ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତ୍ୱରିତ୍‌ ଚିକିତ୍ସା ପ୍ରସଙ୍ଗ: ୬ ହସ୍ପିଟାଲ ସହ ପୋଲିସ କମିଶନରଙ୍କ ଆଲୋଚନା

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବିଳମ୍ବ ଯୋଗୁ ଅନେକ ସମୟରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି। କିପରି ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ସହ ଚିକିତ୍ସା ଆରମ୍ଭ ହେବ ସେଥିପାଇଁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏମ୍‌ସ, ଆମ୍ରି, କେୟାର, ହାଇଟେକ୍‌, ଅଶ୍ୱିନୀ ଓ ଉତ୍କଳ ହସ୍ପିଟାଲ ଟ୍ରୋମାକେୟାର ସ୍ପେଶାଲିଷ୍ଟଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଏନେଇ ବୈଠକ ବସିଥିଲା। ଦୁର୍ଘଟଣା ସମ୍ପର୍କରେ କିପରି ସୂଚନା ମିଳିବ ଓ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ପହଞ୍ଚାଇବା ସହ ଚିକିତ୍ସା ଆରମ୍ଭ କରିବା ପର୍ଯ୍ୟନ୍ତ ପୂରା ପ୍ରକ୍ରିୟା ଉପରେ କେତେକ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ କାର୍ଯ୍ୟ କରିବ। ସେଥିରେ ନିକଟସ୍ଥ ହସ୍ପିଟାଲ, ଚିକିତ୍ସା ସେବା, ଦୂରତା ଆଦି ଜଣାପଡିବ। ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଆମ୍ବୁଲାନ୍ସ ଓ ପିସିଆର ଭ୍ୟାନ୍‌ ରହିବ। ସେଥିରେ ଜିପିଏସ୍‌ ବ୍ୟବସ୍ଥା ରହିବ। ଏହାଦ୍ୱାରା ପୋଲିସ କିମ୍ବା ଆମ୍ବୁଲାନ୍ସ କଣ୍ଟ୍ରୋଲରୁମ୍‌ ସହ ଯୋଗାଯୋଗ ସହଜ ହେବ। କଣ୍ଟ୍ରୋଲ ରୁମ୍‌ କିମ୍ବା ଅନ୍ୟ କୌଣସି ସୂତ୍ରରୁ ଖବର ପାଇବାମାତ୍ରେ ତୁରନ୍ତ ଦୁର୍ଘଟଣାସ୍ଥଳରେ ଗାଡ଼ି ପହଞ୍ଚତ୍ବ। ଏଥିରେ ଥିବା କର୍ମଚାରୀ ହ୍ବାଟ୍ସଆପ୍‌ରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଫଟୋ ଓ ଲୋକେଶନ ଭିଡିଓ କରି ଟ୍ରୋମାକେୟାର ସ୍ପେଶାଲିଷ୍ଟ(ଡାକ୍ତର)ଙ୍କ ନିକଟକୁ ପଠାଇବେ। ତାଙ୍କ ପରାମର୍ଶ ଅନୁସାରେ ଆମ୍ବୁଲାନ୍ସ ବା ପିସିଆର୍‌ କର୍ମଚାରୀମାନେ ଆହତଙ୍କ ପ୍ରାଥମିକ ଚିକିତ୍ସା କରିବା ସହ ସ୍ବାସ୍ଥ୍ୟାବସ୍ଥା ଅନୁସାରେ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରିବେ। ଆହତଙ୍କୁ ପ୍ରାଥମିକ ଚିକିତ୍ସା ଓ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ସେମାନଙ୍କୁ ଟ୍ରେନିଂ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ରାଜଧାନୀର ଟ୍ରାଫିକ ସମସ୍ୟା ଓ ଭିଡ଼କୁ ଦୃଷ୍ଟିରେ ରଖି ବାଇକ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ କରିବା ପାଇଁ ଆଲୋଚନା ହୋଇଥିଲା। ଘରୋଇ ହସ୍ପିଟାଲ ଆମ୍ବୁଲାନ୍ସ ଏବଂ ୧୦୮ ଆମ୍ବୁଲାନ୍ସ ପାଇଁ ଗୋଟିଏ ଫୋନ୍‌ ନମ୍ବର କାର୍ଯ୍ୟକାରୀ ହୋଇଛି। ଲୋକେ ଉକ୍ତ ନମ୍ବରରେ କଲ୍‌ କରି ସହଯୋଗ ନେଇପାରିବେ। ଆହତଙ୍କ ଚିକିତ୍ସା ଖର୍ଚ୍ଚ ଅଶ୍ୱିନୀ, ଆପୋଲୋ, କେୟାର ଓ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ କରୁଥିବାବେଳେ ସରକାର ତାହାକୁ ବହନ କରିବେ ବୋଲି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅନୁସାରେ ଆହତଙ୍କୁ ଠିକ୍‌ ଚିକିତ୍ସା କରାଯାଉଛି କି ନାହିଁ ସେନେଇ ପୋଲିସ କମିଶନର ଷଡ଼ଙ୍ଗୀ ଆଲୋଚନା କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri