ତୁଟିଲା ସରକାରୀ ବସ୍‌ଷ୍ଟାଣ୍ଡ ଅଡ଼ୁଆ

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳରେ ନିର୍ମାଣ ଚାଲିଥିବା ଅତ୍ୟାଧୁନିକ ସରକାରୀ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଥିବା କେତୋଟି ଦୋକାନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଯାଇଛି। ସମ୍ପୃକ୍ତ ଦୋକାନୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନୂତନ ସରକାରୀ ବସ୍‌ ଟର୍ମିନାଲରେ ଦୋକାନ ଗୃହ ଦେବା ପାଇଁ ଓଏସ୍‌ଆର୍‌ଟିସି ପକ୍ଷରୁ ସ୍ପଷ୍ଟ କରାଯିବା ପରେ ଏହି ସମସ୍ୟାର ସମାଧାନ ହୋଇଛି। ଏଥିସହ ଖୁବ୍‌ଶୀଘ୍ର ନୂତନ ବସ୍‌ଷ୍ଟାଣ୍ଡକୁ ଉଦ୍‌ଘାଟନ କରାଯିବ ବୋଲି ଓଏସ୍‌ଆର୍‌ଟିସି ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ସରକାରୀ ବସ୍‌ଷ୍ଟାଣ୍ଡ ସମ୍ମୁଖରେ ଦୀର୍ଘ ଦିନ ହେବ ଉଠା ବ୍ୟବସାୟୀମାନେ ଜବର ଦଖଲରେ ଥିଲେ। ତେବେ ବସ୍‌ଷ୍ଟାଣ୍ଡ ନିର୍ମାଣ ପୂର୍ବରୁ ସେମାନଙ୍କ ନିକଟରୁ ଓଏସ୍‌ଆର୍‌ଟିସି ଦୋକାନ ଘର ଯୋଗାଇ ଦେବା ପାଇଁ ଟଙ୍କା ନେଇଥିଲା। ପରେ ଦୁଇ ଜଣ ବ୍ୟବସାୟୀଙ୍କୁ ଟଙ୍କା ଫେରସ୍ତ କରି ନ ଥିବାରୁ ସେମାନଙ୍କୁ ଦୋକାନ ଘର ଦିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏ ନେଇ କୌଣସି ଲିଖିତ ଦସ୍ତାବିଜ ପାଇ ନ ଥିବାରୁ ବ୍ୟବସାୟୀମାନେ ଉଚ୍ଛେଦ ସମୟରେ ଉଚ୍ଚ ନ୍ୟାୟାଳୟରୁ ଷ୍ଟେ ଅର୍ଡର ଆଣିଥିଲେ। ତେବେ ଅନୁଗୋଳ ଜିଲାପାଳ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ଓଏସ୍‌ଆର୍‌ଟିସିକୁ ଚିଠି ମଧ୍ୟ ଲେଖିଥିଲେ। ଏଥିରେ ଦୁଇ ଜଣ ଦୋକାନୀଙ୍କୁ ଅଗ୍ରାଧିକାର ଦେଇ ବିଭାଗର ସର୍ତ୍ତାବଳୀ ଭିତ୍ତିରେ ଦୋକାନ ଘର ଯୋଗାଇ ଦେବାକୁ ଜିଲାପାଳ ଉଲ୍ଲେଖ କରିଥିଲେ। ଏହାର ପ୍ରତି ବଦଳରେ ଓଏସ୍‌ଆର୍‌ଟିସି ଚିଠି ନଂ. ୧୦୬୬୮ରେ ଉଭୟଙ୍କୁ ଦୋକାନ ଘର ପ୍ରଦାନ କରାଯିବ ବୋଲି ଉଲ୍ଲେଖ କରିଛି। ଏହାପରେ ସମ୍ପୃକ୍ତ ୨ ଦୋକାନୀ ଆସନ୍ତା ୭ ଦିନ ମଧ୍ୟରେ ବସ୍‌ଷ୍ଟାଣ୍ଡ ସମ୍ମୁଖରୁ ଦୋକାନ ଘର ହଟାଇଦେବେ ବୋଲି ଜିଲା ପ୍ରଶାସନକୁ ଅବଗତ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri