Posted inଖେଳ

ଦୋହାରେ ଦୂତୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)- ଦୋହାରେ ବୁଧବାର ଶେଷ ହୋଇଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତ ଏବଂ ଓଡ଼ିଶାର ସମ୍ମାନ ରଖିଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ। ମହିଳା ୨୦୦ ମିଟର ରେସ୍‌ରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲରେ ୨୩.୨୪ ସେକେଣ୍ଡ ସମୟ ନେଇ  ସଫଳତା ପାଇଛନ୍ତି ଏହି ଓଡ଼ିଆ ଯୁବତୀ। ଚଳିତ ସିଜନରେ ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ଥିଲା। ବାହାରିନର ସାଲ୍‌ଓ୍ବା ନାସେର ୨୨.୭୪ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ପାଇଥିବାବେଳେ କାଜାଖସ୍ତାନର ଓଲ୍‌ଗା ସାଫ୍ରାନୋଭା ୨୨.୮୭ ସେକେଣ୍ଡ ସହ ରୌପ୍ୟ ପଦକ ହାସଲ କରିଛନ୍ତି। ବାହାରିନର ଇଡିଡଙ୍ଗ ଓଡିଅଙ୍ଗ ଦୂତୀଙ୍କ ସମକକ୍ଷ ୨୨.୨୪ ସେକେଣ୍ଡ ସମୟ ନେଇଥିଲେ। ମାତ୍ର ଦୂତୀଙ୍କ .୨୩୨ ସେକେଣ୍ଡ ତୁଳନାରେ ସେ .୨୩୩ ସେକେଣ୍ଡ ସମୟ ନେଇଥିବାରୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉଜବେକିସ୍ତାନର ନିଗିନା ଶାରିପୋଭା ୨୩.୨୯, ଚାଇନାର ମାନ୍‌କି ଜି ୨୩.୩୪, ଲିଙ୍ଗଓ୍ବେଇ କୋଙ୍ଗ୍‌ ୨୩.୪୨ ଓ କିର୍ଗିଜସ୍ତାନର ଆନା ବୁଲାନୋଭା ୨୩.୭୦ ସେକେଣ୍ଡ ସମୟ ନେଇ ଯଥାକ୍ରମେ ୫ମରୁ ୮ମ ସ୍ଥାନ ପାଇଥିଲେ। ପ୍ରକାଶ ଯୋଗ୍ୟ ଯେ, ୨୦୧୭ ଜୁଲାଇ ୬ରୁ ୯ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଗତ ସଂସ୍କରଣରେ ଦୂତୀ ଫାଇନାଲରେ ୨୩.୫୯ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ। କାଜାଖସ୍ତାନର ଭିକ୍ଟୋରିଆ ଜାବକିନା ୨୩.୧୦ ମିଟର ସହ ସ୍ବର୍ଣ୍ଣ, ଶ୍ରୀଲଙ୍କାର ରୁମେଶିକା ରନତ୍ାଏକେ ୨୩.୪୩ ସେକେଣ୍ଡ ସହ ରୌପ୍ୟ ଓ କାଜାଖସ୍ତାନର ଓଲ୍‌ଗା ସାଫ୍ରାନୋଭା ୨୩.୪୭ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଥିଲେ। ଏଥର କିନ୍ତୁ ଦୂତୀ ଟାଇମିଂରେ ଉନ୍ନତି ଆଣି ସଫଳ ହୋଇଛନ୍ତି ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌।

ଦୋହାରେ ଦୂତୀ ମହିଳା ୧୦୦ ମିଟର ଇଭେଣ୍ଟର ହିଟ୍‌ ଓ ସେମିଫାଇନାଲରେ ଚମକପ୍ରଦ ପ୍ରଦର୍ଶନ କରି ୨ ଥର ଜାତୀୟ ରେକର୍ଡ ଭାଙ୍ଗିଥିଲେ ହେଁ ଫାଇନାଲରେ ନୈରାଶ୍ୟନଜକ ପ୍ରଦର୍ଶନ କରି ପଦକଶୂନ୍ୟ ରହିଥିଲେ। ସେ ହିଟ୍‌ରେ ୧୧.୧୮, ସେମିଫାଇନାଲରେ ୧୧.୨୬ ସେକେଣ୍ଡ ସମୟ ନେଇଥିବାବେଳେ ଫାଇନାଲ ବେଳକୁ କିନ୍ତୁ ୧୧.୪୪ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ସେମିଫାଇନାଲ ଓ ଫାଇନାଲ ମଧ୍ୟରେ କମ୍‌ ସମୟ ରହିଥିବାରୁ ବଡି ରିକୋଭରି ହୋଇ ନ ପାରିବାରୁ ସଫଳ ହୋଇ ପାରି ନ ଥିବା ନିଜ ପ୍ରତିକ୍ରୀୟାରେ କହିଥିଲେ ଦୂତୀ। ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଭୁବନେଶ୍ୱର ଓ ଦୋହା ସଂସ୍କରଣରେ ଦୂତୀ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ପାଇଛନ୍ତି। ଭୁବନେଶ୍ୱରରେ ସେ ୧୦୦ ମିଟର(୧୧.୫୨ ସେକେଣ୍ଡ)ରେ ଏବଂ  ଦୋହାରେ ୨୦୦ ମିଟରରେ ଏହି ସଫଳତା ପାଇଛନ୍ତି।

ଯାଜପୁର ଜିଲା ଚକା ଗୋପାଳପୁରର ଝିଅ ଦୂତୀ ନିଜ ପ୍ରିୟ ଇଭେଣ୍ଟ ୧୦୦ ଓ ୨୦୦ ମିଟରରେ ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖିଛନ୍ତି। ୨୦୧୮ ଅଗଷ୍ଟ ୧୮ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଅନୁଷ୍ଠିତ ଜାକର୍ତ୍ତା ଏସିଆନ ଗେମ୍ସର ଉଭୟ ୧୦୦ ଓ ୨୦୦ ମିଟରରେ ସେ ରୌପ୍ୟ ପଦକ ଲାଭ କରିଥିଲେ। ସେଠାରେ ସେ ମହିଳା ୧୦୦ ମିଟରରେ ୧୧.୩୨ ଓ ୨୦୦ ମିଟରରେ ୨୩.୨୦ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri