ଦାବି ପୂରଣ ପାଇଁ ଆନ୍ଦୋଳନ, ଲୋୟର ପିଏମ୍‌ଜି ଚଳଚଞ୍ଚଳ

ଭୁବନେଶ୍ୱର, ୧୮।୨ (ବ୍ୟୁରୋ): ୩ମାସ ପରେ ପୁଣି ଚଳଚଞ୍ଚଳ ହୋଇଛି ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିଠାରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକ। ଗାନ୍ଧୀ ମାର୍ଗରେ ପୋଲିସ ଡେରା ପକାଇ ସ୍ଥିତି ଉପରେ ନଜର ରଖିଛି। ବିଧାନସଭାରେ ବଜେଟ୍‌ ଅଧିବେଶନ ଜାରି ରହିଥିବାବେଳେ ଦାବି ପୂରଣ ଆଶା ରଖି ବିଭିନ୍ନ ସଂଘ ଓ ସଙ୍ଗଠନ ପକ୍ଷରୁ ଧାରଣା, ବିକ୍ଷୋଭ ଓ ଶୋଭାଯାତ୍ରା ଚାଲିଛି। ସୋମବାର ୫ ସଙ୍ଗଠନର ନାରାବାଜିରେ ଲୋୟର ପିଏମ୍‌ଜି ରାସ୍ତା ଫାଟିପଡ଼ୁଥିଲା। ଆଉ କିଛି ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଥିଲା।
ହାଇସ୍କୁଲରେ କେବେ ନିଯୁକ୍ତ ହେବେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ
ହାଇସ୍କୁଲରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ତାଲିମ୍‌ପ୍ରାପ୍ତ ପିଇଟି, ହିନ୍ଦୀ, ସଂସ୍କୃତ ବେକାରି ଶିକ୍ଷକ ସଂଘ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ଆନ୍ଦୋଳନରେ ସାମିଲ ଶିକ୍ଷିତ ବେକାର ଯୁବତୀ ଓ ଯୁବକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେଶନରୁ ସେମାନେ ବିଶାଳ ଶୋଭାଯାତ୍ରାରେ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ। ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ସେମାନେ ସେଠାରେ ରାଜ୍ୟ ସରକାରଙ୍କ ଶିକ୍ଷା ମାରଣ ନୀତି ବିରୋଧରେ ନାରାବାଜି କରିଥିଲେ।
ସଅର ବଦଳରେ ଶବର ଲେଖିବା ନିର୍ଦ୍ଦେଶ ପ୍ରତ୍ୟାହାର ଦାବି
ଜମିପଟ୍ଟାରେ ସଅରକୁ କାଟି ଶବର ଲେଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାପାଳମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ଏହାକୁ ପ୍ରତ୍ୟାହାର କରିବା ଓ ପୁନର୍ବାର ସଅର ଲେଖିବା ଦାବିରେ ଓଡ଼ିଶା ପ୍ରଜା ସଂଘର୍ଷ ସମିତି ପକ୍ଷରୁ ଏକ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି। ଗତ ୧୧ବର୍ଷ ଧରି ସଙ୍ଗଠନ ପକ୍ଷରୁ ଏହି ଗୋଟିଏ ଦାବି ହୋଇ ଆସୁଥିଲେ ହେଁ ରାଜ୍ୟ ସରକାର ଏନେଇ କର୍ଣ୍ଣପାତ କରୁନାହାନ୍ତି। ଦାବି ପୂରଣ ନ ହେବା ଯାଏ ସଂଘ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ଆନ୍ଦୋଳନର ନେତୃତ୍ୱ ନେଇଥିବା ଇଂ. ଦେବାଶିଷ ହୋତା କହିଛନ୍ତି।
୬ ଦଫା ଦାବି ରଖିଲା ଆଇସିଡିଏସ୍‌ ପ୍ରକଳ୍ପ ରାତ୍ର ଜଗୁଆଳ-ପିଅନ ମହସଂଘ
୬ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ବିଭିନ୍ନ ଆଇସିଡିଏସ୍‌ ପ୍ରକଳ୍ପରେ କାର୍ଯ୍ୟରତ ରାତ୍ର ଜଗୁଆଳ-ପିଅନ ମହସଂଘ। ସଂଘ ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା। ମାସିକ ଦରମାକୁ ବଜେଟ୍‌ରେ ପୃଥକ ଭାବେ ସ୍ଥାନିତ କରିବା ଓ ସ୍ବତନ୍ତ୍ର ହେଡ୍‌ର ବ୍ୟବସ୍ଥା କରିବା, ୬ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବା ଓ ଖାଲି ପଡ଼ିଥିବା ପଦବୀ ପୂରଣ କରିବା, ବାକି ଥିବା ଦୈନିକ ମଜୁରି ପ୍ରଦାନ କରିବା, ଚାକିରିରୁ ଅବ୍ୟାହତି ସମୟରେ ସରକାରୀ ସହାୟତା ପ୍ରଦାନ କିରବା, ନିର୍ଦ୍ଧାରିତ ହାରରେ ସମାନ ମଜୁରି ପ୍ରଦାନ କରିବା ଏବଂ ଏଚ୍‌ଆରଏମ୍‌ରେ ପଞ୍ଜୀକୃତ କରିବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଛି ସଂଘ। ଦାବି ନେଇ ପୂର୍ବରୁ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲେ ହେଁ ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ସଂଘର କର୍ମକର୍ତ୍ତା।
ଆଶାକର୍ମୀଙ୍କ ବିକ୍ଷୋଭ, ୧୨ ଦଫା ଦାବିପତ୍ର ପ୍ରଦାନ
ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ୧୨ ଦଫା ଦାବିନେଇ ସୋମବାର ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ଏକ ପ୍ରତିନିଧିଦଳ ରାଜ୍ୟପାଳ, ସ୍ବାସ୍ଥ୍ୟ ମନ୍ତ୍ରୀ, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ଭେଟି ୧୨ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସର୍ବନିମ୍ନ ବେତନ ୧୮ ହଜାର, ଇପିଏଫ, ଇଏସ୍‌ଆଇ ଲାଗୁ କରିବା ସହ ପେନ୍‌ସନ ପ୍ରଦାନ, ଦୁର୍ଘଟଣାଜନିତ ମୃତ୍ୟୁରେ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଆଦିରେ ଆନ୍ଦୋଳନ ଚାଲିଥିବା ନେଇ ଜଣାଇଛନ୍ତି ସଂଘ ସମ୍ପାଦିକା ପ୍ରତିମା ସାମଲ।
କାନଧରି, ଆଣ୍ଠେଇ ଦାବି ରଖିଲେ କନିଷ୍ଠ ଶିକ୍ଷକ
କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ, ନିଯୁକ୍ତିର ବୟସ ସୀମା ୩୨ରୁ ୪୨କୁ ବୃଦ୍ଧି ଓ ବେଆଇନ ଭାବେ ବିନା ଏନ୍‌ଓସି ଓ ସିଓଆର୍‌ରେ ଚାଲୁଥିବା ସମସ୍ତ ଘରୋଇ ବିଦ୍ୟାଳୟକୁ ବନ୍ଦ କରିବା ଦାବିରେ ଓଡ଼ିଶା କନିଷ୍ଠ ଶିକ୍ଷକ ମହାସଂଘର ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀମାଗର୍ର୍ରେ କାନ ଧରି ଆଣ୍ଠେଇ କନିଷ୍ଠ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତ ୧୨ରୁ ବିକ୍ଷୋଭ ଓ ଧାରଣା ଚାଲିଛି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସଭାପତି ଧନଞ୍ଜୟ ଜେନା କହିଛନ୍ତି।
୪୮୮ ବର୍ଗ କଲେଜ ସଂଘର ଅହୋରାତ୍ର ଧାରଣା ୨୦ରୁ
୩ ଦଫା ଦାବି ନେଇ ଆସନ୍ତା ୨୦ ତାରିଖରୁ ୪୮୮ ବର୍ଗ କଲେଜ ସଂଘର ଆନ୍ଦୋଳନ ଓ ଅହୋରାତ୍ର ଧାରଣା ଜାରି ରହିବ। ୪୮୮ ବର୍ଗରେ ଖାଲି ପଡ଼ିଥିବା ପଦବୀ ପୂରଣ, ସପ୍ତମ ବେତନ କମିଶନ ଆଧାରରେ ବେତନ ପ୍ରଦାନ ଓ ଚାକିରି ସର୍ତ୍ତାବଳୀ ସହ ଜିପିଏଫ୍‌, ପ୍ରମୋଶନ, ପେନ୍‌ସନ ଆଦି ପ୍ରଦାନ ଦାବିରେ ସଂଘ ପକ୍ଷରୁ ଧାରଣା ଦିଆଯିବ ବୋଲି ସୋମବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସଂଘ ସଭାପତି ବନମାଳୀ ବାରିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

‘ପାଗଳ ଟ୍ରମ୍ପଙ୍କ ଆକ୍ରମଣ ବନ୍ଦ କର’: କାହାକୁ ଏମିତି କହିଲେ ପୂର୍ବତନ UN ପରମାଣୁ ନୀରିକ୍ଷଣ ମୁଖ୍ୟ

ଓ୍ବାଶିଂଟନ,୫।୪: ଜାତିସଂଘର ପରମାଣୁ ପ୍ରତ୍ୟକ୍ଷ ସଂସ୍ଥାର ପୂର୍ବତନ ମୁଖ୍ୟ ଶନିବାର ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟପ୍ରାଚ୍ୟକୁ ଅଗ୍ନିଗୋଲାରେ ପରିଣତ କରିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ରୋକିବା ପାଇଁ ଅନୁରୋଧ କରିଛନ୍ତି।…

ବୁଶେହର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ଇରାନର ବଡ଼ ଚେତାବନୀ, କହିଲା ଧ୍ୱଂସ ହୋଇଯିବ ଉପସାଗରୀୟ ରାଷ୍ଟ୍ର

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ଉଭୟ ପକ୍ଷରୁ ପରସ୍ପରର ସ୍ଥିତି ଉପରେ ନିରନ୍ତର ଆକ୍ରମଣ ଜାରି ରହିଛି।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri