ଦକ୍ଷିଣା ଟଙ୍କାକୁ ନେଇ ସେବକଙ୍କ ସହ ଗଣ୍ଡଗୋଳ: ସିଂହଦ୍ୱାର ଆଗରେ ଶଙ୍ଖା ଭାଙ୍ଗିଲେ ମହିଳା

ପୁରୀ ଅଫିସ,୧୫।୩: ଶ୍ରୀମନ୍ଦିରରେ ଦାନ, ଦକ୍ଷିଣା ଆଦାୟ ଉପରେ ସୁପ୍ରିମ୍‌କୋର୍ଟ ରୋକ୍‌ ଲଗାଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ କୌଣସି ପ୍ରକାର ଜୁଲମ୍‌ କରାଯାଇ ପାରିବ ନାହିଁ। ଥାଳି ପକାଇ କେହି ଦକ୍ଷିଣା ଆଦାୟ କରିପାରିବେ ନାହିଁ ବୋଲି ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହି କଟକଣା ପରେ ଯଦିଓ ଦାନ, ଦକ୍ଷିଣା ଆଦାୟକୁ ନେଇ ପୂର୍ବଭଳି ଅଭିଯୋଗ ଜଣାପଡୁନାହିଁ କିନ୍ତୁ ଏବେ ବି ବିଭିନ୍ନ ସ୍ଥାନରେ ଥାଳି ରଖାଯାଇଛି। ଏଥିରେ ବି ଭକ୍ତମାନେ ଦକ୍ଷିଣା ପକାଉଛନ୍ତି। ଏହି ଦକ୍ଷିଣା ଅର୍ଥକୁ ନେଇ ଶନିବାର ସିଂହଦ୍ୱାର ସମ୍ମୁଖରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ସେବକ ଏବଂ ଜଣେ ମହିଳାଙ୍କ ମଧ୍ୟରେ କଥା କଟାକଟି ଓ ଗଣ୍ଡଗୋଳ ହୋଇଛି। ଏପରି କି ମହିଳା ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ତାଙ୍କ ହାତରୁ ଶଙ୍ଖା ଖୋଲି ସିଂହଦ୍ୱାର ସମ୍ମୁଖରେ ଫୋପାଡ଼ି ଭାଙ୍ଗି ଦେଇଥିଲେ।

ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭ କଡ଼ରେ ଥାଳି ରଖାଯାଉଛି। ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଥମେ ଅରୁଣ ସ୍ତମ୍ଭକୁ ଛୁଇଁ ଦର୍ଶନ କରିବା ସହ ଥାଳିରେ ଦକ୍ଷିଣା ପକାଇଥାନ୍ତି। ଏହାପରେ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି। ଶନିବାର ସକାଳେ ଜଣେ ମହିଳା ଭକ୍ତ ଅରୁଣ ସ୍ତମ୍ଭ ନିକଟରେ ଥିବା ଦକ୍ଷିଣା ଥାଳିରୁ ପଇସା ଚୋରି କରୁଥିବା ଅଭିଯୋଗ କରି ଜଣେ ସେବକ ତାଙ୍କୁ ଆକ୍ରମଣ କରିଥିଲେ। ମହିଳାଙ୍କ ହାତକୁ ମୋଡ଼ି ଦେବା ସହ ତାଙ୍କୁ ଧକ୍କା ମାରିଥିଲେ। ଏଥିରେ ମହିଳା ଜଣଙ୍କ ଅପମାନ ବୋଧ କରିବା ସହ ଉତ୍ତେଜିତ ହୋଇପଡ଼ିିଥିଲେ। ହାତରେ ପଥର ଖଣ୍ଡିଏ ଧରି ସମ୍ପୃକ୍ତ ସେବକଙ୍କୁ ଆକ୍ରମଣ କରିବା ଲାଗି ଗୋଡ଼ାଇଥିଲେ। ଏପରି କି ତାଙ୍କ ଉପରକୁ ପଥର ଫୋପାଡ଼ିିବାକୁ ଉଦ୍ୟମ କରିଥିଲେ। ସିଂହଦ୍ୱାର ନିକଟରେ ଥିବା ପୋଲିସ କର୍ମଚାରୀମାନେ ସମ୍ପୃକ୍ତ ମହିଳାଙ୍କୁ ବୁଝାଶୁଝା କରି ପଥର ଛଡ଼ାଇ ନେଇଥିଲେ। ହେଲେ ଏତିକିରେ ମହିଳାଙ୍କ ରାଗ ଶାନ୍ତ ହୋଇ ନ ଥିଲା। ସେ ତାଙ୍କ ହାତରୁ ଶଙ୍ଖା ଖୋଲି ଅରୁଣସ୍ତମ୍ଭ ନିକଟକୁ ଫିଙ୍ଗିଥିଲେ। ଲୁହା ବ୍ୟାରିକେଡ଼ରେ ବାଜି ଶଙ୍ଖା ଭାଙ୍ଗି ତଳେ ପଡ଼ିଥିଲା। ଦର୍ଶନ ପାଇଁ ଯାଉଥିବା ଭକ୍ତମାନେ କିଛି ସମୟ ଅଟକି ଏହାକୁ ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri