Posted inଜାତୀୟ

ଦିନକ ପରେ ପାର୍ଲାମେଣ୍ଟର ଶୀତ ଅଧିବେଶନ: ଆସିବ ନାଗରିକତ୍ୱ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୧୭ା୧୧(ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଥିଲାବେଳେ ଏଥିରେ ସରକାର ବିବାଦୀୟ ନାଗରିକତ୍ୱ (ସଂଶୋଧନ) ବିଲ୍‌, ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌ ସମେତ ୩୫ଟି ବିଧେୟକ ଆଣିବାକୁ ଯାଉଛନ୍ତି। ଡିସେମ୍ବର ୧୩ରେ ଶେଷ ହେବାକୁ ଥିବା ଏହି ଅଧିବେଶନରେ ମୋଟ ୨୦ଟି କାର୍ଯ୍ୟଦିବସ ରହିଛି।
ନାଗରିକତ୍ୱ ଆଇନ, ୧୯୫୫ରେ ସଂଶୋଧନ କରି ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ତାନରୁ ଆସିଥିବା ବେଆଇନ ଦେଶାନ୍ତରୀ ହିନ୍ଦୁ, ଶିଖ୍‌, ବୌଦ୍ଧ ଧର୍ମାବଲମ୍ବୀ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ ଲାଗି ସରକାର ବିଲ୍‌ ଆଣିବେ। ପଡୋଶୀ ଦେଶରୁ ଆସିଥିବା ଅଣମୁସଲମାନ ଦେଶାନ୍ତରୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ଭାଜପାର ମୁଖ୍ୟ ଏଜେଣ୍ଡା ଥିଲା। ନାଗରିକତ୍ୱ ଆଇନ, ୧୯୫୫ ଅନୁଯାୟୀ ଭାରତର ନାଗରିକତ୍ୱ ହାସଲ କରିବାକୁ ହେଲେ ଆବେଦନକାରୀ ଭାରତରେ ଶେଷ ୧୨ ମାସ ନିଶ୍ଚିତ ରହିବା ସହିତ ପୂର୍ବ ୧୪ ବର୍ଷରୁ ୧୧ ବର୍ଷ ରହିଥିବେ। ସଂଶୋଧିତ ବିଲ୍‌ରେ ଉକ୍ତ ୧୧ ବର୍ଷ ସମୟସୀମାକୁ ୬ ବର୍ଷକୁ ହ୍ରାସ କରାଯିବ ।
ପୂର୍ବର ନରେନ୍ଦ୍ର ମୋଦି ସରକାର ଏହି ବିଲ୍‌ ଆଣିଥିଲେ ହେଁ ବିରୋଧୀ ଦଳଗୁଡ଼ିକର ଜୋର୍‌ଦାର ପ୍ରତିବାଦ କାରଣରୁ ଅଟକି ରହିଥିଲା। ଲୋକ ସଭା ଭଙ୍ଗ ହେବାରୁ ଉକ୍ତ ବିଲ୍‌ ରଦ୍ଦ ହୋଇଯାଇଥିଲା। ଏହା ବ୍ୟତୀତ କର୍ପୋରେଟ ସଂସ୍ଥାଗୁଡ଼ିକ ପରିଚାଳନା କରୁଥିବା ଉପଭୋକ୍ତା ତଥ୍ୟ ଉପରେ କଟକଣା ଲାଗୁ କରିବା ଲାଗି ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌ ଅଣାଯିବ। ସେହିପରି ଇ-ସିଗାରେଟ ଉତ୍ପାଦନ ଓ ବିକ୍ରି ନିଷିଦ୍ଧ ଲାଗି ସରକାର ଗତ ସେପ୍ଟେମ୍ବରରେ ଅଧ୍ୟାଦେଶ ଆଣିଥିଲେ। ଏହା ବଦଳରେ ଆଇନ ଆଣିବା ଲାଗି ଶୀତ ଅଧିବେଶନରେ ବିଲ୍‌ ଅଣାଯିବ। ଆସିବାକୁ ଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ମଧ୍ୟରେ ରହିଛି ଟ୍ରାନ୍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‌, ଶିଳ୍ପ ସମ୍ପର୍କ କୋଡ୍‌ ବିଲ୍‌, ଟିକସ ଆଇନ ସଂଶୋଧନ ବିଲ୍‌, କମ୍ପାନୀ (ଦ୍ୱିତୀୟ ସଂଶୋଧନ) ବିଲ୍‌, ଚିଟ୍‌ଫଣ୍ଡ (ସଂଶୋଧନ) ବିଲ୍‌, ନ୍ୟାଶନାଲ କମିଶନ ଫର୍‌ ଇଣ୍ଡିଆନ ସିଷ୍ଟମ୍‌ ଅଫ୍‌ ମେଡିସିନ୍‌ ବିଲ୍‌, ୨୦୧୯, ସରୋଗେସି (ନିୟନ୍ତ୍ରଣ) ବିଲ୍‌ ଏବଂ ଜାଲିଆନାଓ୍ବାଲା ବାଗ୍‌ ଜାତୀୟ ସ୍ମାରକୀ (ସଂଶୋଧନ) ବିଲ୍‌।
ଶନିବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଡାକିଥିବା ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦଳର ନେତା ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଏବଂ ଅର୍ଜୁନ ରାମ ମେଘଓ୍ବାଲ ଉପସ୍ଥିତ ଥିଲେ। ସେହିପରି ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ତୃଣମୂଳ କଂଗ୍ରେସରୁ ସୁଦୀପ ବନ୍ଦୋପାଧ୍ୟାୟ, ଡିଏମ୍‌କେରୁ ଟି.ଆର୍‌. ବାଲୁ, ବିଏସ୍‌ପିରୁ ଡାନିସ୍‌ ଅଲିି ବୈଠକରେ ଯୋଗଦେଇଥିଲେ। ବିରୋଧୀ ଦଳଗୁଡ଼ିକ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଯୋଜନାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ଆଶା ଭୋସଲେ, ଜାଣିଲେ…

ମୁମ୍ବାଇ,୧୨ା୪: ପ୍ରସିଦ୍ଧ ଭାରତୀୟ ଗାୟିକା ଆଶା ଭୋସଲେଙ୍କ ରବିବାର  ଦେହାନ୍ତ ହୋଇଛି। ସେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚ୍‌ କାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ଏହି ଦେଶରେ ହୁ ହୁ ହୋଇ ବଢୁଛି ବୟସ୍କଙ୍କ ସଂଖ୍ୟା

କଲମ୍ବୋ,୧୨ା୪(ପି.ଟି.): ଶ୍ରୀଲଙ୍କାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ସଦ୍ୟ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ, ଗତ ୪ ଦଶନ୍ଧି ମଧ୍ୟରେ ଦେଶର ବୟସ୍କ ଜନସଂଖ୍ୟା…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ସଙ୍ଗୀତ ଜଗତରେ ଶୋକର ଛାୟା: ନିରବି ଗଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଅନନ୍ୟ ପ୍ରତିଭା ତଥା ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।…

ଫେଲ ମାରିଲା ପାକିସ୍ତାନର ମଧ୍ୟସ୍ଥତା, ହର୍ମୁଜ ବନ୍ଦ! ୟୁ-ଟର୍ନ ନେଲା ୨ ତେଲ ଟ୍ୟାଙ୍କର, ପାକିସ୍ତାନ ଜାହାଜ ବି ସାମିଲ

ତେହରାନ,୧୨।୪: ଇସଲାମାବାଦରେ ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି। ୧୪ ଦିନିଆ ଅସ୍ତ୍ରବିରତି ଉପରେ ସହମତି ପରେ ଉଭୟ ଦେଶ ଆଲୋଚନାରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri