Odisha Elections 2024

ଥମୁନି ଦାଦନ ଯାତନା

ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ ସେମାନେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। କୌଣସି ପ୍ରକାରେ ନିଜ ଜନ୍ମମାଟିକୁ ଫେରିଯିବା ଲାଗି ସେମାନେ ବ୍ୟଗ୍ର। ସେମାନଙ୍କ ଫେରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ଓ ବସ୍‌ ବ୍ୟବସ୍ଥା କରାଯାଇଥିଲେ ହେଁ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଅନେକ ଶ୍ରମିକ ଚାଲିଚାଲି କିମ୍ବା ବିପଜ୍ଜନକ ଭାବେ ମାଲବାହୀ ଟ୍ରକ୍‌ ଉପରେ ବସି ଫେରୁଥିବା ଦେଖାଯାଇଛି। ଯେଉଁଠି ବସ୍‌ ସୁବିଧା ମିଳୁଛି ସେଠାରେ ଶ୍ରମିକଙ୍କ ସଂଖ୍ୟା ତୁଳନାରେ ତାହା ନଗଣ୍ୟ। ତେଣୁ କେମିତି ଘରକୁ ଫେରିବେ ସେଥିପାଇଁ ଶ୍ରମିକମାନେ ରାତି ଅଧରୁ ବସ୍‌ଷ୍ଟାଣ୍ଡରେ ଧାଡ଼ି ଲଗାଉଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା ଲାଗି ପ୍ରତି ବସ୍‌ରେ ମାତ୍ର ୨୨ ଜଣ ଯାତ୍ରୀଙ୍କୁ ଅନୁମତି ମିଳିଥିବାବେଳେ ଠାଣେ ବସ୍‌ଷ୍ଟାଣ୍ଡରେ ପ୍ରବାସୀ ଶ୍ରମିକମାନେ ୧.୫ କିଲୋମିଟର ଧରି ଲାଇନ ଲଗାଇଛନ୍ତି। ସେମାନେ ରବିବାର ରାତି ୧୦ଟାରୁ ଲାଇନରେ ଛିଡ଼ା ହୋଇଥିବା ଜଣାପଡିଛି।
ଧାଡ଼ି ଅତି ମନ୍ଥର ଗତିରେ ଆଗଉଥିବାରୁ ତାଙ୍କ ପାଳି କେତେବେଳେ ପଡ଼ିବ ବୋଲି ମଧ୍ୟପ୍ରଦେଶର ଜଉନପୁର ଯିବାକୁ ଅପେକ୍ଷା କରିଥିବା ଜଣେ ଶ୍ରମିକ କହିଛନ୍ତି। ବସ୍‌ରେ ଯିବା ପାଇଁ ନାମ ପଞ୍ଜୀକରଣ କଲାବେଳେ ଆଧାର କାର୍ଡ ବିବରଣୀ ଦେବାକୁ ପଡ଼ୁଛି। ବସ୍‌ ବ୍ୟବସ୍ଥା ହୋଇଥିବା ଖବର ପାଇବା ପରେ ସେ ରବିବାର ସନ୍ଧ୍ୟାରୁ ବସ୍‌ଷ୍ଟାଣ୍ଡକୁ ଆସିଥିବା କହିଛନ୍ତି। ରବିବାର ଲକ୍‌ଡାଉନକୁ ଚତୁର୍ଥ ଥର ପାଇଁ ବଢ଼ାଯିବା ପରେ ବହୁସଂଖ୍ୟାରେ ଶ୍ରମିକ ଚାଲି ଚାଲି ଫେରିବା ପାଇଁ ରାସ୍ତାକୁ ଓହ୍ଲାଇଥିବାବେଳେ ଠାଣେ ପୋଲିସ ସେମାନଙ୍କୁ ଅଟକାଇ ବସ୍‌ଷ୍ଟାଣ୍ଡକୁ ଯିବା ଲାଗି ନିର୍ଦ୍ଦେଶ ଦେଉଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଥିବା ବେଳେ ମୁମ୍ବାଇ ପରେ ଠାଣେ ସର୍ବାଧିକ ସଂକ୍ରମିତ ସହର।
ସେହିପରି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଘରକୁ ଫେରିବା ପାଇଁ ଉତ୍ତରପ୍ରଦେଶର ଗାଜିଆବାଦରେ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି। ବସ୍‌୍‌ରେ ଯିବା ଲାଗି ପଞ୍ଜୀକରଣ ନିମନ୍ତେ ଗାଜିଆବାଦର ରାମଲୀଳା ମଇଦାନରେ ଶ୍ରମିକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱ ନିୟମକୁ ସେମାନେ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି। ବସ୍‌ ସେମାନଙ୍କୁ ଷ୍ଟେଶନ ନେବାପରେ ସେଠାରୁ ସେମାନେ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବିହାର ଫେରିବେ। କେବଳ ସତର୍କତା ନାଁରେ ଶ୍ରମିକମାନେ ସେମାନଙ୍କ ମୁହଁକୁ କପଡ଼ାରେ ଢାଙ୍କିଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱକୁ ଧ୍ୟାନ ଦିଆଯାଉ ନ ଥିବା ନେଇ ପ୍ରଶ୍ନ ହେବାରୁ ଜଣେ ଶ୍ରମିକ କହିଥିଲେ, ସେ ରୋଗ କ’ଣ ଜାଣନ୍ତି ନାହିଁ, କିନ୍ତୁ ସେ ଭୋକରେ ମରିବାକୁ ଚାହୁଁନାହନ୍ତି। ପ୍ରଶାସନର ପରିଚାଳନାଗତ ତ୍ରୁଟିକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ଜୟରାମ ଠାକୁରଙ୍କ ତୃତୀୟ ଫିଲ୍ମ ‘କଙ୍ଗନା ମଣ୍ଡି କେ ଅଙ୍ଗନା’ ବି ହେବ ଫ୍ଲପ: ମୁଖ୍ୟମନ୍ତ୍ରୀ ସୁଖୁ

ଶିମଲା,୧୯୧।୫: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିଲାସପୁରର ଜଗତଖାନା ଠାରେ ନିର୍ବାଚନ ପ୍ରଚାର କରିଥିଲେ। ସେ ହମିରପୁର ଆସନରୁ ଲୋକ ସଭା ପ୍ରାର୍ଥୀ ସତ୍ୟପାଲ ସିଂ...

ମୁଁ କେବେ ଏତେ ମୁଛୁଆ ଲୋକ ଦେଖି ନାହିଁ: ମୋଦିଙ୍କୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୧୯।୫: ମଧ୍ୟପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମତଦାନ ସମସ୍ତ ୨୯ ଟି ଆସନରେ ଚାରିଟି ପର୍ଯ୍ୟାୟରେ ଶେଷ ହୋଇଛି। ସେପଟେ ପୂର୍ବତନ...

ପଞ୍ଚମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ରାଜନାଥ ସିଂ, ସ୍ମୃତି ଇରନୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ସୋମବାର (୨୦ ମେ’) ରେ ହେବ। ଏହି ପର୍ଯ୍ୟାୟରେ ଆଠଟି ରାଜ୍ୟରେ ୪୯ ଟି...

ପ୍ରଧାନମନ୍ତ୍ରୀ ମୋଦି ବହୁତ ପାଓ୍ବାରଫୁଲ, ହେଲେ…: ଜେଲର କଥା ଉଠାଇ ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୯।୫: ଜାମିନରେ ଆସିବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ରମାଗତ ଟାର୍ଗେଟ କରୁଛନ୍ତି। କେଜରିୱାଲ ଦାବି କରିଛନ୍ତି ଯେ...

ନୂଆ ଆପରାଧିକ ଆଇନ ବିରୋଧରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୫: ତିନୋଟି ନୂତନ ଆପରାଧିକ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ସୋମବାର ସୁପ୍ରିମକୋର୍ଟ ଏହି ପିଟିସନର ଶୁଣାଣି କରିବେ। ନୂତନ ଆପରାଧିକ...

ଫାରୁକ ଅବଦୁଲ୍ଲାଙ୍କ ରାଲିରେ ଛୁରାମାଡ, ୨ କର୍ମୀ ଆହତ

ଜମ୍ମୁ,୧୯।୫: ରବିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର ମେହେନ୍ଦରରେ ଏକ ନିର୍ବାଚନ ରାଲିରେ ଅଜ୍ଞାତ ବ୍ୟକ୍ତିଙ୍କ ଛୁରାମାଡରେ ତିନିଜଣ ନ୍ୟାଶନାଲ କନଫରେନ୍ସ (ଏନସି) କର୍ମୀ ଆହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri