ଧୁମଧାମରେ ପାଳନ ହେଲା ଇଦ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜଧାନୀରେ ଥିବା ମସ୍‌ଜିଦ୍‌ଗୁଡ଼ିକରେ ସୋମବାର ଧୁମ୍‌ଧାମ୍‌ରେ ପାଳିତ ହୋଇଛି ମୁସଲମାନ ସମ୍ପ୍ରଦାୟର ଦ୍ୱିତୀୟ ବଡ଼ ପର୍ବ ଇଦ୍‌-ଉଲ୍‌-ଜୁହା। ବର୍ଷା ସତ୍ତ୍ୱେ ଦିନତମାମ ମସ୍‌ଜିଦ୍‌ରେ ଉତ୍ସବର ପରିବେଶ ଲାଗି ରହିଥିଲା। ଆଲ୍ଲାଙ୍କ ନିକଟରେ ସମସ୍ତେ ନିଜକୁ ସମର୍ପିତ ଦେଇଥିଲେ। ଭୁବନେଶ୍ୱର ୟୁନିଟ୍‌-୪ କ୍ୟାପିଟାଲ ମସ୍‌ଜିଦ, ୟୁନିଟ୍‌-୩ ଜାମା ମସ୍‌ଜିଦ୍‌ ଏବଂ ସତ୍ୟନଗରସ୍ଥିତ ମସ୍‌ଜିଦ୍‌ ଇ ଫେମିଦାରେ ଭିଡ଼ ଜମିଥିଲା। ସକାଳ ୮ଟା ୪୫ରୁ ୧୦ଟା ମଧ୍ୟରେ ଇଦ୍‌ ନମାଜ ପାଠ କରାଯାଇଥିଲା। ଆଲ୍ଲା ହୋ ଆକବର ଶବ୍ଦରେ ସମ୍ପୂର୍ଣ୍ଣ ମସ୍‌ଜିଦ୍‌ ପ୍ରକମ୍ପିତ ହୋଇଥିଲା। ନୀତି, ନିଷ୍ଠା ଓ ଆନନ୍ଦ ଉଲ୍ଲାସର ସହ ସମସ୍ତେ ଏକାଠି ହୋଇ ତ୍ୟାଗ ଓ ସମର୍ପଣର ଏହି ପର୍ବକୁ ପାଳନ କରିଥିଲେ। ସେହିଭଳି କଟକ, ପୁରୀ, ଖୋର୍ଦ୍ଧାରେ ମଧ୍ୟ ଆନନ୍ଦଉଲ୍ଲାସରେ ଇଦ୍‌ ପାଳନ କରାଯାଇଥିଲା।
ହଜରତ ଇବ୍ରାହିମ୍‌ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ପ୍ରିୟ ପୁତ୍ର ହଜରତ ଇସ୍ମାଇଲଙ୍କୁ ସମର୍ପଣ କରିଥିବାରୁ ପ୍ରତ୍ୟେକ କିଛି ନା କିଛି ତ୍ୟାଗ କରି ଇଦ୍‌ ପାଳନ କରିଥିଲେ। ନୂଆ ବସ୍ତ୍ର ପିନ୍ଧି ମୁଣ୍ଡରେ ଟୋପି ଓ ଆଖିରେ ସୁରମା ଲଗାଇ ନମାଜ ପାଠ ପରେ ପରସ୍ପରକୁ ଇଦ୍‌ ମୁବାରକ ଜଣାଇଥିଲେ। ଧନୀ ଗରିବ, ଉଚ୍ଚ ନୀଚ ଓ ପର ଆପଣାର ଭେଦଭାବ ଭୁଲି ସମସ୍ତେ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଯାହାକି ଇଦ୍‌ର ଅନ୍ୟତମ ଆକର୍ଷଣ ଥିଲା। ମସ୍‌ଜିଦ୍‌ଗୁଡିକରେ ମୌଲବୀମାନେ ନମାଜ ପାଠ କରାଇଥିଲେ। ଏହି ଅବସରରେ ମୁସଲମାନ୍‌ ସମ୍ପ୍ରଦାୟର ଲୋକମାନେ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ଗରିବ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ଦାନ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଇଦ୍‌ ଗାହ ପରମ୍ପରା ଅନୁଯାୟୀ ଅନେକ ସ୍ଥାନରେ ଖୋଲା ପଡ଼ିଆରେ ଶ୍ରଦ୍ଧାଳୁମାନେ ସମୂହ ପ୍ରାର୍ଥନା କରିଥିଲେ। ଏହାବ୍ୟତୀତ ଘରେ ଘରେ ଇଦ୍‌ ଅବସରରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ବନ୍ଧୁ ପରିଜନ ଏକାଠି ହୋଇ ଏହି ସୁସ୍ବାଦୁ ବ୍ୟଞ୍ଜନ ସହ ଇଦ୍‌ ପାଳନ କରିଥିଲେ। ଏହାସହ ବଡ଼ମାନେ ସାନମାନଙ୍କୁ ଆଶୀର୍ବାଦ ସ୍ବରୂପ ବିଭିନ୍ନ ଉପହାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri