ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଯୋଡ଼ୁଛି ଦେଉଳା ହାଟ

ଭୋଗରାଇ,୧୪।୩(ପ୍ରଦୀପ ଦାସ)- ପଶ୍ଚିମବଙ୍ଗ ସୀମାକୁ ଲାଗି ଥିବା ବାଲେଶ୍ୱର ଜିଲାର ଉପାନ୍ତ ଭୋଗରାଇ ବ୍ଲକ ଅଧୀନ ଦେଉଳା ହାଟ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଯୋଡ଼ିଆସିଛି। ଦୁଇଶହ ବର୍ଷର ଏହି ପୁରୁଣା ହାଟ ଉପରେ ଉପାନ୍ତ ଅଞ୍ଚଳବାସୀ ଘରକରଣା ଓ କୃଷି ସାମଗ୍ରୀଠାରୁ ଆରମ୍ଭ କରି ବିବାହ, ବ୍ରତ, ମେଳା ଓ ଅନ୍ୟ ସାମାଜିକ କାର୍ଯ୍ୟ ପାଇଁ ସାମଗ୍ରୀ କିଣାବିକା ସକାଶେ ନିର୍ଭର କରିଆସୁଛନ୍ତି। କଂସାବାସନ, ସପମଶିଣା ସମେତ ଆଳୁଦମ୍‌ ପାଇଁ ହାଟର ପ୍ରସିଦ୍ଧି ରହିଛି। ସପ୍ତାହକୁ ଦୁଇଦିନ ଗୁରୁବାର ଓ ରବିବାର ବସୁଥିବା ଏହି ହାଟ ଉପାନ୍ତବାସୀଙ୍କ ପାଇଁ ଭାବବିନିମୟର କ୍ଷେତ୍ର ପାଲଟିବା ସହ ସାଂସ୍କୃତିକ ଓ ସାମାଜିକ ବନ୍ଧନକୁ ଦୃଢ଼ କରିଆସିଛି।
ଭୋଗରାଇ ବ୍ଲକଠାରୁ ପ୍ରାୟ ୨ କି.ମି. ଦୂରରେ ବସୁଛି ଦେଉଳା ହାଟ। ୫ ଏକର ପରିଧି ଆୟତ୍ତନରେ ବସୁଥିବା ଏହି ହାଟକୁ ବିଭିନ୍ନ ଅଞ୍ଚଳରୁ ବେପାରୀ ଆସି ସେମାନଙ୍କ ପସରା ମେଲିଥାନ୍ତି। ସ୍ଥାନୀୟ ଦେଉଳା ଗାଁର ନାମ ଅନୁଯାୟୀ ହାଟର ନାମକରଣ ହୋଇଛି। ବ୍ରିଟିଶ୍‌ ଅମଳରେ ବାଲେଶ୍ୱର ଦେଇ ଖୋଳାଯାଇଥିବା କୋଷ୍ଟ କେନାଲରେ ନୌବାଣିଜ୍ୟ କାରବାର ବୃଦ୍ଧି ଉଦ୍ଦେଶ୍ୟରେ ଏହି ହାଟର ପ୍ରତିଷ୍ଠା ହୋଇଥିବା କୁହାଯାଏ। ଓଡ଼ିଶା ସୀମାରେ ଥିବା ଏହି ହାଟ ପୂର୍ବରୁ ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଏଗ୍ରା ନିକଟସ୍ଥ ପଞ୍ଚେଟ ଗଡ଼ ଜମିଦାରଙ୍କ ଦଖଲରେ ରହିଥିଲା। ରାଜସ୍ବ ଆଦାୟ ବୃଦ୍ଧି ନିମନ୍ତେ ଏଠାରେ ଏକ କଚେରି ନିର୍ମାଣ କରାଯାଇଥିଲା। ପରେ ହାଟ ମଧ୍ୟରେ ଅନନ୍ତ ପୁରୁଷୋତ୍ତମ ନାମରେ ଏକ ଶୈବପୀଠ ପ୍ରତିଷ୍ଠା କରାଯାଇଥିଲା। ସ୍ଥାନୀୟ ପଞ୍ଚାୟତ ୨୫ ହଜାର ଟଙ୍କାରେ ହାଟ ନିଲାମ ଦେଇ ଚଡ଼କମେଳା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା କରିବା ସହ ହାଟର ବିକାଶ ନିମନ୍ତେ ଏହି ଅର୍ଥ ଖର୍ଚ୍ଚ କରିଆସୁଥିଲା। ୧୯୮୫-୮୬ରୁ ଏହା ଆର୍‌ଏମ୍‌ସି ଅଧୀନକୁ ଆସିଛି। ପୁରୁଣା କଚେରି ଜାଗା ସହ ଏକ ବୃହତ୍‌ ପୋଖରୀକୁ ପୋତାଯାଇ ଦୋକାନୀଙ୍କ ଲାଗି ଉପଯୋଗୀ କରାଯାଇଛି। ସମ୍ପ୍ରତି ହାଟରୁ ମାସକୁ ୩୦ ହଜାର ଟଙ୍କା ରାଜସ୍ବ ଆଦାୟ କରାଯାଉଛି ବୋଲି ବଜାର ନିୟନ୍ତ୍ରକ କମିଟି ପକ୍ଷରୁ କୁହାଯାଇଛି।
ପାନ-ଗୁଆ-ମାଛ ଲାଗି ପରିଚିତ ଭୋଗରାଇ ଅଞ୍ଚଳର ଅର୍ଥନୀତିକୁ ଉକ୍ତ ହାଟ ସୁଦୃଢ଼ କରିଆସିଛି। ଉତ୍ତର ବାଲେଶ୍ୱରର ବାଲିଆପାଳ, ବସ୍ତା ଓ ଜଳେଶ୍ୱର ଅଞ୍ଚଳରୁ ଲୋକେ ବିବାହ, ବ୍ରତ ଓ ଖାଉଟି ସାମଗ୍ରୀ ଆଦି କିଣିବା ନିମନ୍ତେ ଏଠାକୁ ଆସିଥାନ୍ତି। ସେହିପରି ପଡ଼ୋଶୀ ପଶ୍ଚିମବଙ୍ଗର କାନ୍ଥି, ଏଗ୍ରା, ପାନିପାରୁଲ, ଦେପାଳ, ମହନପୁର, ରାମନଗର, ଦେଉଳି ଅଞ୍ଚଳର ବ୍ୟବସାୟୀମାନେ ହାଟକୁ ଆସି ବିଭିନ୍ନ ସାମଗ୍ରୀ କିଣାବିକା କରିଥାନ୍ତି। ହୋଲ୍‌ସେଲର ବ୍ୟବସାୟୀମାନେ ବସ୍ତ୍ର ସମେତ ତେଜରାତି ଓ ଆଳୁ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରିକରି ଭଲ ରୋଜଗାର କରିଥାନ୍ତି। ଐତିହ୍ୟସମ୍ପନ୍ନ ଏହି ହାଟ ଉପରେ ଦୁଇ ରାଜ୍ୟର ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ଆନୁଷଙ୍ଗିକ ଭିତ୍ତିଭୂମିର ଉପଯୁକ୍ତ ବିକାଶ ହୋଇନାହିଁ। ଶୌଚାଳୟ କି ବିଶ୍ରାମାଗାର ନାହିଁ। ବର୍ଷାଦିନେ ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ଉଠାଦୋକାନୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ହାଟପାଳି ବ୍ୟତୀତ ଏବେ ଦୈନିକ ଦୋକାନ ବଜାର ଖୋଲା ରହୁଛି। ହାଟପାଳିରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ ହେଉଥିବାବେଳେ ଆର୍‌ଏମ୍‌ସି ମାସକୁ ମାସ ଅର୍ଥ ଆଦାୟ କରି ହାଟର ବିକାଶ କରୁ ନ ଥିବାରୁ ବଜାର ନିୟନ୍ତ୍ରିତ କମିଟିର ସଭାପତି ଶକ୍ତିପଦ ଦାସ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। କେତେକ ନୂତନ ଗୃହକୁ ଆର୍‌ଏମ୍‌ସି ବଣ୍ଟନ କରିବା ନେଇ ବିବଦମାନ ସ୍ଥିତି ଉପୁଜିଛି। ତେବେ ହାଟରେ କୌଣସି ସମସ୍ୟା ଦେଖାଦେଲେ ବଜାର କମିଟି ସର୍ବସମ୍ମତି ନିଷ୍ପତ୍ତି ଅନୁଯାୟୀ ଏହାର ସମାଧାନ କରିଥାଏ ବୋଲି ସମ୍ପାଦକ ରାଧାଶ୍ୟାମ ଜେନା କହିଛନ୍ତି। ଉକ୍ତ ହାଟ ଅନେକଙ୍କୁ ରୋଜଗାର ଯୋଗାଇ ସ୍ବାବଲମ୍ବୀ କରିପାରିଛି ବୋଲି ଜଣାଶୁଣା ବ୍ୟବସାୟୀ ଜଗେଶ୍ୱର ପାତ୍ର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ନିଲମ୍ବିତ

ଭୁବନେଶ୍ୱର,୨।୮: ୨୦୨୧ ମସିହାରେ ପାରଳାଖେମୁଣ୍ଡିରେ ଘଟିଥିବା ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ ତତ୍କାଳୀନ DFO ତଥା…

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri