ଦିନକର କାହାଣୀ: ଆଇସ୍‌କ୍ରିମ୍‌ ବେପାରରେ ବେଶ୍‌ ଖୁସୀ

ଢେଙ୍କାନାଳ-ଯୋରନ୍ଦା ରାସ୍ତା ପାର୍ଶ୍ୱରେ ଏକ ଛୋଟିଆ ଗ୍ରାମରେ ରୁହନ୍ତି ମଣିଆ ଭୋଇ (୩୨)। ସ୍ତ୍ରୀ ମହରଗି ଏବଂ ୧୦ମ ପଢୁଆ ପୁଅ ମହେଶ୍ୱରଙ୍କୁ ନେଇ ତାଙ୍କ ପରିବାର। ବର୍ଷର ୮ମାସ ଆଇସ୍‌କ୍ରିମ୍‌ ଏବଂ ଅନ୍ୟ ୪ ମାସ ଚାଷବାସ କରି ସଂସାର ରଥକୁ ବାଟ କଢ଼ାଉ ନେଉଛନ୍ତି ମଣିଆ। ଏଥିରେ ସେ ବେଶ୍‌ ଖୁସୀ ଥିବା କହିଛନ୍ତି।
ମଣିଆଙ୍କ ସୁଆଦିଆ ଆଇସ୍‌କ୍ରିମର ଚାହିଦା କାହିଁରେ କେତେ। ସେ ୫ବର୍ଷ ହେଲା ଏହି ବେପାର କରି ଆସୁଛନ୍ତି। ଏଥିରୁ ଦୈନିକ ୪୦୦ ଟଙ୍କା ଯାଏ ରୋଜଗାର ହେଉଥିବା ସେ କହିଛନ୍ତି। ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ମଣିଆ କୁହନ୍ତି, ବ୍ୟବସାୟ ପାଇଁ ସେ ସଅଳ ବିଛଣା ଛାଡ଼ନ୍ତି। ପ୍ରାତଃ ସାଢ଼େ ୪ଟା ସୁଦ୍ଧା ନିତ୍ୟକର୍ମ ସହ ସାରିଦିଅନ୍ତି ଠାକୁର ପୂଜା। ଏହାପରେ କ’ଣ ଦିଟା ଖାଇ ୮ଟା ସୁଦ୍ଧା ଆଇସ୍‌କ୍ରିମ୍‌ ଡବା ଧରି ବାହାରି ପଡ଼ନ୍ତି। ସିମିଳିଆ, ସରଖିଆ, କନ୍ଧପଡା, ଜଙ୍ଖିରା, ବେଲଟିକିରି, ଦୁର୍ଗାପ୍ରସାଦ, ବନ୍ଧନୂଆଗାଁ, ଦାନ୍ଦରନାଳି, ପାଟିଆ, ଚନ୍ଦ୍ରଶେଖରପୁର, ନେଉଳପୋଇ ଅଞ୍ଚଳର ଗଳିକନ୍ଦି ସହ ଗ୍ରାମର ସ୍କୁଲ ପାଖରେ ଡମ୍ବରୁ ବଜାଇ ସେ ଆଇସ୍‌କ୍ରିମ୍‌ ବିକିଥାନ୍ତି। ମଧ୍ୟାହ୍ନରେ ଯେଉଁଠି ସୁବିଧା ହୁଏ ସେଠି ଖାଇଦିଅନ୍ତି। ବେଳେବେଳେ ଘରକୁ ମଧ୍ୟ ଆସନ୍ତି। ଅପରାହ୍ନ ୪ଟା ଯାଏ ବିକ୍ରିବଟା ଚାଲେ। ସନ୍ଧ୍ୟାରେ ଘରକୁ ଫେରିଲେ ସଫାସୁତରା ହୋଇ ହନୁମାନଚାଳିଶା ପଢ଼ନ୍ତି। ଏହାପରେ ରାତି ଭୋଜନ କରି ୯ଟାରେ ବିଛଣାକୁ ଯାଆନ୍ତି। ପୁଅ ଏବଂ ସ୍ତ୍ରୀ ଘରକାମ, ଚାଷବାସ କଥା ବୁଝନ୍ତି। ନିଜର ରୁଚି ସମ୍ପର୍କରେ ସେ କୁହନ୍ତି, ତାଙ୍କର ଗୀତ ଗାଇବାରେ ଦୁର୍ବଳତା ଅଛି। ଗଁା କୀର୍ତ୍ତନମଣ୍ଡଳୀର ସେ ଜଣେ ସଦସ୍ୟ। କର୍ମ ହିଁ ଭଗବାନ। ନିଷ୍ଠାପର ଭାବରେ କାମ କରିଚାଲିଲେ ଭଗବାନ ନିଶ୍ଚିତ ଭଲ ଫଳ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri