ଥମୁନି ଦାଦନ ଯାତନା

ଠାଣେ/ଗାଜିଆବାଦ,୧୯ା୫: କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଅବଧି ବଢ଼ିଚାଲିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କ ଯାତନାର ଅନ୍ତ ହେଉନାହିଁ। କାମଧନ୍ଦା ହରାଇ ଭୋକ ଉପାସରେ ଦୀର୍ଘଦିନ ବିତାଇବା ପରେ ସେମାନେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। କୌଣସି ପ୍ରକାରେ ନିଜ ଜନ୍ମମାଟିକୁ ଫେରିଯିବା ଲାଗି ସେମାନେ ବ୍ୟଗ୍ର। ସେମାନଙ୍କ ଫେରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ଓ ବସ୍‌ ବ୍ୟବସ୍ଥା କରାଯାଇଥିଲେ ହେଁ ତାହା ପର୍ଯ୍ୟାପ୍ତ ନୁହେଁ। ତେଣୁ ଅନେକ ଶ୍ରମିକ ଚାଲିଚାଲି କିମ୍ବା ବିପଜ୍ଜନକ ଭାବେ ମାଲବାହୀ ଟ୍ରକ୍‌ ଉପରେ ବସି ଫେରୁଥିବା ଦେଖାଯାଇଛି। ଯେଉଁଠି ବସ୍‌ ସୁବିଧା ମିଳୁଛି ସେଠାରେ ଶ୍ରମିକଙ୍କ ସଂଖ୍ୟା ତୁଳନାରେ ତାହା ନଗଣ୍ୟ। ତେଣୁ କେମିତି ଘରକୁ ଫେରିବେ ସେଥିପାଇଁ ଶ୍ରମିକମାନେ ରାତି ଅଧରୁ ବସ୍‌ଷ୍ଟାଣ୍ଡରେ ଧାଡ଼ି ଲଗାଉଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା ଲାଗି ପ୍ରତି ବସ୍‌ରେ ମାତ୍ର ୨୨ ଜଣ ଯାତ୍ରୀଙ୍କୁ ଅନୁମତି ମିଳିଥିବାବେଳେ ଠାଣେ ବସ୍‌ଷ୍ଟାଣ୍ଡରେ ପ୍ରବାସୀ ଶ୍ରମିକମାନେ ୧.୫ କିଲୋମିଟର ଧରି ଲାଇନ ଲଗାଇଛନ୍ତି। ସେମାନେ ରବିବାର ରାତି ୧୦ଟାରୁ ଲାଇନରେ ଛିଡ଼ା ହୋଇଥିବା ଜଣାପଡିଛି।
ଧାଡ଼ି ଅତି ମନ୍ଥର ଗତିରେ ଆଗଉଥିବାରୁ ତାଙ୍କ ପାଳି କେତେବେଳେ ପଡ଼ିବ ବୋଲି ମଧ୍ୟପ୍ରଦେଶର ଜଉନପୁର ଯିବାକୁ ଅପେକ୍ଷା କରିଥିବା ଜଣେ ଶ୍ରମିକ କହିଛନ୍ତି। ବସ୍‌ରେ ଯିବା ପାଇଁ ନାମ ପଞ୍ଜୀକରଣ କଲାବେଳେ ଆଧାର କାର୍ଡ ବିବରଣୀ ଦେବାକୁ ପଡ଼ୁଛି। ବସ୍‌ ବ୍ୟବସ୍ଥା ହୋଇଥିବା ଖବର ପାଇବା ପରେ ସେ ରବିବାର ସନ୍ଧ୍ୟାରୁ ବସ୍‌ଷ୍ଟାଣ୍ଡକୁ ଆସିଥିବା କହିଛନ୍ତି। ରବିବାର ଲକ୍‌ଡାଉନକୁ ଚତୁର୍ଥ ଥର ପାଇଁ ବଢ଼ାଯିବା ପରେ ବହୁସଂଖ୍ୟାରେ ଶ୍ରମିକ ଚାଲି ଚାଲି ଫେରିବା ପାଇଁ ରାସ୍ତାକୁ ଓହ୍ଲାଇଥିବାବେଳେ ଠାଣେ ପୋଲିସ ସେମାନଙ୍କୁ ଅଟକାଇ ବସ୍‌ଷ୍ଟାଣ୍ଡକୁ ଯିବା ଲାଗି ନିର୍ଦ୍ଦେଶ ଦେଉଛି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଟପିଥିବା ବେଳେ ମୁମ୍ବାଇ ପରେ ଠାଣେ ସର୍ବାଧିକ ସଂକ୍ରମିତ ସହର।
ସେହିପରି ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଘରକୁ ଫେରିବା ପାଇଁ ଉତ୍ତରପ୍ରଦେଶର ଗାଜିଆବାଦରେ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି। ବସ୍‌୍‌ରେ ଯିବା ଲାଗି ପଞ୍ଜୀକରଣ ନିମନ୍ତେ ଗାଜିଆବାଦର ରାମଲୀଳା ମଇଦାନରେ ଶ୍ରମିକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱ ନିୟମକୁ ସେମାନେ ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି। ବସ୍‌ ସେମାନଙ୍କୁ ଷ୍ଟେଶନ ନେବାପରେ ସେଠାରୁ ସେମାନେ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ବିହାର ଫେରିବେ। କେବଳ ସତର୍କତା ନାଁରେ ଶ୍ରମିକମାନେ ସେମାନଙ୍କ ମୁହଁକୁ କପଡ଼ାରେ ଢାଙ୍କିଥିବା ଦେଖିବାକୁ ମିଳିଛି। ସାମାଜିକ ଦୂରତ୍ୱକୁ ଧ୍ୟାନ ଦିଆଯାଉ ନ ଥିବା ନେଇ ପ୍ରଶ୍ନ ହେବାରୁ ଜଣେ ଶ୍ରମିକ କହିଥିଲେ, ସେ ରୋଗ କ’ଣ ଜାଣନ୍ତି ନାହିଁ, କିନ୍ତୁ ସେ ଭୋକରେ ମରିବାକୁ ଚାହୁଁନାହନ୍ତି। ପ୍ରଶାସନର ପରିଚାଳନାଗତ ତ୍ରୁଟିକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନଡ୍ଡା, ମାଲବ୍ୟଙ୍କୁ ବେଙ୍ଗାଲୁରୁ ପୋଲିସର ସମନ

ବେଙ୍ଗାଲୁରୁ, ୮।୫: ମୁସଲମାନ ସଂରକ୍ଷଣକୁ ନେଇ କର୍ନାଟକ ଭାଜପା ପକ୍ଷରୁ କରାଯାଇଥିବା ବିବାଦୀୟ ପୋଷ୍ଟ ମାମଲାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଆଇଟି...

ବିବାଦ ପରେ କଂଗ୍ରେସ ବିଦେଶ ମୁଖ୍ୟ ପଦରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ,୮ା୫: କଂଗ୍ରେସ ନେତା ସାମ୍ ପିଟ୍ରୋଡା ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟ ତାଙ୍କର ଏହି ଇସ୍ତଫା ଗ୍ରହଣ କରିଛି।ଏହି...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କର ପୁଣିଥରେ ହେବ ପୋଷ୍ଟମର୍ଟମ

ମୁମ୍ବାଇ,୮ା୫: ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସର ହେପାଜତରେ ଆତ୍ମହତ୍ୟା କରିଥିବା ଅଭିଯୁକ୍ତ ଅନୁଜ ଥାପାନଙ୍କ ପୋଷ୍ଟମର୍ଟମ ପୁଣି ଥରେ...

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

ଭାରତରେ ୮% ହ୍ରାସ ପାଇଛି ହିନ୍ଦୁମାନଙ୍କ ଜନସଂଖ୍ୟା, ଏଇ ସମ୍ପ୍ରଦାୟର ହୋଇଛି ବୃଦ୍ଧି: ପ୍ରଧାନମନ୍ତ୍ରୀଙ୍କ ପ୍ୟାନେଲ୍ ରିପୋର୍ଟ

ନୂଆଦିଲ୍ଲୀ,୮।୫: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୧୯୫୦ ରୁ ୨୦୧୫ ମଧ୍ୟରେ ଭାରତରେ (ହିନ୍ଦୁ) ଅଧିକାଂଶ ଧର୍ମର...

କେଜ୍‌ରିଓ୍ବାଲ ଜେଲ୍‌ରେ ରହିବେ ନା ଘରକୁ ଯିବେ ଆସନ୍ତାକାଲି ଆସିବ ବଡ଼ ରାୟ

ନୂଆଦିଲ୍ଲୀ,୮ା୫: ଲୋକ ସଭା ନିର୍ବାଚନରେ ପ୍ରଚାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ଉପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର...

ବିଶ୍ୱ ବଜାରରୁ କୋଭିସିଲ୍ଡ ଟିକା ପ୍ରତ୍ୟାହୃତ କରିବ ଆଷ୍ଟ୍ରାଜେନେକା, ପାର୍ଶ୍ୱପ୍ରତିକ୍ରିୟା ନେଇ ଖୁଲାସା ପରେ…

ନୂଆଦିଲ୍ଲୀ,୮।୫: ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ବିଶ୍ୱ ବଜାରରୁ ଏହାର କୋଭିଡ-୧୯ ଟିକାର ବିକ୍ରି ଉପରେ ରୋକୋ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏଥିରେ ଭାରତରେ ପ୍ରସ୍ତୁତ...

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ଚଢ଼ାଉ

ନୂଆଦିଲ୍ଲୀ,୮ା୫: ଝାଡ଼ଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ଇଡି ରେଡ୍‌ କରିଛି। ଗିରଫ ଅଭିଯୁକ୍ତ ସଞ୍ଜୀବ ଲାଲଙ୍କ ସହ ଇଡି ପ୍ରୋଜେକ୍ଟ ଭବନରେ ବୁଧବାର ପହଞ୍ଚିଛି। ଗ୍ରାମ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri