ଦର୍ପଦଳନ ରଥରେ ଫାଟ

ପୁରୀ, ୧୮ା୬(ଅଜିତ ମହାନ୍ତି) ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ଦୁଇଦିନ ବାକିଥିବାବେଳେ ଶନିବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଫାଟ ଦେଖିବାକୁ ମିଳିଛି। ରଥର ସାନଉଛୁଳା ଚକ ବା ପଛୁଆଣି ଚକର ଅଖରେ ଫାଟ ସୃଷ୍ଟି ହୋଇଛି। ଫଳରେ ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ଅଖ ଫାଟ ମରାମତି ହେବ କି ଅଖ ପରିବର୍ତ୍ତନ କରାଯିବ ସେ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ଫାଟ ଥିବାବେଳେ ସେଥିରେ କ୍ଲାମ୍ପ ଦିଆଯାଇଥିଲା। ତେବେ ଫାଟ ଅଧିକ ଦିଶିଥିଲା। ତେଣୁ ରଥ ଗଡ଼ିବାରେ ସମସ୍ୟା ଉପୁଜିବା ନେଇ ଆଶଙ୍କା କରାଯାଉଛି। ତେଣୁ ଉକ୍ତ ଅଖ ବଦଳାଯିବାକୁ ଭକ୍ତଙ୍କ ପକ୍ଷରୁ ଦାବି ହେଉଛି।
ଅନ୍ୟପକ୍ଷରେ ଦର୍ପଦଳନ ରଥର ଏକ ଅଖରେ ଫାଟ ଥିବା ଜଣାପଡ଼ିିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଅପରାହ୍ନ ପ୍ରାୟ ୧ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରଥ ନିର୍ମାଣ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଏଥିରେ ବରିଷ୍ଠ ଅଧିକାରୀ, ଜିଲାପାଳ, ପରିଚାଳନା କମିଟିର ସଦସ୍ୟ, ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟି ସଦସ୍ୟ, ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ତିନିରଥର ମୁଖ୍ୟ ମହାରଣାଙ୍କ ସମେତ ଭୋଇ ସର୍ଦ୍ଦାର ଉପସ୍ଥିତ ଥିଲେ। ଦର୍ପଦଳନ ରଥ ଚକର ଅଖ ପରିବର୍ତ୍ତନ କିମ୍ବା ଏହାକୁ ମରାମତି କରାଯିବ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପରେ ବିଶ୍ୱକର୍ମା ମହାରଣାମାନେ କହିଥିଲେ, କଣ୍ଟା ବାଡ଼େଇବା ବେଳେ କାଠ ଦବିଯାଇଛି। କିଛି ସମସ୍ୟା ହେବନାହିଁ। ସେହିପରି ଫାଟ ଗୁରୁତର ନୁହେଁ, ତେଣୁ କୌଣସି ସମସ୍ୟା ହେବନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ବୈଠକ ପରେ ଶ୍ରୀମନ୍ଦିର ବୈଷୟିକ କୋର୍‌ କମିଟିର ସଦସ୍ୟମାନେ ରଥ ନିକଟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। କମିଟିର ସଦସ୍ୟ ଏନ୍‌.ସି. ପାଲ୍‌ ସୂଚନା ଦେଇ କହିଥିଲେ ଯେ, ଚକ ଓ ଅଖ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। କୌଣସି ବିପଦ ନାହିଁ। ରଥ ମଧ୍ୟ ସମ୍ପୂର୍ଣ୍ଣ ନିରାପଦ। ପୂର୍ବରୁ ଏକ ୟୁ କ୍ଲାମ୍ପ୍‌ ଲାଗିଥିଲା। ଏବେ ଆଉ ଏକ ୟୁ କ୍ଲାମ୍ପ୍‌ ଦିଆଯିବ। ସୃଷ୍ଟି ହୋଇଥିବା ଫାଟ ନଗଣ୍ୟ। ଯେଉଁ ଫାଟ ବୋଲି କୁହାଯାଉଛି ତାହା ଫାଟ ନୁହେଁ ବରଂ ସାମାନ୍ୟ କ୍ରାକ୍‌। କାଠ ଦୁର୍ବଳ ନୁହେଁ। ତେଣୁ କୌଣସି ସମସ୍ୟା ନାହିଁ। ରଥଟଣା ବେଳେ କୌଣସି ସମସ୍ୟା ଦେଖାଯିବ ନାହିଁ। କ୍ରାକ୍‌ଟି ତୁମ୍ବର ବହୁତ ଦୂରରେ ହୋଇଛି। ରଥର ପଛୁଆଣି ଚକରେ ଏକ କ୍ରାକ୍‌ ଦେଖାଯାଇଛି, ଯେଉଁଥିରେ କୌଣସି ସମସ୍ୟା ବା ଅସୁବିଧା ନାହିଁ ବୋଲି ପାଲ୍‌ ମତବ୍ୟକ୍ତ କରିଛନ୍ତି। ସେହିପରି ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର ସ୍ଥିତି ଅନୁଧ୍ୟାନ ପରେ କହିଛନ୍ତି, କଞ୍ଚା କାଠ ଓ ପ୍ରବଳ ଖରା ଯୋଗୁ ସାମାନ୍ୟ କ୍ରାକ୍‌ ହୋଇଛି। ଅଖରେ ଦେଖାଯାଇଥିବା କ୍ରାକ୍‌ ଯୋଗୁ କାୈଣସି ଅସୁବିଧା ନାହଁ। ଯେଉଁ ଯାଗାରେ କ୍ରାକ୍‌ ହୋଇଛି, ସେଠାରେ ଗୋଟିଏ କ୍ଲାମ୍ପ ଦିଆଯିବ। କାରଣ କ୍ରାକ୍‌ଟି ତୁମ୍ବର ବହୁତ ବାହାରେ ରହିଛି। ତେଣୁ ଅଖ ପରିବର୍ତ୍ତନର ଆବଶ୍ୟକତା ନାହିଁ। ସମସ୍ତ କମିିଟି ସଦସ୍ୟ ଦେଖିଛନ୍ତି ଯେ, କିଛି ସମସ୍ୟା ନାହିଁ। ସବୁ ଠିକ୍‌ ଅଛି। ରଥଯାତ୍ରା ସମୟରେ କାୈଣସି ସମସ୍ୟା ହେବନାହିଁ ବୋଲି ମହାପାତ୍ର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ପୁଣି ଯୁଦ୍ଧ ମୁହାଁ ମିଡଲ ଇଷ୍ଟ, ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି – ତେହରାନ ସରକାର ଏକ କର୍କଟ; ଶୀଘ୍ର ଅସ୍ତ୍ରୋପଚାର ଆବଶ୍ୟକ, ଜବାବ ରଖିଲା ଇରାନ

ଓ୍ବାଶିଂଟନ,୮।୭: ପଶ୍ଚିମ ଏସିଆ ପୁଣି ଥରେ ବଡ଼ ସଂଘର୍ଷ ଆଡକୁ ମୁହାଁଇଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସରକାର…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri