Posted inଖେଳ

ଦ୍ୱିତୀୟ ଟି୨୦ରେ ଭାରତ ବିଜୟୀ

ରାଜକୋଟ, ୮ା୧୧-ରୋହିତ ଶର୍ମା (୮୫ରନ, ୪୩ବଲ, ୬ ଚୌକା, ୬ ଛକା) ଏବଂ ଶିଖର ଧାଓ୍ବନ (୩୧ରନ, ୨୭ ବଲ୍‌, ୪ଚୌକା)ଙ୍କ ଶତକୀୟ ଭାଗୀଦାରି ସହାୟତାରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଭାରତ ୮ ଉଇକେଟରେ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ୧୫୪ ରନର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ୧୫.୪ ଓଭରରେ ୨ ଉଇକେଟ ବିନିମୟରେ ହାସଲ କରିନେଇଥିଲା। ଅଧିନାୟକ ଶର୍ମା ଏବଂ ଧାଓ୍ବନ ପ୍ରଥମ ଉଇକେଟରେ ୧୧୮ ରନ ସଂଗ୍ରହ କରି ବିଜୟ ପଥକୁ ସହଜ କରିଦେଇଥିଲେ। ଲୋକେଶ ରାହୁଲ ଏବଂ ଶ୍ରେୟାସ ଆୟାର ଯଥାକ୍ରମେ ୮ ଓ ୨୪ ରନ କରି ଅପରାଜିତ ରହିଥିଲେ। ଆୟାର ୧୩ ବଲ୍‌ର ସାମ୍ନା କରି ୩ ଚୌକା ଓ ୧ ଛକା ଲଗାଇଥିଲେ। ବାଂଲାଦେଶ ତରଫରୁ ଅମିନୁଲ ଇସ୍‌ଲାମ ୨୯ ରନ ବିନିମୟରେ ୨ଟି ଯାକ ଉଇକେଟ ଅକ୍ତିଆର କରିଥିଲେ। ଗୁରୁବାର ଭାରତର ଏହି ବିଜୟ ଦ୍ୱାରା ଦୁଇ ଦଳ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସ୍ତରକୁ ଚାଲିଆସିଛି।
ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାର ସଦୁପଯୋଗ କରିପାରି ନ ଥିଲା। ଓପନର ଲିଟନ ଦାସ (୨୧ ବଲ୍‌ରୁ ୨୯ରନ, ୪ ଚୌକା) ଏବଂ ମହମ୍ମଦ ନଇମ (୩୧ ବଲ୍‌ରୁ ୩୬, ୫ ଚୌକା) ପ୍ରଥମ ଉଇକେଟରେ ୬୦ରନ ଯୋଗକରିଥିଲେ। ନଇମ୍‌ ଖଲିଲ ଅହମ୍ମଦ(୧/୪୪)ଙ୍କ ବୋଲିଂରେ କ୍ରମାଗତ ୩ଟି ଚୌକା ଲଗାଇଥିଲେ। ମାତ୍ର ୟୁଜବେନ୍ଦ୍ର ଚହଲ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୧୩ତମ ଓଭରରେ ଡବଲ ବ୍ରେକ୍‌ ଥ୍ରୁ ଆଣି ଭ୍ରମଣକାରୀ ଦଳକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲେ। ୪ ରନ କରି ଖେଳୁଥିବା ମୁସ୍‌ଫିକର ରହିମ ଚହଲଙ୍କ ବୋଲିଂରେ କ୍ରୁନାଲ ପାଣ୍ଡ୍ୟାଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଥିଲେ। ସୌମ୍ୟ ସରକାର(୨୦ ବଲ୍‌ରୁ ୩୦, ୨ ଚୌକା ଓ ୧ ଛକା) ଚହଲଙ୍କ ଶିକାର ହୋଇଥିଲେ। ଉଇକେଟକିପର ରିଷଭ ପନ୍ତ୍‌ ତାଙ୍କୁ ଷ୍ଟମ୍ପ କରିଦେଇଥିଲେ। ସେତେବେଳେ ବାଂଲାଦେଶ ୪ ଉଇକେଟ ବିନିମୟରେ ୧୦୩ ରନ ସଂଗ୍ରହ କରି ସଂଘର୍ଷ ଚଳାଇଥିଲା। ମାତ୍ର ଅଧିନାୟକ ମହମୁଦୁଲ୍ଲା ରିୟାଦଙ୍କ ଦ୍ରୁତ ୩୦ରନ (୨୧ବଲ୍‌) ସହାୟତାରେ ବାଂଲାଦେଶ ୧୫୦ ଅଙ୍କ ଅତିକ୍ରମ କରିଥିଲା। ସିମର ଦୀପକ ଚହର (୧/୨୫) ଏବଂ ଅଫ୍‌ ସ୍ପିନର ଓ୍ବାଶିଂଟନ ସୁନ୍ଦର(୧/୨୫) ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କ ଉପରେ ସେତେଟା ପ୍ରଭାବ ପକାଇ ପାରି ନ ଥିଲେ। ଏହି ମ୍ୟାଚ ପାଇଁ ଉଭୟ ଦଳ ସେମାନଙ୍କ ଦଳରେ କୌଣସି ପରିବର୍ତ୍ତନ କରି ନ ଥିଲେ। ରବିବାର ଦିଲ୍ଲୀଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ବାଂଲାଦେଶ ୭ ଉଇକେଟରେ ଭାରତକୁ ପରାସ୍ତ କରିଥିଲା।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ : ୨୦ ଓଭରରେ ୧୫୩/୬ (ମହମ୍ମଦ ନଇମ୍‌-୩୬, ସୌମ୍ୟ ସରକାର-୩୦, ମହମୁଦୁଲ୍ଲା-୩୦, ଲିଟନ ଦାସ-୨୯, ୟୁଜବେନ୍ଦ୍ର ଚହଲ-୨/୨୮)।
ଭାରତ: ୧୫.୪ ଓଭରରେ-୧୫୪/୨(ରୋହିତ ଶର୍ମା-୮୫, ଶିଖର ଧାଓ୍ବନ-୩୧, ଅମିନୁଲ ଇସ୍‌ଲାମ-୨/୨୯)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri