ପୁରୀ ଅଫିସ,୧୯ା୬: ସମୁଦ୍ରକୂଳ ସିପସରୁବାଲି ମୌଜାରେ ଏକ ମନ୍ଦିର କମ୍ପ୍ଲେକ୍ସ ତିଆରି କରିବା ଲାଗି ଇସ୍କନ ୨୦୧୫ରେ ପିକେଡିଏଠାରୁ ଅନୁମୋଦନ ପାଇଥିଲା। କିନ୍ତୁ ସେଠାରେ ଇସ୍କନ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବ ବୋଲି ଅଭିଯୋଗ ଉଠିବା ପରେ ବିବାଦ ଉପୁଜିଥିଲା। ଜନ ଆନ୍ଦୋଳନ ଓ ରାଜନୈତିକ ବିବାଦ ଯୋଗୁ ପ୍ରଶାସନ ଏହାକୁ ବନ୍ଦ କରି ଦେଇଥିଲା। ଅନୁମୋଦିତ ନକ୍ସାରେ ଜଗନ୍ନାଥ ମନ୍ଦିର ନ ଥିବାବେଳେ ଏହା ଇସ୍କନ କିପରି କରିବ ବୋଲି ପ୍ରଶ୍ନ କରିଥିଲା ପିକେଡିଏ। ଏମିତି କି ଇସ୍କନକୁ ନୋଟିସ୍ ମଧ୍ୟ ଜାରି କରିଥିଲା। ଏହାକୁ ବିରୋଧ କରି ଇସ୍କନ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟ ଏହାର ଶୁଣାଣି କରି ୨ମାସ ମଧ୍ୟରେ ବିଚାର ଶେଷ କରିବାକୁ ପିକେଡିଏକୁ ନିର୍ଦ୍ଦେଶ ଦେଇଥିଲେ। ଗତ ଏପ୍ରିଲ ୧୭ତାରିଖରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିର୍ବାଚନ ଯୋଗୁ ଶୁଣାଣି ଘୁଞ୍ଚାଇ ଦିଆଯାଇଥିଲା। ମଙ୍ଗଳବାର ପୁରୀ ଜିଲାପାଳଙ୍କ କୋର୍ଟରେ ଏହାର ଶୁଣାଣି ହୋଇଛି। ଏଥିରେ ପିକେଡିଏ ପକ୍ଷରୁ ଯୋଜନା ସଦସ୍ୟ ଶୁଭେନ୍ଦ୍ର କୁମାର ମିଶ୍ର, ଇସ୍କନ ପକ୍ଷରୁ ହାଇକୋର୍ଟ ଆଇନଜୀବୀ ବଂଶୀଧର ବାଗ, ଶୁଭେନ୍ଦୁ କୁମାର ଦାଶ ଏବଂ ଆପତ୍ତିକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ଦାଶ ପକ୍ଷ ରଖିଥିଲେ।
ଇସ୍କନ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା, ସେମାନେ ପ୍ରସ୍ତାବିତ ଜମିରେ କେବଳ ରାଧାକୃଷ୍ଣ ମନ୍ଦିର କରିବେ। ଜଗନ୍ନାଥ ମନ୍ଦିରର ପ୍ରସ୍ତାବ ନାହିଁ। ତେଣୁ ପିକେଡିଏ ପୂର୍ବରୁ ଯେଉଁ ଅନୁମିତ ଦେଇଥିଲା ତାହାକୁ ଭିତ୍ତିକରି ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦିଆଯାଉ। ନିର୍ମାଣ ବନ୍ଦ ଆଦେଶ ପ୍ରତ୍ୟାହାର କରାଯାଉ। ସେହିପରି ଆପତ୍ତିକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଗୃହ ନିର୍ମାଣ ଅନୁମତି ନେବା ପାଇଁ ଇସ୍କନ ଭୁଲ୍ ସତ୍ୟପାଠ ଦାଖଲ କରିଛି। ଯେଉଁ ଜାଗାରେ ମନ୍ଦିର ହେବ ତାହା ସିଆର୍ଜେଡ୍ ନକ୍ସାରେ ରହିଛି। ପିକେଡିଏ ଅନୁମତି ଦେବାର ଅଧିକାର ନାହିଁ। ଇସ୍କନର ଗୃହ ନିର୍ମାଣ ଅନୁମତିକୁ ବାତିଲ କରାଯାଉ। ସେହିପରି ପିକେଡିଏ ପକ୍ଷରୁ ମଧ୍ୟ ପକ୍ଷ ରଖାଯାଇଥିଲା। ଜିଲାପାଳ ବଲଓ୍ବନ୍ତ ସିଂ ଇସ୍କନ ଏବଂ ଆପତ୍ତିକାରୀଙ୍କୁ ସେମାନେ ଯାହା କହୁଛନ୍ତି ତାହାର କାଗଜପତ୍ର ଦାଖଲ କରିବାକୁ କହିଥିଲେ। ଏହି କାଗଜପତ୍ର ଦାଖଲ କରିବା ପରେ ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ ହେବ ବୋଲି ଜଣାପଡ଼ିିଛି ।
ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା
ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ…
ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍କ୍ତ ଗିରଫ
ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…
ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….
ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…
ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ
କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…
ମଦ ପିଇ ବସ୍ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍ ଆନାଲାଇଜର୍ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍ ସସ୍ପେଣ୍ଡ ସହ…
ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…
ଫାସଡ୍ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍ପର…
ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍ ଶୁକତେଲ ନଦୀ…
ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…
ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…
ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍ଓ ନିଲମ୍ବିତ
ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…
Archives

