ଢେଙ୍କାନାଳରୁ ବାହୁଡ଼ିଲେ ୧୧୦ ହାତୀ

ଢେଙ୍କାନାଳ ଅଫିସ, ୭।୧

ପଡ଼ୋଶୀ ଜିଲାରୁ ଢେଙ୍କାନାଳକୁ ଚାଲିଆସିଥିବା ହାତୀପଲ ବାହୁଡ଼ିବା ଆରମ୍ଭ କରିଛନ୍ତି। ଗତ ଅଗଷ୍ଟରୁ ଚଳିତ ୫ ତାରିଖ ସୁଦ୍ଧା ୧୧୦ ହାତୀ ଅନ୍ୟ ଜିଲାକୁ ପଳାଇଛନ୍ତି। ପୂର୍ବ ବାସସ୍ଥାନକୁ ହାତୀ ଫେରିବା ପରେ ଜିଲା ବନ ବିଭାଗ ସାମାନ୍ୟ ଆଶ୍ୱସ୍ତି ହୋଇଛି। ୨୦୧୯ ବର୍ଷରେ ହାତୀପଲ ପରଜଙ୍ଗ ବ୍ଲକରେ ସର୍ବାଧିକ କ୍ଷତି କରିଥିବା ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ସରକାରୀ ଭାବେ ଢେଙ୍କାନାଳରେ ୧୬୬ ହାତୀ ଥିବା ଗଣନାରୁ ଜଣାପଡ଼ିଛି। ହେଲେ ଏଠାକାର ଥଣ୍ଡା ଜଳବାୟୁ, ସଂରକ୍ଷିତ ଜଙ୍ଗଲରେ ଖାଦ୍ୟ ଲୋଭରେ ଜିଲା ବାହାରୁ ଶତାଧିକ ହାତୀ ପଳାଇ ଆସିଥିଲେ। ଫଳରେ ହାତୀସଂଖ୍ୟା ୨୫୦ ଟପି ଯାଇଥିଲା। ଅନ୍ୟପଟେ ହାତୀଙ୍କ ଦ୍ୱାରା ବ୍ୟାପକ ଫସଲ ହାନି, ସେମାନଙ୍କୁ ଘଉଡ଼ାଇବାକୁ ଯାଇ ବନ ବିଭାଗ ନାକେଦମ ହେବା ଗତବର୍ଷ ମୁଖ୍ୟ ସମସ୍ୟା ପାଲଟିଥିଲା। ଏଣିକି ବନ ବିଭାଗ ପକ୍ଷରୁ ଜିଲାର ସମସ୍ତ ୮ ରେଞ୍ଜ୍‌ରେ ପ୍ରତିଦିନ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ସେମାନଙ୍କ ସଂଖ୍ୟା ଆକଳନ କରାଯାଇ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟରେ ଜିଲାରେ ମୋଟ ହାତୀସଂଖ୍ୟା ୨୬୧ ଥିଲା। ଜାନୁୟାରୀ ୫ ସୁଦ୍ଧା ୧୧୦ ହାତୀ ପଡ଼ୋଶୀ ଜିଲାକୁ ପଳାଇଛନ୍ତି। ତନ୍ମଧ୍ୟରେ ୫୦ଟି ଢେଙ୍କାନାଳ ସୀମାନ୍ତ ଆଠଗଡ଼ ବନାଞ୍ଚଳରେ ଅଛନ୍ତି। ଅନ୍ୟ ୬୦ଟି ଅନୁଗୋଳ ଏବଂ କେନ୍ଦୁଝର ଜିଲାକୁ ପଳାଇଛନ୍ତି। ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଏବେ ୧୫୦ ହାତୀ ଚଳପ୍ରଚଳ କରୁଛନ୍ତି। ଗତବର୍ଷ ହାତୀ ଉପଦ୍ରବରେ ସର୍ବାଧିକ ପ୍ରଭାବିତ ହୋଇଥିଲା ପରଜଙ୍ଗ ବ୍ଲକ। ୨୦୧୯ରେ ବ୍ଲକର ବିଭିନ୍ନ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବାବେଳେ ୪୦ଜଣ ଗୁରୁତର ହୋଇଛନ୍ତି। ହାତୀପଲ ୧୦୦ରୁ ଅଧିକ ଘର ମଧ୍ୟ ଭାଙ୍ଗିଛନ୍ତି। ବ୍ୟାପକ ଫସଲ ଉଜାଡ଼ି ଦେଇଥିବାରୁ ଏହାର ପ୍ରଭାବ ଚାଷୀଙ୍କ ଆର୍ଥିକ ବ୍ୟବସ୍ଥା ଉପରେ ପଡ଼ିଛି।
ଏ ନେଇ ଜିଲା ବନଖଣ୍ଡ ଅଧିକାରୀ କୁହନ୍ତି, ଏଣିକି ଦୈନିକ ହାତୀଙ୍କ ଗତିବିଧି ଏବଂ ସେମାନଙ୍କ ସଂଖ୍ୟାକୁ ନେଇ ସମୀକ୍ଷା କରାଯାଉଛି। ଅଗଷ୍ଟରେ ସେ ଦାୟିତ୍ୱ ଗ୍ରହଣ କରିବା ବେଳେ ଜିଲାରେ ୨୬୧ ହାତୀ ଥିଲେ। ସେଥିରୁ ୧୧୦ ହାତୀ ବାହାର ଜିଲାକୁ ପଳାଇଛନ୍ତି। ଫଳରେ ଉପଦ୍ରବ କିଛି ପରିମାଣରେ କମିଛି। ଫସଲ ଅମଳ ସରିଥିବାରୁ ହାତୀପଲ ଅନ୍ୟ ଜିଲା ମୁହଁା ହୋଇଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri