ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀରେ ବଢ଼ିଲା କଟକଣା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ରାଜ୍ୟର ପ୍ରଥମ କରୋନା ଭାଇରସ୍‌ ସଂକ୍ରମଣ ଜଣାପଡିବା ପରେ ସବୁଠି କଟକଣା ଲାଗୁ କରାଯାଇଛି। କେଉଁଠି ୧୪୪ ଧାରା ଲାଗୁ ହୋଇଛି ତ ଆଉ କେଉଁଠି ମଲ୍‌ରୁ ଆରମ୍ଭକରି ମନ୍ଦିର, ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀ ପର୍ଯ୍ୟନ୍ତ କଟକଣାକୁ ବଢ଼ାଇ ଦିଆଯାଇଛି। ଏପରିସ୍ଥିତିରେ ଭୟଭୀତ ନ ହୋଇ ସତର୍କ ରହି ପରିସ୍ଥିତିର ସାମ୍ନା କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ସମସ୍ତ ଜିଲା ପ୍ରଶାସନ ପକ୍ଷରୁ ସଚେତନତାମୂଳକ ପଦକ୍ଷେପକୁ ତ୍ୱରାନ୍ବିତ କରାଯାଇଛି। ଅଧିକାଂଶ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ କରିଦିଆଯିବା ସହ ବିଭିନ୍ନ ଉତ୍ସବ, ମହୋତ୍ସବ ଓ ଧାର୍ମିକ କାର୍ଯ୍ୟକୁ ବାତିଲ କରାଯାଇଛି।
କରୋନା ପାଇଁ ସର୍ବାଧିକ ପ୍ରଭାବିତ ହୋଇଛି ପୁରୀ ପର୍ଯ୍ୟଟନ ଶିଳ୍ପ। ଶ୍ରୀମନ୍ଦିରରେ ପ୍ରବେଶ ଲାଗି କଟକଣା ଜାରି କରାଯାଇଥିବାବେଳେ ପୁରୀ ଯାଉଥିବା ସମସ୍ତ ଗାଡ଼ିକୁ ପିପିଲି ଟୋଲ୍‌ଗେଟରେ ଯାଞ୍ଚ କରାଯାଉଛି। ପରିବହନ କର୍ମଚାରୀ, ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌ ଏହି ଟୋଲ୍‌ଗେଟରେ ଯାଞ୍ଚ କରୁଥିବାବେଳେ ପର୍ଯ୍ୟଟକମାନଙ୍କୁ ନେଇ ପୁରୀ ଯାଉଥିବା ଗାଡ଼ିଗୁଡ଼ିକୁ ଅଟକାଯାଉଛି। ଫଳରେ ସୋମବାର ଶତାଧିକ ଗାଡ଼ି ଟୋଲ୍‌ଗେଟ୍‌ ନିକଟରୁ ଫେରିଥିବା ଜଣାପଡିଛି। ଅନ୍ୟପକ୍ଷରେ ପୁରୀରେ ରହିଯାଇଥିବା ପର୍ଯ୍ୟଟକଙ୍କୁ ହୋଟେଲ ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କାକଟପୁର ମଙ୍ଗଳା ମନ୍ଦିରରେ ମଧ୍ୟ କରୋନା କଟକଣା ଜାରି କରାଯାଇଛି। ଶ୍ରଦ୍ଧାଳୁଙ୍କୁ ଗର୍ଭଗୃହକୁ ନ ଛାଡ଼ିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପ୍ରସିଦ୍ଧ ହରିରାଜପୁର ମେଳଣରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି। ସେହିଭଳି କରୋନାକୁ ଦୃଷ୍ଟିରେ ରଖି ଯାଜପୁର ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଜନସମାଗମକୁ ବନ୍ଦ କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବାବେଳେ ଆସନ୍ତା ୨୧ରେ ବୈତରଣୀ ନଦୀ ଦଶାଶ୍ୱମେଧ ଘାଟରେ ହେବାକୁ ଥିବା ବାରୁଣୀ ସ୍ନାନକୁ ବାତିଲ କରି ଦିଆଯାଇଛି। କେବଳ ଏତିକି ନୁହେଁ, ବରାହନାଥ ପୀଠରେ ହେବାକୁ ଥିବା ବାରୁଣୀ ଯାତ୍ରାକୁ ମଧ୍ୟ ଜିଲା ପ୍ରଶାସନ ବାତିଲ କରିଦେଇଛି। ଏଠାରେ ମଧ୍ୟ ଜିଲା ଭିତରକୁ ବାହାର ପର୍ଯ୍ୟଟକଙ୍କ ଗାଡି ପ୍ରବେଶ ନ କରାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ସମ୍ବଲପୁରରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଶପିଂ ମଲ୍‌ ଓ ଶୋରୁମ୍‌ ବନ୍ଦ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ ସମଲେଇ ମନ୍ଦିରରେ କଟକଣା ଜାରି ହୋଇଛି। ଭକ୍ତଙ୍କ ପାଇଁ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ ହୋଇଛି। କରୋନା ଲାଗି ଗଜପତି ଓ ମୟୂରଭଞ୍ଜ ଜିଲାରେ ସିନେମା ହଲ୍‌ ଓ ମେଳା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରାଉରକେଲାରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମଲଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଢେଙ୍କାନାଳ ଜିଲାରେ ୧୪୪ ଧାରା ଜାରି ହୋଇଛି। ପ୍ରସିଦ୍ଧ କପିଳାସ ଓ ବଳଦେବଜୀଉ ମନ୍ଦିର ଦର୍ଶନ ପାଇଁ କଟକଣା ଲଗାଯିବା ସହ ଶପିଂ ମଲ ଓ ଡିୟର ପାର୍କକୁ ବନ୍ଦ କରାଯାଇଛି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗଜପତି ଜିଲାର ସମସ୍ତ ମଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି କେନ୍ଦ୍ରାପଡ଼ାରେ ମଧ୍ୟ ଜିଲା ପ୍ରଶାସନ କୋଚିଂ ସେଣ୍ଟର ଓ ଶପିଂ ମଲ ବନ୍ଦ ରଖିବାକୁ ଘୋଷଣା କରିଛି।
ଏପଟେ ରାଜ୍ୟ ରାଜଧାନୀରେ କରୋନାର ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହୋଇଛି। ସହରର ସମସ୍ତ ପର୍ଯ୍ୟଟନସ୍ଥଳୀ ଖାଁ ଖାଁ ଥିବାବେଳେ ମ୍ୟୁଜିୟମ୍‌ରୁ ଆରମ୍ଭକରି ପ୍ଲାନେଟାରିୟମ୍‌ ପର୍ଯ୍ୟନ୍ତ ସବୁକିଛି ବନ୍ଦ ରହିଛି। ଧଉଳି ଶାନ୍ତିସ୍ତୂପ ସହ ଖଣ୍ଡଗିରି ଓ ଉଦୟଗିରିକୁ ମଧ୍ୟ ବନ୍ଦ କରାଯାଇଛି। ଜିଲା ପ୍ରଶାସନର ନିଷ୍ପତ୍ତିକୁ ପାଳନ ନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri