ଧାନବିଲରେ ଗାଈ ପଶିବାକୁ ନେଇ ଆକ୍ରମଣ: ୩ ଗୁରୁତର, ଥାନାରେ ମାମଲା

ଖଣ୍ଡପଡ଼ା,୧୬ା୭(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ରାଣୀପଡା ପଞ୍ଚାୟତର ଗୋପପୁର ଗ୍ରାମରେ ଧାନ ବିଲରେ ଗାଈ ପଶିବାକୁ କେନ୍ଦ୍ରକରି ରବିବାର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁକରି ସୋମବାର ଗୋଟିଏ ଗୋଷ୍ଠୀର ବାପପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଖଣ୍ଡପଡା ସବ୍‌ଜେଲକୁ ପଠାଇ ଦିଆଯାଇଛି।
ଥାନାରେ ହୋଇଥିବା ଅଭିଯୋଗ କ୍ରମେ ରାଣୀପଡା ଗ୍ରାମର ଶିବସୁନ୍ଦର ନାୟକଙ୍କ ଗୋପପୁର ଗ୍ରାମ ନିକଟରେ ଧାନ ବିଲ ରହିଛି। ରବିବାର ଗୋପପୁର ଗ୍ରାମର ସର୍ବେଶ୍ୱର ପରିଡା ଗାଈଗୋଠ ନେଉଥିବାବେଳେ କିଛି ଗାଈ ଶିବସୁନ୍ଦରଙ୍କ ଧାନ ବିଲରେ ପଶି ନଷ୍ଟ କରିଥିଲେ ା ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା ା ପରେ ସନ୍ଧ୍ୟାରେ ଶିବସୁନ୍ଦରଙ୍କ ୨ ପୁଅ ଓ ଶଳା ଗୋପପୁର ଗ୍ରାମକୁ ଯାଇ ସର୍ବେଶ୍ୱରଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ମାତ୍ର ସର୍ବେଶ୍ୱର, ତାଙ୍କ ଦାଦା ଭବାନୀ ପରିଡା, ଖୁଡ଼ୀ ଓ ମାଆ ମିଳିତ ଭାବେ ଫାର୍ସା ଓ ଟାଙ୍ଗିଆରେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଶିବସୁନ୍ଦରଙ୍କ ଦୁଇ ପୁଅ ଗଣେଶ ଓ ପ୍ରଭାତଙ୍କ ସମେତ ଶଳା ଛାଟିଆ ସାହୁ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ା ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖଣ୍ଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ା ପରେ ସେମାନଙ୍କୁ ନୟାଗଡ଼ ସ୍ଥାନାନ୍ତର କରାଯାଇଥିଲା। ଏବେ ସେଠାରେ ସେମାନେ ଚିକିତ୍ସିତ ହେଉଛନ୍ତି। ତେବେ ଶିବସୁନ୍ଦର ଏ ସମ୍ପର୍କରେ ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ୧୨୯/୧୯ରେ ଏକ ମାମଲା ରୁଜୁ କରି ସର୍ବେଶ୍ୱର ପରିଡା ଓ ତାଙ୍କ ମାଆ, ଦାଦା ଭବାନୀ ପରିଡା ଓ ଖୁଡିଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ସର୍ବେଶ୍ୱର ଓ ତାଙ୍କ ବାପା ଧ୍ରୁବ ପରିଡାଙ୍କୁ ସୋମବାର ଗିରଫ କରିଥିବା ଆଇଆଇସି ବିମଳ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….

ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…

ଭାରତରେ ମିଳିବ କି ପ୍ୟାଟରନିଟି ଲିଭ୍? ସୁପ୍ରିମକୋର୍ଟ କହିଲେ ବାପାର ଭୂମିକାକୁ…

ନୂଆଦିଲ୍ଲୀ,୧୮।୩; ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ୟାଟରନିଟି ଲିଭକୁ ସାମାଜିକ ସୁରକ୍ଷା ଲାଭ ଭାବରେ ମାନ୍ୟତା ଦେବା ପାଇଁ ଆଇନ ପ୍ରଣୟନ କରିବା ବିଷୟରେ ବିଚାର କରିବାକୁ…

ଛାଡ଼ପତ୍ର ନେବା ପାଇଁ କୋର୍ଟକୁ ଆସିଥିଲେ ସ୍ତ୍ରୀ, ରାସ୍ତା ମଝିରେ ସ୍ବାମୀଙ୍କ ମାଡ଼ରେ ହେଲେ ଲହୁଲୁହାଣ, ଆଉ ତା’ ପରେ…

ବାଲେଶ୍ୱର,୧୮ା୩(ବାଞ୍ଛାନିଧି ଦେ): ରାସ୍ତା ମଝିରେ ସ୍ତ୍ରୀଙ୍କୁ ମାରି ଲହୁଲୁହାଣ କରିଦେଇଛନ୍ତି ସ୍ବାମୀ। ବିବାହ ବିଚ୍ଛେଦ ପାଇଁ ଫ୍ୟାମିଲି କୋର୍ଟକୁ ଆସିଥିଲେ ସ୍ତ୍ରୀ। ମାତ୍ର ଘରକୁ ଯିବା ରାସ୍ତାରେ…

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ବାଘ ଗାଈକୁ ମାରି ଖାଇବା ଘଟଣା ପରେ ବନ ବିଭାଗ ଲଗାଇଲା ୪ ଟ୍ରାପ କ୍ୟାମେରା

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ ପରେ ବୁଧବାର…

କାଳବୈଶାଖୀ: ବର୍ଷା ସହ କୁଆପଥର ମାଡ଼

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଲଡୁଗାଁ, ବରାଡଙ୍ଗା, ଆମପାଣି ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri