ଡ୍ରେନେଜ୍‌ ଡିଭିଜନ ଦୁର୍ନୀତିର ତଦନ୍ତ ଦାବି : ଭିଜିଲାନ୍ସ ଅଫିସ ଘେରାଉ କରିବ ଭାଜପା

ବ୍ରହ୍ମପୁର ଅଫିସ,୨୯ା୧୦-ରେଶମ ନଗରୀ ପରିମଳ ବ୍ୟବସ୍ଥାରେ ବ୍ରହ୍ମପୁରର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଥିବା ବାହାନା ଓ ସାପୁଆ ନାଳ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇ ନାଳ ନିୟମିତ ସଫା ହେଉ ନ ଥିବା ଏବଂ ପୁନରୁଦ୍ଧାର କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁ ବର୍ଷା ହେବା ମାତ୍ରେ ପାଣି ନିଷ୍କାସନ ହୋଇ ନ ପାରି ଅନେକ ଅଞ୍ଚଳ ଜଳମଗ୍ନ ସହ ବିଭିନ୍ନ ସମୟରେ ନାଳ ପାଣି ଘର ଭିତରେ ପଶି ସମସ୍ୟା ସୃଷ୍ଟି କରୁଛି। ବ୍ରହ୍ମପୁର ଡ୍ରେନେଜ୍‌ ଡିଭିଜନକୁ ଏହାର ପୁନଃ ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। ଅପରପକ୍ଷରେ ଏହି କାର୍ଯ୍ୟ ପାଇଁ ବହୁ କୋଟି ଟଙ୍କା ସମ୍ପୃକ୍ତ ଡିଭିଜନକୁ ମଞ୍ଜୁର ହୋଇଛି। ତେବେ ଠିକଣା ଭାବରେ ବିନିଯୋଗ ନ ହୋଇ ବହୁ ଟଙ୍କା ହେରଫେର ହୋଇଥିବା ଗଞ୍ଜାମ ଜିଲା ଭାଜପା ପକ୍ଷରୁ ସଙ୍ଗିନ ଅଭିଯୋଗ କରାଯାଇଛି । ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ତ୍ୱରିତ ପଦକ୍ଷେପ ନିଆ ନ ଗଲେ ପ୍ରତିବାଦରେ ଆସନ୍ତା ୪ରେ ଭିଜିଲାନ୍ସ ଅଫିସ ଘେରାଉ ସହ ବିକ୍ଷୋଭ କରାଯିବାକୁ ଚେତାବନୀ ଦିଆଯାଇଛି । ଜିଲା ଭାଜପା ସଭାପତି କାହ୍ନୁ ଚରଣ ପତି ସୋମବାର ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଗତ ସପ୍ତାହର ଲଘୁଚାପ ବର୍ଷାରେ ବାହାନା ଓ ସାପୁଆ ନାଳ ପାଣି ଗଜପତି ଓ ଜୟପ୍ରକାଶ ନଗର ସମେତ ଉତ୍ତରପଟରେ ଥିବା ଅନେକ ଖାଲୁଆ ଅଞ୍ଚଳ ବସ୍ତିରେ ପଶି ଯାଇଥିଲା। ସେହିପରି ଗାନ୍ଧୀନଗର ଓ ଅନ୍ୟ ଅଞ୍ଚଳବାସୀଙ୍କୁ ଜଳବନ୍ଦୀ କରି ଦେଇଥିଲା। ଗେଟ ବଜାର ନିକଟ ୫ନଂ. ୱାର୍ଡର କେତେକ ଅଞ୍ଚଳରେ ବାହାନା ନାଳ ଧସିଯାଇ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନାଳ ପାର୍ଶ୍ୱରେ ଥିବା କେତେକ କୋଠାଘର କାନ୍ଥ ଭାଙ୍ଗିଯାଇଥିଲା। ବାହାନା ନାଳର ପୁନଃ ନିର୍ମାଣ ପାଇଁ ଭାଜପା ଦାବି କରିଛି। ଇଞ୍ଜିନିୟରିଂ ସ୍କୁଲ ଛକରୁ ମେଡିକାଲ ଛକ ଯାଏ ରାସ୍ତା ଉପରେ ହ୍ରଦ ସୃଷ୍ଟି ହୋଇ ଗୁରୁତର ସମସ୍ୟା ଉପୁଜିଥିଲା। ଏହା ସହିତ ଲଗାଣ ବର୍ଷାରେ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ଆଣ୍ଠୁଏ ପାଣି ଭର୍ତ୍ତି ହୋଇ ଧାନର ବ୍ୟାପକ କ୍ଷତି ହୋଇଛି। ଫଳରେ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ ଏବଂ କ୍ଷତିଗ୍ରସ୍ତ ଜିଲା ଭାବେ ସରକାର ଘୋଷଣା ପାଇଁ ଦାବି କରାଯାଇଛି ।
ବ୍ରହ୍ମପୁର ବିକାଶ ମୋର ଦାୟିତ୍ୱ ବୋଲି ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଏଠାରେ ଘୋଷଣା କରିଛନ୍ତି । ଏବେ ଶାସକ ଦଳର ଚାଲିଥିବା ଜନ ସମ୍ପର୍କ ପଦଯାତ୍ରା ବେଳେ ନେତା ଓ କର୍ମୀ ତାହା ଦୋହରାଉଛନ୍ତି ।
ତେବେ କେବଳ ବର୍ଷା ବିପତ୍ାତ ନୁହେଁ, ଅନ୍ୟ ସମୟରେ ମଧ୍ୟ ବ୍ରହ୍ମପୁର ରାସ୍ତାଘାଟ ଓ ଡ୍ରେନ୍‌ଗୁଡ଼ିକ ଦୀର୍ଘଦିନରୁ ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଯାନବାହନ ଓ ଲୋକଙ୍କ ଯାତାୟାତ ବିପଜ୍ଜନକ ହୋଇଥିବାରୁ ବ୍ରହ୍ମପୁର ବିକାଶର ନଗ୍ନ ଚିତ୍ର ପଦାରେ ପଡ଼ିଥିବା ଭାଜପା ପକ୍ଷରୁ ତାଚ୍ଛଲ୍ୟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri