Posted inଖେଳ

ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳରେ କୋହଲି, ବୁମ୍‌ରା

ଲଣ୍ଡନ, ୩୦।୧୨(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ତେବେ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଅନ୍ୟ କୌଣସି ଭାରତୀୟ ଖେଳାଳି ଏହି ଦଳରେ ସ୍ଥାନ ପାଇ ନାହାନ୍ତି। ଅଷ୍ଟ୍ରେଲିଆ ସୀମିତ ଓଭର ଅଧିନାୟକ ଆରୋନ ଫିଞ୍ଚ୍‌ ଏହି ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ସେହିପରି ଅନ୍ୟ ଦୁଇ ଅଷ୍ଟ୍ରେଲୀୟ ଖେଳାଳି ଶେନ ଓ୍ବାଟସନ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କୁ ମଧ୍ୟ ସ୍ଥାନ ମିଳିଛି। ଦୁଇ ଇଂଲଣ୍ଡ କ୍ରିକେଟର ଜୋସ ବଟଲର ଓ ଡେଭିଡ ଓ୍ବିଲି , ଦୁଇ ଆଫଗାନିସ୍ତାନ ଅଲ୍‌ରାଉଣ୍ଡର ମହମ୍ମଦ ନବୀ ଓ ରସିଦ ଖାଁ, ନ୍ୟୁଜିଲାଣ୍ଡର କଲିନ ମୁନରୋ ଓ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ଅନ୍ତର୍ଜାତୀୟ ଟି୨୦ରେ କୋହଲି ଅସାଧାରଣ ପ୍ରଦର୍ଶନ କରିଛନ୍ତି ବୋଲି ଓ୍ବିସଡେନ ତରଫରୁ କୁହାଯାଇଛି। କୋହଲିଙ୍କ ହାରାହାରି ରନ୍‌ ସଂଗ୍ରହ ୫୩ ରହିଛି। ଉଭୟ ପେସ୍‌ ଓ ସ୍ପିନ୍‌ ବିପକ୍ଷରେ କୋହଲିଙ୍କ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ରହିଆସିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ସେ ୩ ନମ୍ବରରେ ବ୍ୟାଟିଂ କରି ସ୍ଥିତି ସମ୍ଭାଳିବା ସହ ଏକାଧିକ ବାର ଦଳକୁ ଜିତାଇଛନ୍ତି ବୋଲି ଓ୍ବିସଡେନ ଓ୍ବେବସାଇଟ୍‌ ତରଫରୁ କୁହାଯାଇଛି। କୋହଲି ମଧ୍ୟ ଦଶନ୍ଧିର ଓ୍ବିସ୍‌ଡନ ଶ୍ରେଷ୍ଠ ୫ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ତାଲିକାରେ ଷ୍ଟିଭ୍‌ ସ୍ମିଥ୍‌, ଡେଲ ଷ୍ଟେଇନ, ଏବି ଡିଭିଲର୍ସ ଓ ଏଲିସ ପେରୀ ସ୍ଥାନ ପାଇଛନ୍ତି।
ସେହିପରି ଯଶପ୍ରୀତ ବୁମ୍‌ରା ମଧ୍ୟ ଦ୍ରୁତ ବୋଲିଂରେ ଅସାଧାରଣ ପ୍ରଦର୍ଶନ କରିଛନ୍ତି। ଟି୨୦ରେ ୫୧ଟି ଉଇକେଟ ନେବା ସହ ସେ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୨୧୬ଟି ଉଇକେଟ ଅକ୍ତିଆର କରିଛନ୍ତି ବୋଲି ଓ୍ବିସ୍‌ଡନ ତରଫରୁ କୁହାଯାଇଛି। ତେବେ ୨୦୦୭ରେ ନେତୃତ୍ୱ ନେଇ ଭାରତକୁ ପ୍ରଥମ ଟି୨୦ ବିଶ୍ୱକପ୍‌ରେ ଚାମ୍ପିୟନ କରାଇଥିବା ଧୋନୀଙ୍କୁ ଏହି ଦଳରେ ସ୍ଥାନ ମିଳିନାହିଁ।
ଦଶନ୍ଧିର ଓ୍ବିସ୍‌ଡେନ ଟି୨୦ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), କଳିନ ମୁନରୋ, ବିରାଟ କୋହଲି, ଶେନ ଓ୍ବାଟସନ, ଗ୍ଲେନ ମ୍ୟାକ୍ସଓ୍ବେଲ, ଜୋସ ବଟଲର, ମହମ୍ମଦ ନବୀ, ଡେଭିଡ ଓ୍ବିଲି, ରସିଦ ଖାଁ, ଯଶପ୍ରୀତ ବୁମ୍‌ରା ଓ ଲାସିଥ ମାଲିଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବାଘଛୁଆର ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍‌

ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri