ଦେଢ଼ମାସରେ ୨୦.୩% କମିଛି ବର୍ଷା ପରିମାଣ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ରାଜ୍ୟରେ ଏପର୍ଯ୍ୟନ୍ତ ସ୍ବାଭାବିକ ବର୍ଷା ହୋଇନାହିଁ। ଚଳିତବର୍ଷ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲା। ଜୁଲାଇ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ପ୍ରବଳ ବର୍ଷା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏପର୍ଯ୍ୟନ୍ତ ବର୍ଷାର ଦେଖା ନାହିଁ। ଗୋଟିଏ ଦିନ ବର୍ଷା ହୋଇଗଲେ ଆଉ ୩-୪ଦିନ ବର୍ଷା ହେଉନାହିଁ। ଜୁନ୍‌ ମାସରେ ୨୧୬.୫ ମିମି ବର୍ଷା ହେବା କଥା। ମାତ୍ର ୧୪୮.୩ ମିମି ବର୍ଷା ହୋଇଥିଲା। ତେବେ ଜୁଲାଇ ମାସରେ କିଛି ମାତ୍ରାରେ ଏହି ନିଅଣ୍ଟିଆ ବର୍ଷା ପରିମାଣ ପୂରଣ ହୋଇଯିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଜୁଲାଇ ମାସ ଦ୍ୱିତୀୟ ସପ୍ତାହ ବିତିଯାଇଥିଲେ ମଧ୍ୟ କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇଛି। ଜୁନ୍‌ ମାସରେ ୩୧ପ୍ରତିଶତ କମ୍‌ ବର୍ଷା ହୋଇଥିବାବେଳେ ଜୁଲାଇ ୧ରୁ ୧୩ତାରିଖ ମଧ୍ୟରେ ୩% ବର୍ଷା ପରିମାଣ କମିଛି। ଜୁନ୍‌ ୧ରୁ ଜୁଲାଇ ୧୩ତାରିଖ ମଧ୍ୟରେ ବର୍ଷାର ପରିମାଣ ୨୦.୩% କମ୍‌ ରହିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୩୫୯ମିମି ବର୍ଷା ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୨୮୬.୧ ମିମି ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ଯଦି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ନ ହୁଏ, ତେବେ ନିଅଣ୍ଟିଆ ବର୍ଷା ପରିମାଣ ବଢ଼ିଯିବ। ଆସନ୍ତା ମାସକୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଅନ୍ୟପଟେ ରବିବାର କେବଳ ମାଲକାନଗିରିରେ ୧.୬ ପ୍ରତିଶତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସୋମବାର ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ନବରଙ୍ଗପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବଲାଙ୍ଗୀର, ସୋନପୁର, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, କେନ୍ଦୁଝରରେ କାଳବୈଶାଖୀ ସହ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସେହିପରି ଆସନ୍ତା ୧୭ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ପୂର୍ବାନୁମାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri