Posted inଜାତୀୟ

ଦିଲ୍ଲୀକୁ ଫେରିଲା ୮୦ ଦଶକର ନିର୍ମଳ ଆକାଶ

ନୂଆଦିଲ୍ଲୀ, ୨୮ା୩- କିଛି ଦିନ ପୂର୍ବରୁ ବିପଦଜନକ ଅବସ୍ଥାକୁ ଆସିଯାଇଥିବା ଦିଲ୍ଲୀର ବାୟୁମଣ୍ଡଳ ଏବେ ସ୍ବଚ୍ଛ ହେବାରେ ଲାଗିଛି । ଦୀର୍ଘ ବର୍ଷ ପରେ ନିର୍ମଳ ଆକାଶ ଦେଖିବାକୁ ପାଇଛନ୍ତି  ଦିଲ୍ଲୀବାସୀ। ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ, ବିଭିନ୍ନ ଶିଳ୍ପ, କଳକାରଖାନା ଆଦି ବନ୍ଦ ଯୋଗୁ ଏହା ସମ୍ଭବ ହୋଇପାରିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ବାୟୁ ଗୁଣବତ୍ତା ସୂଚକ) ୬୯ ରହିଥିବା ଜଣାପଡିଛି ।  ଏକ୍ୟୁଅଆଇ ୫୦ରୁ ୧୦୦ ମଧ୍ୟରେ ରହିବା ନିରାପଦ ହୋଇଥାଏ। କିନ୍ତୁ ମାର୍ଚ୍ଚ ୨୨ରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୯୧ରେ ବିପଦଜନକ ସ୍ତରରେ ପହଞ୍ଚିଥିଲା। ବାୟୁ ଗୁଣବତ୍ତା ବଢାଇବା ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା। ଏପରିକି ରାସ୍ତାରେ ଯୁଗ୍ମ-ଅଯୁଗ୍ମ ଗାଡ଼ି ଚଳାଚଳ କରିବାକୁ ସରକାର ନିୟମ ଜାରି କରିଥିଲେ। ଏହା ସତ୍ତ୍ୱେ ବାୟୁ ଗୁଣବତ୍ତା ମାନକ ସୁରକ୍ଷିତ ଜୋନ ମଧ୍ୟକୁ ଆସିପାରି ନ ଥିଲା। ହେଲେ ଏବେ କରୋନା ଭାଇରସ ଯୋଗୁ ସମସ୍ତ ଦେଶ ଲକଡାଉନ ରହିଥିବାରୁ  ଏହା ସମ୍ଭବ ହୋଇପାରିଥିବା ପରିବେଶବିତ ପ୍ରକାଶ କରିଛନ୍ତି । ଆସନ୍ତା ୨ ସପ୍ତାହ ମଧ୍ୟରେ ଏୟାର କ୍ୱାଲିଟିରେ ଆହୁରି ଉନ୍ନତି ପରିଲକ୍ଷିତ ହେବ ବୋଲି କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି।
ଏବେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ହୋଇଛି । କେତେଜଣ ଟୁଇଟର ଆକାଉଣ୍ଟଧାରୀ କରୋନା କଟକଣା ଯୋଗୁ ଏପରି ହୋଇଛି ବୋଲି କହିଥିବା ଦେଖିବାକୁ ମିଳିଛି । ୧୯୮୦ ଓ ପ୍ରାରମ୍ଭିକ ୯୦ ଦଶକର ନିର୍ମଳ ଆକାଶ ଦିଲ୍ଲୀରେ ଦେଖାଯାଇଛି ବୋଲି ଏନଜିଓ ଗ୍ରୀନ ସର୍କଲର ଫାଉଣ୍ଡର ଭି. ସିଲଭା ରାଜନ କହିଛନ୍ତି। ଶୁକ୍ରବାର ଦିଲ୍ଲୀରେ ଅପରାହ୍ନରେ ବର୍ଷା ଯୋଗୁ ବାୟୁମଣ୍ଡଳ ଆହୁରି ସ୍ବଚ୍ଛ ହୋଇପାରିଥିବା ବୋର୍ଡ ଅଧତ୍କାରୀମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

କର୍ନାଟକରେ ସତ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ! କାଲି ଏହି ସମୟରେ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଆଗାମୀ ଦୁଇ ଦିନ ମଧ୍ୟରେ କ୍ଷମତା ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ତୀବ୍ର ହେଉଥିବା ବେଳେ, କଂଗ୍ରେସ ବିଧାୟକ ଆର.ଭି. ଦେଶପାଣ୍ଡେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି ଚଢ଼ାଉକୁ ବିରୋଧ: ଅଧିକାରୀଙ୍କ ଗାଡ଼ି ଉପରକୁ ଆକ୍ରମଣ

ଥିରୁଭାନନ୍ତପୁରମ୍‌,୨୭ା୫: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଥିରୁଭାନନ୍ତନପୁରମ୍‌ସ୍ଥିତ ବାସଭବନ ବାହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) (ସିପିଆଇଏମ) କର୍ମୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଗାଡ଼ି…

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ରାସନକୁ ନେଇ ଆସିଲା ନୂଆ ନିୟମ; ୮୦ କୋଟି ଲୋକଙ୍କ ଉପରେ ପଡ଼ିବ ସିଧା ପ୍ରଭାବ!

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି କ୍ୟାବିନେଟ ନିଷ୍ପତ୍ତି ରାସନ ପାଉଥିବା 800 ନିୟୁତ…

TMC ଛାଡ଼ିଲେ ଏମ୍‌ପି କାକୋଲି ଘୋଷ, ମମତାଙ୍କର ଥିଲେ ଅତି ଘନିଷ୍ଠ

କୋଲକାତା,୨୭ା୫: TMCକୁ ବଡ଼ ଝଟ୍‌କା। ଦଳ ଛାଡ଼ଛନ୍ତି ଏମ୍‌ପି କାକୋଲି ଘୋଷ। ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଘନିଷ୍ଠ ଥିଲେ। ବାରାଶତ୍ରୁରୁ ସେ…

ଅଧାରୁ ଫେରିଲା ଏୟାର ଇଣ୍ଡିଆ ବିମାନ, ୩ ଘଣ୍ଟା ଉଡ଼ାଣ ପରେ…

ନୂଆଦିଲ୍ଲୀ,୨୭ା୫: ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାରୁ ଫେରିଆସିଲା ଏୟାର ଇଣ୍ଡିଆ ବିମାନ। ସାନ ଫ୍ରାନ୍ସିସ୍କୋ ଯାଉଥିଲା ବେଳେ ଫେରି ଆସିଲା। ୩ ଘଣ୍ଟା ଉଡ଼ାଣ କରି ସାରି…

୪ ଡେପୁଟି ସିଏମ୍‌ଙ୍କ ସହ କ୍ଷମତା ସମ୍ଭାଳିବେ ଡିକେ ଶିବକୁମାର; ନାଁ ଫାଇନାଲ୍!

ବେଙ୍ଗାଲୁରୁ,୨୭।୫: ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଇସ୍ତଫା ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ ସମ୍ପର୍କରେ କଳ୍ପନାଜଳ୍ପନା ମଧ୍ୟରେ, ରାଜ୍ୟରେ ନୂଆ ସରକାର ଗଠନ ସମ୍ପର୍କରେ ଆଉ…

ରେଲେଓ଼୍ବ ଷ୍ଟେଶନରେ ମହଙ୍ଗା ହେଲା ଖାଦ୍ୟ; ଜାଣନ୍ତୁ କେଉଁ ଖାଦ୍ୟ କେତେ ବଢିଲା…

ନୂଆଦିଲ୍ଲୀ,୨୭।୫: ରେଳ ଷ୍ଟେସନରେ ମହଙ୍ଗା ହେଲା ଖାଦ୍ୟ; ନୂତନ ଦର ଜୁନ ୧ ରୁ ଲାଗୁ ହେବା ନେଇ ବଡ଼ ଘୋଷଣା। ଏହି ନୂତନ ସଂଶୋଧନ ପରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri