Posted inଫୁରସତ

ଡ୍ରିମ୍‌ ଓ୍ବେଡିଂ

ନିଜ ବିବାହକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସ୍ବପ୍ନ ଥାଏ। ବିବାହକୁ ସ୍ମରଣୀୟ କରିବା ଲାଗି ଲୋକେ ଅନେକ ନୂତନ ତଥା ନିଆରା ପନ୍ଥା ଆପଣେଇଥାନ୍ତି। ଏଥିଲାଗି କିଏ ଡେଷ୍ଟିନେଶନ ଓ୍ବେଡିଂର ଯୋଜନା କରିଥାନ୍ତି ତ କେହି ମୁକ୍ତ ଆକାଶ ତଳେ ଷ୍ଟାର ନାଇଟ୍‌ ଓ୍ବେଡିଂ। ଲୋକମାନଙ୍କ ଏହି ସବୁ ଚାହିଦାକୁ ଦୃଷ୍ଟିରେ ରଖି ଆମେରିକାର ଲାସ୍‌ ଭେଗାସ୍‌ ଠାରେ ଓ୍ବେଡିଂ ପ୍ଲାନରମାନେ ବିଭିନ୍ନ ପ୍ରକାର ଥିମ୍‌କୁ ନେଇ ଓ୍ବେଡିଂ ପ୍ଲାନ କରିଥାନ୍ତି। ସାଧାରଣତଃ ରଙ୍ଗିନ ସହର ଲାସ୍‌ ଭେଗାସ୍‌ ଆମୋଦ ପ୍ରମୋଦ ତଥା ମଉଜମସ୍ତି ଲାଗି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ। ତେବେ ନିଜ ଜୀବନ ସାଥୀଙ୍କ ସହ ଏକ ସୁଖଦ ଏବଂ ସ୍ମରଣୀୟ ଜୀବନର ଶୁଭାରମ୍ଭ କରିବା ଲାଗି ପର୍ଯ୍ୟଟକମାନେ ଏହି ସହରକୁ ବାଛିଥାନ୍ତି। ଏଠାରେ ଓ୍ବେଡିଂ ପ୍ଲାନରମାନେ ଗ୍ରାହକଙ୍କ ପସନ୍ଦ ମୁତାବକ ହେଲିକପ୍ଟରରେ, ବିଶାଳ ରୋଲର କୋଷ୍ଟର ଉପରେ ତଥା ସାର୍କ ରିଫ୍‌ ଆକ୍ୱାରିୟମ ମଧ୍ୟରେ ସାର୍କମାନଙ୍କ ଗହଣରେ ବିବାହର ଆୟୋଜନ କରିଥାନ୍ତି। ସେଭଳି ବିଭିନ୍ନ ଥିମ୍‌ ଯଥା, ଡିସ୍କୋ ଥିମ୍‌, ରେଟ୍ରୋ ଥିମ୍‌, ଡ୍ରାକୁଲାସ୍‌ ଟୋମ୍ବ, ରକ୍‌ ଆଣ୍ଡ୍‌ ରୋଲ୍‌, ବିଚ୍‌ ପାର୍ଟି ତଥା ବିଭିନ୍ନ କମିକ୍‌ କ୍ୟାରେକ୍ଟରକୁ ନେଇ ଥିମ୍‌ ଓ୍ବେଡିଂ ପ୍ଲାନ କରିଥାନ୍ତି। ଉକ୍ତ ଥିମ୍‌ ଅନୁଯାୟୀ ବିବାହର ସମ୍ପୂର୍ଣ୍ଣ ସେଟ୍‌ର ଡିଜାଇନ୍‌, କଷ୍ଟ୍ୟୁମ୍‌ ତଥା ଖାଦ୍ୟର ମେନୁ ପ୍ରସ୍ତୁତ କରାଯାଇଥାଏ। ବିଭିନ୍ନ ଥିମ୍‌ ପାର୍ଟି ଲାଗି ଭିନ୍ନ ଭିନ୍ନ ପ୍ୟାକେଜ୍‌ ରହିଛି। ଗ୍ରାହକମାନେ ନିଜ ବଜେଟ ଏବଂ ପସନ୍ଦ ମୁତାବକ ପ୍ୟାକେଜ୍‌ ବାଛି ବିବାହକୁ ସ୍ମରଣୀୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି।…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri