Posted inଫୁରସତ

ଦୁଇଜଣ ମା’ ଚାହିଁଲେ କରିପାରିବେ ସନ୍ତାନ ପ୍ରସବ

ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍‌ସେସ୍‌ର ବିଶେଷଜ୍ଞଙ୍କ ମତରେ ୨ ଜଣ ମା’ ଚାହିଁଲେ ସନ୍ତାନ ଜନ୍ମ କରିପାରିବେ। ଏଥିପାଇଁ ପିତାଙ୍କର କୌଣସି ଆବଶ୍ୟକତା ନାହିଁ। ଦୁଇଟି ସ୍ତ୍ରୀଲିଙ୍ଗ ମୂଷାଙ୍କଠାରେ ଏପରି ପରୀକ୍ଷଣ କରି ସଫଳତା ପାଇଛନ୍ତି ଏହି ବିଶେଷଜ୍ଞ। ଏଥିରେ ଆନୁବଂଶିକ ଇଞ୍ଜିନିୟରିଂର ଖୁବ୍‌ ଆବଶ୍ୟକତା ରହିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ, ବାଇମେଟର୍ନଲ ବା ଦୁଇ ମା’ସୁସ୍ଥ ଥିବା ଓ ପ୍ରଜନନକ୍ଷମ ହୋଇଥିବା ଜରୁରୀ। ତେବେ ଦୁଇ ମା’ଙ୍କ ମଧ୍ୟରୁ ଜଣଙ୍କର ଡିମ୍ବାଣୁ ଓ ଅନ୍ୟ ଜଣଙ୍କର ଏକ ବିଶେଷ ପ୍ରକାର କୋଷିକା ହେପ୍ଲୋଇଡ ଭ୍ରୁଣ ଷ୍ଟେମ ସେଲ୍‌ ସଂଗ୍ରହ କରିବାକୁ ପଡିଥାଏ। ଏହାପରେ ଏକ ଆଧୁନିକ ଉପାୟ ପ୍ରୟୋଗ କରାଯାଇଥାଏ। ଯାହାକୁ ଜିନ୍‌ ଏଡିଟିଂ କୁହାଯାଏ। ଏହାକୁ ପ୍ରୟୋଗ କରି ଡିଏନ୍‌ଏର ୩ଟି ସେଟ୍‌କୁ ହଟାଇ ଦିଆଯାଇଥାଏ। ଫଳରେ ଏହା ପରସ୍ପର ସହ ମିଶିବାରେ ଅଧିକ ସକ୍ଷମ ହୋଇପାରିବେ। ୟୁନିଭର୍ସିଟି ଅଫ୍‌ ଓକଲାଣ୍ଡର ଗବେଷକଙ୍କ ମତରେ ଏବେ ଏହା ମଣିଷଙ୍କ କ୍ଷେତ୍ରରେ ସମ୍ଭବ ହେବା କଷ୍ଟକର ବ୍ୟାପାର ହୋଇଥିବା ବେଳେ ଭବିଷ୍ୟତରେ ଏହା ସମ୍ଭବ ହୋଇପାରିବ। ହେଲେ ପୁରୁଷଙ୍କ କ୍ଷେତ୍ରରେ ଏହା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ପୁରୁଷମାନେ ଏମିତି କଲେ ଜନ୍ମିତ ଶିଶୁ ଗୋଟିଏ ଦିନ ବା ଅଧାଦିନରୁ ଅଧିକ ବଞ୍ଚିବେ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri