ଦୁର୍ଘଟଣା ରୋକିବା ପାଇଁ ନୂଆ ପ୍ରୟାସ, ଜାତୀୟ ରାଜପଥ କଡ଼ରେ ଲୋକଙ୍କ ପୂଜାର୍ଚ୍ଚନା

ବ୍ରହ୍ମପୁର ଅଫିସ,୩୧ା୧- ସଡକ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବା ପାଇଁ ସରକାର ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ଏପରିକି ଦ୍ରୁତ ଗାଡି ଚାଳକଙ୍କୁ ସାବାଡ଼ କରିବା ପାଇଁ ଟ୍ରାଫିକ ନିୟମକୁ କଡାକଡି କରାଯାଇଛି। ଏହା ସତ୍ତ୍ବେ ମଧ୍ୟ ସଡକ ଦୁର୍ଘଟଣାରେ ଲୋକଙ୍କ ଧନଜୀବନ ଚାଲିଯାଉଛି। ଗତ ୨୫ ତାରିଖ ମଧ୍ୟରେ ବ୍ରହ୍ମପୁର ଦେଇ ଯାଇଥିବା ଜାତୀୟ ରାଜପଥ ନଂ.୧୬ ହଳଦିଆପଦର ଓଭରବ୍ରିଜ ଏଣ୍ଟ୍ରି ପଏଣ୍ଟଠାରୁ ଲାଞ୍ଜିପଲ୍ଲୀ ଓଭରବ୍ରିଜ ଏଣ୍ଟ୍ରି ପଏଣ୍ଟ ମଧ୍ୟରେ ୨ ମହିଳା ଓ ୪ ଜଣ ଯୁବକଙ୍କ ଜୀବନ ଦୁର୍ଘଟଣାରେ ଯାଇଛି। ସେହି ଜାତୀୟ ରାଜପଥ ଏବେ ଭଗବାନ ଭରସା ବୋଲି ଲୋକେ କହୁଛନ୍ତି। ଏହି ଆଶା ନେଇ ହଳଦିଆପଦର ଓ ଆଖପାଖ ଅଞ୍ଚଳର କେତେକ ଧର୍ମୀୟ ବିଶ୍ୱାସ ଲୋକ, ଜାତୀୟ ରାଜପଥ ଦେଇ ପ୍ରାତଃ ଭ୍ରମଣ କରୁଥିବା ଅବସରପ୍ରାପ୍ତ ଓ ବରିଷ୍ଠ ନାଗରିକ ଏଠାରେ ଘଟୁଥିବା ଦୁର୍ଘଟଣା ରୋକିବାକୁ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି। ସେମାନେ ବୁଧବାର ଓଭରବ୍ରିଜ ନିକଟରେ ମା’ଦୁର୍ଗାଙ୍କ ଫଟୋ ରଖି ପୂଜାର୍ଚ୍ଚନା କରିଥିଲେ। ଏପରିକି ଏଠାରେ ଆଉ ଦୁର୍ଘଟଣା ନ ଘଟିବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଅଚ୍ୟୁତାନନ୍ଦ ପାଣିଗ୍ରାହୀ, ପ୍ରବୀଣ ରାଓ, ବାଳକୃଷ୍ଣ ସାହୁ, ରାଧାକାନ୍ତ ଶତପଥୀଙ୍କ ସମେତ କେତେକ ଯୁବକ ଏହି ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, ଗତ ୩ ତାରିଖରେ ହଳଦିଆପଦର ଓଭିରବ୍ରିଜ ପଏଣ୍ଟରେ ଟ୍ରକ୍‌ ଧକ୍କାରେ ରୀତା କୁମାରୀ ହୋତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ମହେନ୍ଦ୍ର ହୋତା ଗୁରୁତର ହୋଇଥିଲେ। ସେହିପରି ୯ ତାରିଖରେ ଖଜୁରିଆ ବାଇପାସ୍‌ରେ ମଧ୍ୟ ଟ୍ରକ ଧକ୍କାରେ ପପୁନ ପାଢ଼ୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ହୋଇଥିବା ତାଙ୍କ ସାଙ୍ଗ ପ୍ରଶାନ୍ତ ସାହୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତ ୨୦ ତାରିଖରେ କଟକ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ସେହିପରି ଗତ ୧୫ ତାରିଖରେ ଖଜୁରିଆ ବାଇପାସ୍‌ରେ ଟ୍ରକ ଧକ୍କାରେ ଶିବ ଶଙ୍କର ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶାଳକ ଶିବ ପାତ୍ର ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଗତ ୨୪ ତାରିଖରେ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଟ୍ରକ୍‌ ଧକ୍କାରେ ଚିନ୍ମୟ ଦାସଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗ ପ୍ରୀତି ସୋମୟ ଦାସ ଗୁରୁତର ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ଗତ ୨୮ ତାରିଖରେ ହଳଦିଆପଦର ଓ ଲାଞ୍ଜିପଲ୍ଲୀ ଓଭରବ୍ରିଜ ନିକଟରେ ଏକ ଟ୍ରକ୍‌ ଧକ୍କାରେ ନନ୍ଦିନୀ ଗୌଡ଼ଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା କୈଳାସ ଗୌଡ଼ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ଭଙ୍ଗାରୁଜା, ଏକାଧିକ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri