Posted inଫୁରସତ

ଦାମୀ ପିଜା: ଦାମ୍‌ ଏତେ ଯେ ତାକୁ କିଣି ଖାଇବା ଅସମ୍ଭବ ମନେ ହେବ

ଆଜିକାର ଫାଷ୍ଟ ଫୁଡ୍‌ ଭିତରେ ପିଜାର ଚାହିଦା ବହୁତ। ଯୁବପିଢିଙ୍କ ମଧ୍ୟରେ ଏହା ପାଇଁ କ୍ରେଜ୍‌ ଦେଖିବାକୁ ମିଳେ। ତେବେ ଅନେକେ ହୁଏତ ଜାଣି ନ ଥିବେ ଏମିତି ବି ପିଜା ଅଛି, ଯାହାର ଦାମ୍‌ ଏତେ ଯେ ତାକୁ କିଣି ଖାଇବା ଅସମ୍ଭବ ମନେ ହେବ। ଜାଣନ୍ତୁ ସେହି ସବୁ ପିଜା ସମ୍ପର୍କରେ…

ଲୁଇସ୍‌ xiii ପିଜା- ଏହି ପିଜା ଆଦୌ ସାଧାରଣ ପିଜା ନୁହେଁ। ଏହା ହେଉଛି ପୃଥିବୀର ସବୁଠାରୁ ଦାମୀ ପିଜା, ଯାହାର ମୂଲ୍ୟ ୧୨୦୦୦ ଡଲାର ବା ପ୍ରାୟ ୮, ୮୪, ୩୧୦ ଟଙ୍କା।

ଫାଭିତାସ୍‌ ଫ୍ୟାମିଲି ପିଜେରିଆ- ପିଜା ପାଇଁ ଫାଭିତା ଫ୍ୟାମିଲି ପିଜା ବହୁତ ପ୍ରସିଦ୍ଧ। ଏହି ପିଜାରେ ଟପିଂ ଆକାରରେ ଗୁଣ୍ଡ ହୀରା ପକାଯାଇଥାଏ। ତେଣୁ ଏହାର ମୂଲ୍ୟ ବହୁତ ଅଧିକ ଓ ହୀରାର ଦାମ ଅନୁସାରେ ପରିବର୍ତ୍ତନ ବି ହୋଇଥାଏ। ତେବେ ସାଧାରଣତଃ ଏହାର ମୂଲ୍ୟ ୮,୨୦୦ ଡଲାର।

ହାଗିସ୍‌ ପିଜା- ଏହି ପଜା ଜେମ୍ସ ବଣ୍ଡଙ୍କ ନାମାନୁସାରେ ୦୦୭ ଭାବେ ବି ପରିଚିତ। ଏଥିରେ ଟପିଂଭାବେ ଗୋଲ୍ଡ ଡଷ୍ଟ ଓ ସାମ୍ପେନ୍‌ରେ ବୁଡାଯାଇଥିବା ବଡ଼ ଚିଙ୍ଗୁଡି ପକାଯାଏ ଯାହା ପିଜାର ସ୍ବାଦ ବଢାଇଦିଏ। ଏହାର ମୂଲ୍ୟ ୪୨୦୦ ଡଲାର।

ମାର୍ଗୋସ୍‌ ପିଜେରିଆ- ୨୪ କ୍ୟାରେଟ୍‌ ଗୋଲ୍ଡ ଲିଫ୍‌ ସହ ବଫାଲୋମେଜେରେଲାର ଟପିଂ ଏହି ପିଜାର ସ୍ବାଦ ବଢାଇଦିଏ। ଏହାର ମୂଲ୍ୟ ୨୪୦୦ ଡଲାର। ୨୦୧୦ରେ ଏହା ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠୁ ଦାମୀ କମର୍ସିଆଲୀ ଉପଲବ୍ଧ ପିଜା ଭାବେ ରେକର୍ଡ କରିଥିଲା।

ନିନୋ ବେଲିସିମା ପିଜା- ଏହି ପିଜାର କ୍ରଷ୍ଟ ବା ବେସ୍‌ ପତଳା, ତେଣୁ ଲୋକେ ବହୁତ ପସନ୍ଦ କରନ୍ତି। ବଡ଼ ଚିଙ୍ଗୁଡି ଓ ଶାମୁକାର ଟପିଂ ବହୁତ ସ୍ବାଦିଷ୍ଟ। ଏହାର ମୂଲ୍ୟ ୧୦୦୦ ଡଲାର।

ସି୬ ଷ୍ଟିଭେଷ୍ଟନ୍‌ ପିଜା- ଏହାର ବେସ୍‌ ଛୋଟ। ଏହାର ଲୁକ୍‌ ଓ ଟେଷ୍ଟ ଉଭୟ ବହୁତ ଭଲ। ଟପିଂ ଭାବେ ଏଥିରେ ଟାଇଗର୍‌ ପ୍ରନ୍‌, ଲବଷ୍ଟର, ସ୍ମୋକ୍‌ଡ ସାଲମନ୍‌ ପଡିଥାଏ। ଏହାର ମୂଲ୍ୟ ୪୫୦ ଡଲାର।

ଟ୍ରିପଲ୍‌ ମିଲେଫିଉଲି ପିଜା- ଏହି ପିଜାର ବେସ୍‌ ଟିକେ ଟାଣ ଓ ସାଇଡ୍‌ ରୋଲ୍‌ ହୋଇଥାଏ। ତାସହ ଏହା ତିନୋଟି ଲେୟର୍‌ ବିଶିଷ୍ଟ ହୋଇଥାଏ। ଏଥିରେ ଚିଜ୍‌ର ଡବଲ୍‌ ଫିଲିଂ ଥିବାରୁ ଏହା ଭାରି ହୋଇଥାଏ। ସ୍ବାଦ ବି ଏହାର ବହୁତ ଭଲ। ଏହାର ମୂଲ୍ୟ ୧୪୦ ଡଲାର।

ଦ ଆଷ୍ଟିସ୍‌ ଇ ଟର୍ଟୁଫୋ ପିଜା- ଦୁବାଇ କେବଳ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ନୁହେଁ, ଏହା ସ୍ବାଦିଷ୍ଟ ଖାଦ୍ୟ ପାଇଁ ବି ପ୍ରସିଦ୍ଧ। ଏଠାକାର ପିଜା ବି ବହୁତ ଲୋକପ୍ରିୟ। ଏଥିରେ ଲବଷ୍ଟର ଓ ଟ୍ରଫଲ୍‌(ଏକ ପ୍ରକାର ଫଙ୍ଗସ୍‌)ର ଟପିଂ ସହ କିଛି ଖାସ୍‌ ସାମଗ୍ରୀ ବ୍ୟବହାର ହୋଇଥାଏ। ତେଣୁ ଏହାର ସ୍ବାଦ କିଛି ଭିନ୍ନ। ଏହାର ମୂଲ୍ୟ ୧୨୫ ଡଲାର।

ଦ ମ୍ୟାଜିକ୍‌ ଗୋଲ୍ଡ ପିଜା- ଟୋରେଣ୍ଟୋର ଏକ ରେଷ୍ଟୁରାଣ୍ଟରେ ମିଳିଥାଏ ଏହି ପିଜା। ଏହାର ସ୍ବାଦ ଯେମିତି ଭିନ୍ନ ଏହାର ସର୍ଭିଂ ଷ୍ଟାଇଲ୍‌ ବି ଭିନ୍ନ ଓ ଖାସ୍‌। ଏହାକୁ ଗୋଲ୍ଡ ଲିଫ୍‌ରେ ଗାନିସ୍‌ କରାଯାଇ ସର୍ଭ କରାଯାଏ। ଏହି ରେଷ୍ଟୁରାଣ୍ଟରେ ଆପଣ ନିଜର ପସନ୍ଦ ମୁତାବକ ଟପିଂ ବି ବରାଦ କରିପାରିବେ। ଉକ୍ତ ପିଜାର ମୂଲ୍ୟ ୧୦୮ ଡଲାର।

କୋବ୍‌ ବିଫ୍‌ ଷ୍ଟିକ୍‌ ପିଜା- ଜାପାନରେ ଏହି ପିଜା ବହୁତ ଲୋକପ୍ରିୟ। ୭୨ ଡଲାରର ଏହି ପିଜାରେ ଟପିଂ ବିଭିନ୍ନ ପ୍ରକାରର ଥାଏ ଓ ବେଶ୍‌ ସ୍ବାଦିଷ୍ଟ ବି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି।…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri