ଦ୍ୱାରା ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ ଏଠାରେ ପ୍ରଶାସନର ଉଦାସୀନତା କାରଣରୁ ଲୋକମାନେ ପାନୀୟ ଜଳ ପାଇଁ କଷ୍ଟ ଭୋଗୁଛନ୍ତି।
ନଲକୁଲି ଗ୍ରାମବାସୀ ଜ୍ୟୋତ୍ସ୍ନା ସାହୁ କହିଛନ୍ତି, ଗୋଟିଏ ନଳକୂପ ଉପରେ ଦୈନନ୍ଦିନ କାମଠାରୁ ବିବାହ ଉତ୍ସବ ଆଦି ପର୍ଯ୍ୟନ୍ତ ନିର୍ଭର କରିବାକୁ ପଡିଥାଏ। ନଳକୂପକୁ ଅଧିକ ବ୍ୟବହାର କଲେ ପାଣି ସହ ବାଲି ବାହାରିଥାଏ। କିଛି ସମୟ ଅପେକ୍ଷା ପରେ ପୁଣି ସ୍ବାଭାବିକ ପାଣି ବାହାରିଥାଏ। ନଳକୂପ ନିକଟରେ ବହୁତ ଭିଡ଼ ହେଉଥିବାରୁ ଠିକ୍‌ ସମୟରେ ପାଣି ନେବା ସମ୍ଭବ ହେଉନାହଁି।
ନଲକୁଲି ଗ୍ରାମବାସୀ ମିନତି ପ୍ରଧାନ କହନ୍ତି, ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦୀର୍ଘଦିନ ଧରି ସରପଞ୍ଚ, ବିଡିଓ ଏବଂ ଜିଲାପାଳଙ୍କୁ ଲିଖିତ ଜଣାଇ ଆସୁଛୁ। ଏଯାଏ କୌଣସି ସମାଧାନ ହୋଇପାରିନାହଁି। ଏହାର ସମାଧାନ ତୁରନ୍ତ ଆବଶ୍ୟକ ରହିଛି। ନ ହେଲେ ଅସନ୍ତୋଷ ଦିନେ ଆନ୍ଦୋଳନର ରୂପ ନେବ।
ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଏସଡିଓ ସମୀର ଦେ କହନ୍ତି, ଗୋପୀନାଥପୁର ପଞ୍ଚାୟତ ପାଇଁ ପୂର୍ବରୁ ଗୋଟିଏ ବସୁଧା ଯୋଜନାରେ ପାନୀୟଜଳ ପ୍ରକଳ୍ପ ହୋଇଥିଲା। କିନ୍ତୁ ତାହା ପଞ୍ଚାୟତର ସମସ୍ତ ଗ୍ରାମକୁ ଯୋଗାଇବା ସମ୍ଭବ ହୋଇପାରୁନାହଁି। ନୂଆପୋଖରୀ, ନୁଣାସାହି, ଆଦିବାସୀସାହି, ନଲକୁଲି ଅଞ୍ଚଳ ପାଇଁ ଉକ୍ତ ଯୋଜନାରେ ଆଉ ଗୋଟିଏ ପାନୀୟଜଳ ପ୍ରକଳ୍ପ ଅନୁମୋଦନ ହୋଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ନିର୍ବାଚନର ଆଚରଣ ବିଧି ଲାଗୁ ହୋଇଥିବା କାରଣରୁ କାର୍ଯ୍ୟ ସ୍ଥଗିତ ରହିଥିଲା। ବହୁଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri