Posted inଫୁରସତ

ଡିପ୍ରେଶନ୍‌ ଦୂର କରେ ଅଙ୍ଗୁର

କାମର ଚାପ ହେଉକି ପାରିବାରିକ ସମସ୍ୟା ଆଜିକାଲି ଅନେକେ ଡିପ୍ରେଶନ୍‌ ବା ଅବସାଦର ଶିକାର ହେଉଛନ୍ତି। ଏଥିରୁ ମୁକୁଳିବା ପାଇଁ କିଏ କେତେ ଉପାୟ ଆପଣାଉଛନ୍ତି। ତେବେ ଜାଣି ଖୁସି ହେବେ ଛୋଟିଆ ଫଳ ଅଙ୍ଗୁର ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତ କରିପାରିବ। ଏମିତିରେ ବି ଅଙ୍ଗୁର ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ଏଥିରେ କ୍ୟାଲୋରୀ, ଫାଇବର୍‌, ଭିଟାମିନ୍‌ ସି ଓ ଭିଟାମିନ୍‌ ଇ ଥାଏ। ଆୟୁର୍ବେଦରେ ବି ଏହାକୁ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ବୋଲି କୁହାଯାଏ। ତେବେ ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, ‘ଯଦି ଆପଣ ବିସାଦଗ୍ରସ୍ତ ଏବଂ ଏଥିରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ଅଙ୍ଗୁର ନିଶ୍ଚୟ ଖାଆନ୍ତୁ। କାରଣ ଅଙ୍ଗୁର ମନୋବିକାର କମ୍‌ କରିଥାଏ।’ ଉକ୍ତ ଗବେଷଣା ଅନୁସାରେ ଅଙ୍ଗୁରରୁ ମିଳୁଥିବା ନୈସର୍ଗିକ ତତ୍ତ୍ୱ ହତାଶା ଭଳି ମନୋବିକାର କମ୍‌ କରିପାରେ। ଗବେଷଣାର ମୁଖ୍ୟ ଗବେଷକ ତଥା ନ୍ୟୁୟର୍କର ମେଡିସିନ ପ୍ରଫେସର୍‌ ଗିୟୁଲିଓ ମାରିୟା ପସିନେତି କହନ୍ତି, ‘ଅଙ୍ଗୁରରେ ଥିବା ବାୟୋଆକ୍ଟିଭ୍‌ ଡାୟଟାରୀ ପଲିଫିନଲ କମ୍ପାଉଣ୍ଡ ଉତ୍ତେଜନା ସହ ଜଡିତ କୋଶ ଓ ଆଣବିକ ମାର୍ଗକୁ ନଷ୍ଟ କରି ନିରାଶା ସ୍ଥିତିରୁ ବାହାରକୁ ବାହାରିବାରେ ସାହାଯ୍ୟ କରିଥାଏ। ତେଣୁ ଅଙ୍ଗୁରକୁ ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ ଏବଂ ଡିପ୍ରେଶନ୍‌ ସମସ୍ୟାରୁ ମୁକ୍ତି ପାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି।…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri