ଡ୍ରେନେଜ୍‌ ଡିଭିଜନ ଦୁର୍ନୀତିର ତଦନ୍ତ ଦାବି : ଭିଜିଲାନ୍ସ ଅଫିସ ଘେରାଉ କରିବ ଭାଜପା

ବ୍ରହ୍ମପୁର ଅଫିସ,୨୯ା୧୦-ରେଶମ ନଗରୀ ପରିମଳ ବ୍ୟବସ୍ଥାରେ ବ୍ରହ୍ମପୁରର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଥିବା ବାହାନା ଓ ସାପୁଆ ନାଳ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଦୁଇ ନାଳ ନିୟମିତ ସଫା ହେଉ ନ ଥିବା ଏବଂ ପୁନରୁଦ୍ଧାର କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁ ବର୍ଷା ହେବା ମାତ୍ରେ ପାଣି ନିଷ୍କାସନ ହୋଇ ନ ପାରି ଅନେକ ଅଞ୍ଚଳ ଜଳମଗ୍ନ ସହ ବିଭିନ୍ନ ସମୟରେ ନାଳ ପାଣି ଘର ଭିତରେ ପଶି ସମସ୍ୟା ସୃଷ୍ଟି କରୁଛି। ବ୍ରହ୍ମପୁର ଡ୍ରେନେଜ୍‌ ଡିଭିଜନକୁ ଏହାର ପୁନଃ ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। ଅପରପକ୍ଷରେ ଏହି କାର୍ଯ୍ୟ ପାଇଁ ବହୁ କୋଟି ଟଙ୍କା ସମ୍ପୃକ୍ତ ଡିଭିଜନକୁ ମଞ୍ଜୁର ହୋଇଛି। ତେବେ ଠିକଣା ଭାବରେ ବିନିଯୋଗ ନ ହୋଇ ବହୁ ଟଙ୍କା ହେରଫେର ହୋଇଥିବା ଗଞ୍ଜାମ ଜିଲା ଭାଜପା ପକ୍ଷରୁ ସଙ୍ଗିନ ଅଭିଯୋଗ କରାଯାଇଛି । ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ତ୍ୱରିତ ପଦକ୍ଷେପ ନିଆ ନ ଗଲେ ପ୍ରତିବାଦରେ ଆସନ୍ତା ୪ରେ ଭିଜିଲାନ୍ସ ଅଫିସ ଘେରାଉ ସହ ବିକ୍ଷୋଭ କରାଯିବାକୁ ଚେତାବନୀ ଦିଆଯାଇଛି । ଜିଲା ଭାଜପା ସଭାପତି କାହ୍ନୁ ଚରଣ ପତି ସୋମବାର ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଗତ ସପ୍ତାହର ଲଘୁଚାପ ବର୍ଷାରେ ବାହାନା ଓ ସାପୁଆ ନାଳ ପାଣି ଗଜପତି ଓ ଜୟପ୍ରକାଶ ନଗର ସମେତ ଉତ୍ତରପଟରେ ଥିବା ଅନେକ ଖାଲୁଆ ଅଞ୍ଚଳ ବସ୍ତିରେ ପଶି ଯାଇଥିଲା। ସେହିପରି ଗାନ୍ଧୀନଗର ଓ ଅନ୍ୟ ଅଞ୍ଚଳବାସୀଙ୍କୁ ଜଳବନ୍ଦୀ କରି ଦେଇଥିଲା। ଗେଟ ବଜାର ନିକଟ ୫ନଂ. ୱାର୍ଡର କେତେକ ଅଞ୍ଚଳରେ ବାହାନା ନାଳ ଧସିଯାଇ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନାଳ ପାର୍ଶ୍ୱରେ ଥିବା କେତେକ କୋଠାଘର କାନ୍ଥ ଭାଙ୍ଗିଯାଇଥିଲା। ବାହାନା ନାଳର ପୁନଃ ନିର୍ମାଣ ପାଇଁ ଭାଜପା ଦାବି କରିଛି। ଇଞ୍ଜିନିୟରିଂ ସ୍କୁଲ ଛକରୁ ମେଡିକାଲ ଛକ ଯାଏ ରାସ୍ତା ଉପରେ ହ୍ରଦ ସୃଷ୍ଟି ହୋଇ ଗୁରୁତର ସମସ୍ୟା ଉପୁଜିଥିଲା। ଏହା ସହିତ ଲଗାଣ ବର୍ଷାରେ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ଆଣ୍ଠୁଏ ପାଣି ଭର୍ତ୍ତି ହୋଇ ଧାନର ବ୍ୟାପକ କ୍ଷତି ହୋଇଛି। ଫଳରେ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ ଏବଂ କ୍ଷତିଗ୍ରସ୍ତ ଜିଲା ଭାବେ ସରକାର ଘୋଷଣା ପାଇଁ ଦାବି କରାଯାଇଛି ।
ବ୍ରହ୍ମପୁର ବିକାଶ ମୋର ଦାୟିତ୍ୱ ବୋଲି ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଏଠାରେ ଘୋଷଣା କରିଛନ୍ତି । ଏବେ ଶାସକ ଦଳର ଚାଲିଥିବା ଜନ ସମ୍ପର୍କ ପଦଯାତ୍ରା ବେଳେ ନେତା ଓ କର୍ମୀ ତାହା ଦୋହରାଉଛନ୍ତି ।
ତେବେ କେବଳ ବର୍ଷା ବିପତ୍ାତ ନୁହେଁ, ଅନ୍ୟ ସମୟରେ ମଧ୍ୟ ବ୍ରହ୍ମପୁର ରାସ୍ତାଘାଟ ଓ ଡ୍ରେନ୍‌ଗୁଡ଼ିକ ଦୀର୍ଘଦିନରୁ ଶୋଚନୀୟ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଯାନବାହନ ଓ ଲୋକଙ୍କ ଯାତାୟାତ ବିପଜ୍ଜନକ ହୋଇଥିବାରୁ ବ୍ରହ୍ମପୁର ବିକାଶର ନଗ୍ନ ଚିତ୍ର ପଦାରେ ପଡ଼ିଥିବା ଭାଜପା ପକ୍ଷରୁ ତାଚ୍ଛଲ୍ୟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri