ଦେଶର ୧୦ ଶ୍ରେଷ୍ଠ ଥାନା ତାଲିକାରେ ଓଡ଼ିଶାର ତରଭା: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଲା ପ୍ରମାଣପତ୍ର

ସୋନପୁର/ତରଭା,୮ା୮(ନି.ପ୍ର./ଡି.ଏନ୍‌.ଏ.): ୨୦୧୮ ସର୍ଭେ ଅନୁଯାୟୀ ଭାରତର ୧୦ ଶ୍ରେଷ୍ଠ ଥାନା ତାଲିକାରେ ସୁବର୍ଣ୍ଣପୁର ଜିଲାର ତରଭା ଥାନା ସ୍ଥାନ ପାଇଛି। ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଓ କେନ୍ଦ୍ର ଗୃହ ସଚିବଙ୍କ ଦସ୍ତଖତ ସମ୍ବଳିତ ଏକ ପ୍ରମାଣପତ୍ର ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶ ଓ ତରଭା ଆଇଆଇସି ଡୋଲାମଣି ଭୋଇଙ୍କୁ ପ୍ରଦାନ କରାଯାଇଛି। ପୋଲିସ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ବୁଧବାର ଏକ ସ୍ବତନ୍ତ୍ର ଉତ୍ସବରେ ମୋମେଣ୍ଟୋ ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଡିଜିପି ଶର୍ମା ସୁବର୍ଣ୍ଣପୁର ଏସ୍‌ପି, ତରଭା ଆଇଆଇସି ଓ ତରଭା ଥାନାର କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉତ୍ସବରେ ବରିଷ୍ଠ ପୋଲିସ ଅଧିକାରୀ ସନ୍ତୋଷ ଉପାଧ୍ୟାୟ, ବିନୟତୋଷ ମିଶ୍ର, ସଞ୍ଜୀବ୍‌ ପଣ୍ଡା, ପି.ଏସ୍‌. ରଣପିସେ, ଅସିତ ପାଣିଗ୍ରାହୀ, ସିଫେନ ଅହମ୍ମଦ, ସନ୍ଦୀପ ମଦକାର ଓ ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ, ସ୍ମାର୍ଟ ପୋଲିସିଂ, ଅପରାଧ ନିୟନ୍ତ୍ରଣ, ସାମାଜିକ କାର୍ଯ୍ୟ, ଆମ ପୋଲିସ ସମିତ କାର୍ଯ୍ୟ, ପୋଲିସର ଜନସାଧାରଣଙ୍କ ପ୍ରତି ବ୍ୟବହାର, ଅଭିଯୋଗର ସମାଧାନ ଏବଂ କ୍ରାଇମ୍‌କ୍ରିମିନାଲ ଟ୍ରାକିଂ ନେଟୱାର୍କିଂ ସିଷ୍ଟମ ଭଳି ମାପଦଣ୍ଡକୁ ନେଇ ପୂର୍ବରୁ ସର୍ଭେ ହୋଇଥିଲା। କ୍ବାଲିଟି କାଉନସିଲ ଅଫ୍‌ ଇଣ୍ଡିଆ(କ୍ୟୁସିଆଇ) ପକ୍ଷରୁ ଦେଶର ସବୁ ଥାନାରେ ଏଭଳି ସର୍ଭେ କରାଯାଇଥିଲା। ପୋଲିସର କାର୍ଯ୍ୟ ସମ୍ପର୍କରେ ସାଧାରଣ ଲୋକ, ମହିଳା, ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ମତ ନିଆ ଯାଇଥିଲା। ଏହି ସମୟରେ ସୁରୁବାବୁ ଛତ୍ରିଆ ତରଭା ଥାନାର ଅଧିକାରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri