ଦିଶା ବୈଠକ ଅନୁଷ୍ଠିତ: ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଚଢ଼ାଉ କରିବେ ଅଧିକାରୀ

ନୟାଗଡ଼ ଅଫିସ,୩୦।୧୦-ନୟାଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ସୃଜନଠାରେ ମଙ୍ଗଳବାର ଦିଶା (ଡିଷ୍ଟ୍ରିକ୍ଟ ଡେଭ୍‌ଲପ୍‌ମେଣ୍ଟ କୋ ଅର୍ଡ଼ିନେଶନ୍‌ ଆଣ୍ଡ ମନିଟରିଂ କମିଟି) ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରାଯାଇଥିଲା। ଏମ୍‌ପି ମହତାବ ପ୍ରଥମେ ପୂର୍ବଥର ହୋଇଥିବା ବୈଠକର ଅଗ୍ରଗତି ବିଷୟରେ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ। ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ପକ୍କାଘର ଓ ବର୍ତ୍ତମାନ ଏହାର ସ୍ଥିତି ବିଷୟରେ ଅଧିକାରୀମାନଙ୍କୁ ପଚାରିଥିଲେ। ଏହା ପରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ୱାରା କଣ୍ଟିଲୋଠାରେ ହେବାକୁ ଥିବା ବୃହତ୍‌ ପାନୀୟ ଜଳ ପ୍ରକଳ୍ପର ସ୍ଥିତି ବିଷୟରେ ନିର୍ବାହୀ ଯନ୍ତ୍ରୀ ରାଜୀବ ପାଣିଗ୍ରାହୀ ସୂଚନା ଦେଇଥିଲେ। ସେ କହିଥିଲେ, ବର୍ତ୍ତମାନ ଏହାର ଡିପିଆର୍‌ (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) ହୋଇସାରିଛି ଓ କିଛିମାସ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ଜିଲାରେ ୧୮୦୦ରୁ ଊର୍ଦ୍ଧ୍ୱ ନଳକୂପ ଥିବାବେଳେ ସେଥିମଧ୍ୟରୁ ୩୫୬ଟିରୁ ଫ୍ଲୋରାଇଡ୍‌ ଓ ୨୪୭ଟିରୁ ଆଇରନ୍‌ଯୁକ୍ତ ପାଣି ବାହାରୁଛି। ପର୍ଯ୍ୟାୟକ୍ରମେ ୮୫ ଫ୍ଲୋରାଇଡ୍‌ଯୁକ୍ତ ଓ ୨୦ ଆଇରନ୍‌ଯୁକ୍ତ ନଳକୂପର ମରାମତି କରାଯାଇଥିବା ସେ କହିଥିଲେ। ବିଭିନ୍ନ ସମୟରେ ପାନୀୟଜଳ ପ୍ରକଳ୍ପ ଖରାପ ହେଉଥିବା ବେଳେ ଏ ନେଇ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବାରମ୍ବାର ଫୋନ୍‌ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାର ସମାଧାନ ଲାଗି ନୟାଗଡ଼ରେ ମୋବାଇଲ୍‌ ଟେଷ୍ଟିଂ ୟୁନିଟ୍‌ କରାଯିବା ପାଇଁ ସଦସ୍ୟମାନେ ମତ ରଖିଥିଲେ। ଏହା ପରେ ଜିଲାରେ ଅଧିକାଂଶ ଶିଶୁ ଅପପୁଷ୍ଟିର ଶିକାର ହେବା କାରଣ ସମ୍ପର୍କରେ ଜିଲା ସମାଜ ମଙ୍ଗଳ ଅଧିକାରୀ ଭୁଲେଶ୍ୱର କଅଁର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ବିଭିନ୍ନ ସ୍ଥାନରେ ମହିଳା ଓ ଶିଶୁମାନଙ୍କୁ ନିମ୍ନମାନର ଛତୁଆ ଦିଆଯାଉଥିବା ସଦସ୍ୟମାନେ ଅଭିଯୋଗ କରିଥିଲେ। ତେଣୁ ଛତୁଆ ମିଶ୍ରଣ ସମୟରେ ଉପସ୍ଥିତ ରହିବା ସହ ବିଭିନ୍ନ ସମୟରେ ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଅଚାନକ ଚଢ଼ାଉ କରିବା ପାଇଁ ଏମ୍‌ପି ଅଧିକାରୀମାନଙ୍କୁ କହିଥିଲେ। ଏହା ପରେ ଜିଲା ଶିକ୍ଷା ଅଧିକାରୀଙ୍କୁ ଜିଲାରେ କେତୋଟି ବିଦ୍ୟାଳୟ ଅଛି ବୋଲି ଏମ୍‌ପି ପଚାରିଥିଲେ ମଧ୍ୟ ସେ ଏହାର ଉତ୍ତର ଦେଇପାରି ନ ଥିଲେ। ପରେ ସର୍ବଶିକ୍ଷା ଅଭିଯାନର ଜଣେ କର୍ମଚାରୀ ଜିଲାରେ ୧୪୪୯ ବିଦ୍ୟାଳୟ ଥିବା ସୂଚନା ଦେଇଥିଲେ। ଆଗାମୀ ୫ଦିନ ଭିତରେ ଜିଲାରେ କେତେ ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା ରହିଛି, ସ୍ବଚ୍ଛତା ପାଇଁ କି ପଦକ୍ଷେପ ନିଆଯାଇଛି ଓ କେତୋଟି ବିଦ୍ୟାଳୟରେ ବିଦ୍ୟୁତୀକରଣ ହୋଇଛି ସେ ବିଷୟରେ ତଥ୍ୟ ରଖିବା ପାଇଁ ଏମ୍‌ପି ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଯୁବକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଦୀନ୍‌ଦୟାଲ ଉପାଧ୍ୟାୟ ଯୋଜନା- ଗ୍ରାମୀଣ କୌଶଳ ଯୋଜନା ତାଲିମ ବିଷୟରେ ଅଧିକାରୀମାନେ ତଥ୍ୟ ରଖିଥିଲେ। ଚଳିତବର୍ଷ ୭୨୦ ପିଲାଙ୍କୁ ତାଲିମ ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ୪୪ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲାପାଳ ଡ. ପୋମା ଟୁଡ଼ୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଜିଲା ପରିଷଦ ସଭାପତି ବୈଜୟନ୍ତୀମାଳା ମହାନ୍ତି, ଡିଏଫଓ ଧନରାଜ ଏଚ୍‌ଡ଼ି, ମହାନଦୀ ୱାଇଲ୍‌ଡ ଲାଇଫ୍‌ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାସନ୍ତୀକ ନବରାତ୍ର ପୂଜା : ଚନ୍ଦ୍ରଘଣ୍ଟା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୧।୩, (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। ତୃତୀୟ ଦିବସ ଶନିବାରରେ ଦେବୀ ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ବାଲିଗୁଡ଼ାରେ ଗ୍ୟାସ୍‌ ସମସ୍ୟା, ହୋଟେଲ ବନ୍ଦ

ବାଲିଗୁଡା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ସହରରେ କିଛିଦିନ ହେବ ଜାଳେଣି ଗ୍ୟାସ ସମସ୍ୟା ଦେଖାଦେଇଛି। ଫଳରେ ଗ୍ୟାସ୍‌ ଉପଭୋକ୍ତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଅନ୍ୟପଟେ…

ସରକାରଙ୍କ ବଡ଼ ଘୋଷଣା: ନିୟମିତ ହେବେ ସ୍କିମାଟିକ ଜୁନିୟର ଶିକ୍ଷକ

ଭୁବନେଶ୍ୱର,୨୦।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚୁକ୍ତିଭିତ୍ତିକ ସ୍କିମାଟିକ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା ମିଳିବ ବୋଲି ସରକାରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri