ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତ୍ୱରିତ୍‌ ଚିକିତ୍ସା ପ୍ରସଙ୍ଗ: ୬ ହସ୍ପିଟାଲ ସହ ପୋଲିସ କମିଶନରଙ୍କ ଆଲୋଚନା

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବିଳମ୍ବ ଯୋଗୁ ଅନେକ ସମୟରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି। କିପରି ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ସହ ଚିକିତ୍ସା ଆରମ୍ଭ ହେବ ସେଥିପାଇଁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏମ୍‌ସ, ଆମ୍ରି, କେୟାର, ହାଇଟେକ୍‌, ଅଶ୍ୱିନୀ ଓ ଉତ୍କଳ ହସ୍ପିଟାଲ ଟ୍ରୋମାକେୟାର ସ୍ପେଶାଲିଷ୍ଟଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଏନେଇ ବୈଠକ ବସିଥିଲା। ଦୁର୍ଘଟଣା ସମ୍ପର୍କରେ କିପରି ସୂଚନା ମିଳିବ ଓ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ପହଞ୍ଚାଇବା ସହ ଚିକିତ୍ସା ଆରମ୍ଭ କରିବା ପର୍ଯ୍ୟନ୍ତ ପୂରା ପ୍ରକ୍ରିୟା ଉପରେ କେତେକ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ କାର୍ଯ୍ୟ କରିବ। ସେଥିରେ ନିକଟସ୍ଥ ହସ୍ପିଟାଲ, ଚିକିତ୍ସା ସେବା, ଦୂରତା ଆଦି ଜଣାପଡିବ। ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଆମ୍ବୁଲାନ୍ସ ଓ ପିସିଆର ଭ୍ୟାନ୍‌ ରହିବ। ସେଥିରେ ଜିପିଏସ୍‌ ବ୍ୟବସ୍ଥା ରହିବ। ଏହାଦ୍ୱାରା ପୋଲିସ କିମ୍ବା ଆମ୍ବୁଲାନ୍ସ କଣ୍ଟ୍ରୋଲରୁମ୍‌ ସହ ଯୋଗାଯୋଗ ସହଜ ହେବ। କଣ୍ଟ୍ରୋଲ ରୁମ୍‌ କିମ୍ବା ଅନ୍ୟ କୌଣସି ସୂତ୍ରରୁ ଖବର ପାଇବାମାତ୍ରେ ତୁରନ୍ତ ଦୁର୍ଘଟଣାସ୍ଥଳରେ ଗାଡ଼ି ପହଞ୍ଚତ୍ବ। ଏଥିରେ ଥିବା କର୍ମଚାରୀ ହ୍ବାଟ୍ସଆପ୍‌ରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଫଟୋ ଓ ଲୋକେଶନ ଭିଡିଓ କରି ଟ୍ରୋମାକେୟାର ସ୍ପେଶାଲିଷ୍ଟ(ଡାକ୍ତର)ଙ୍କ ନିକଟକୁ ପଠାଇବେ। ତାଙ୍କ ପରାମର୍ଶ ଅନୁସାରେ ଆମ୍ବୁଲାନ୍ସ ବା ପିସିଆର୍‌ କର୍ମଚାରୀମାନେ ଆହତଙ୍କ ପ୍ରାଥମିକ ଚିକିତ୍ସା କରିବା ସହ ସ୍ବାସ୍ଥ୍ୟାବସ୍ଥା ଅନୁସାରେ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରିବେ। ଆହତଙ୍କୁ ପ୍ରାଥମିକ ଚିକିତ୍ସା ଓ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ସେମାନଙ୍କୁ ଟ୍ରେନିଂ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ରାଜଧାନୀର ଟ୍ରାଫିକ ସମସ୍ୟା ଓ ଭିଡ଼କୁ ଦୃଷ୍ଟିରେ ରଖି ବାଇକ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ କରିବା ପାଇଁ ଆଲୋଚନା ହୋଇଥିଲା। ଘରୋଇ ହସ୍ପିଟାଲ ଆମ୍ବୁଲାନ୍ସ ଏବଂ ୧୦୮ ଆମ୍ବୁଲାନ୍ସ ପାଇଁ ଗୋଟିଏ ଫୋନ୍‌ ନମ୍ବର କାର୍ଯ୍ୟକାରୀ ହୋଇଛି। ଲୋକେ ଉକ୍ତ ନମ୍ବରରେ କଲ୍‌ କରି ସହଯୋଗ ନେଇପାରିବେ। ଆହତଙ୍କ ଚିକିତ୍ସା ଖର୍ଚ୍ଚ ଅଶ୍ୱିନୀ, ଆପୋଲୋ, କେୟାର ଓ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ କରୁଥିବାବେଳେ ସରକାର ତାହାକୁ ବହନ କରିବେ ବୋଲି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅନୁସାରେ ଆହତଙ୍କୁ ଠିକ୍‌ ଚିକିତ୍ସା କରାଯାଉଛି କି ନାହିଁ ସେନେଇ ପୋଲିସ କମିଶନର ଷଡ଼ଙ୍ଗୀ ଆଲୋଚନା କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଁ ନ ନେଇ ଟାର୍ଗେଟ କଲେ ଧର୍ମେନ୍ଦ୍ର, କହିଲେ ନେତୃତ୍ୱ ନେବାକୁ ନବୀନବାବୁ…

ଭୁବନେଶ୍ୱର,୩।୫: ଖବରଦାତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରେସମିଟ୍‌ରେ ନାଁ ନ ନେଇ ସେ ନବୀନ ସରକାରଙ୍କୁ ଜବାବ...

ଏତେ କୋଟି ଟଙ୍କାର ମାଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେଲେ ସ୍ତ୍ରୀଙ୍କ ଆୟ…

ଭୁବନେଶ୍ୱର,୩।୫: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ମଇଦାନରେ ପ୍ରଚାର ଜୋରଦାର କଲେଣି ନେତା।ଏହାରି ଭିତରେ ନାମାଙ୍କନ ଦାଖଲ ମଧ୍ୟ ଚାଲିଛି। ନାମାଙ୍କନ ଦାଖଲବେଳେ ନେତାଏ ତାଙ୍କ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଭୁବନେଶ୍ୱର,୩।୫: ବଲାଙ୍ଗିର ଜିଲା ଖର୍ଲିକାନୀ ଗାଁର ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଶୁକ୍ରବାର ସକାଳେ ଖର୍ଲିକାନ ଗାଁର ରାସ୍ତା କଡରେ ଛୁଆ କାନ୍ଦିବାର ଶୁଣାଯାଇଥିଲା।...

ଶେଷ ଦୁଇ ପର୍ଯ୍ୟାୟ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର,୩।୫: ଆସନ୍ତା ସାଧାରଣ ନିର୍ବାଚନର ଶେଷ ଦୁଇ ପର୍ଯ୍ୟାୟ ପାଇଁ ଶୁକ୍ରବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଦଳର ସଭାପତି...

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀରେ ୪୦ ଡେଇଁଲା ତାତି

ଭୁବନେଶ୍ୱର,୩।୫: ୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀ ଭୁବନେଶ୍ୱରରେ ତାତି ୪୦ ଡିଗ୍ରୀ ଡେଇଁଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri