ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ

ଢେଙ୍କାନାଳ ଅଫିସ, ୨ା୭ ଢେଙ୍କାନାଳ ଡାକମଣ୍ଡଳ ପକ୍ଷରୁ ମୁଖ୍ୟ ଡାକଘର ପରିସରରେ ସୋମବାର ଡିଜିଟାଲ ଇଣ୍ଡିଆ ଆନିଭର୍ସାରୀ ପାଳିତ ହୋଇଯାଇଛି। ଡାକମଣ୍ଡଳ ଅଧୀକ୍ଷକ ବିପିନ ବିହାରୀ ମହାନ୍ତି, ପ୍ରଧାନ ଡାକପାଳ ପୂର୍ଣ୍ଣଚନ୍ଦ୍ର ଶୁକ୍ଳା, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ବରିଷ୍ଠ ପରିଚାଳକ ମହେଶ ନାୟକଙ୍କ ସମେତ ବହୁ ଡାକ କର୍ମଚାରୀ, ଜନସାଧାରଣ ଉପସ୍ଥିତ ଥିଲେ।
୨୦୧୫ ଜୁଲାଇ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂଆଦିଲ୍ଲୀରେ ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭ ହୋଇଥିଲା। ଏହାପରେ ଡାକ ବିଭାଗରେ ବ୍ୟାପକ ଆଧୁନିକୀକରଣ ହୋଇଛି। ଡାକଘରେ କୋର ବ୍ୟାଙ୍କିଙ୍ଗ୍‌ ସୁବିଧା, ଡାକ ଜୀବନବୀମା କମ୍ପ୍ୟୁଟରୀକରଣ, ସ୍ମାର୍ଟଫୋନ ଜରିଆରେ ଚିଠିପତ୍ର ବଣ୍ଟନ, ଅନ୍‌ଲାଇନ ଟ୍ରାଞ୍ଜାକ୍ସନ ସୁବିଧା ମିଳୁଛି। ଡିଜିଟାଲ ଆଡଭାନ୍ସମେଣ୍ଟ ଅଫ୍‌ ରୁରାଲ ପୋଷ୍ଟ ଅଫିସ୍‌ ଫର୍‌ ନିଉ ଇଣ୍ଡିଆ (ଦର୍ପଣ) ପ୍ରୋଜେକ୍ଟ ଡିଜିଟାଲ ଇଣ୍ଡିଆର ଆଉ ଗୋଟିଏ ପଦକ୍ଷେପ। ଢେଙ୍କାନାଳ ଡାକମଣ୍ଡଳ ଅଧୀନ ୫୦ ଉପ ଡାକଘର, ୪୧୯ ଶାଖା ଡାକଘର ଏଥିରେ ଅନ୍ତର୍ଭୁକ୍ତ ହୋଇଛି। ଏହାଦ୍ୱାରା ଡାକସେବା ଅଧିକ ସୁଗମ ହୋଇଛି। ଡାକମଣ୍ଡଳ ଅଧୀନ ଢେଙ୍କାନାଳ, ଅନୁଗୋଳ ଜିଲା ଗ୍ରାମାଞ୍ଚଳର ଲୋକମାନେ ‘ଦର୍ପଣ’ ଦ୍ୱାରା ଟଙ୍କା ପଇସା ନେଣଦେଣ, ବୀମାରାଶି ପଇଠ ଏବଂ ଚିଠିପତ୍ର ଆଦାନ ପ୍ରଦାନ ପାରଦର୍ଶିତାର ସହ କରିପାରୁଛନ୍ତି।
ଡାକଘରେ ଖାତାଗୁଡ଼ିକ ମଧ୍ୟ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସହିତ ସଂଯୋଗ କରାଯାଇପାରୁଛି। ଗ୍ରାହକମାନେ ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌, ମୋବାଇଲ ରିଚାର୍ଜ, ଜଳକର ଦେୟ, ବିଦ୍ୟୁତ ଦେୟ ସହିତ ଅନ୍ୟ ବ୍ୟାଙ୍କ ଖାତାକୁ ମଧ୍ୟ ଟଙ୍କା ପ୍ରେରଣ କରିପାରୁଛନ୍ତି ବୋଲି ସୂଚନା ଦିଆଯାଇଥିଲା। ବ୍ୟବସାୟ କାର୍ଯ୍ୟନିର୍ବାହୀ ଦୀପ୍ତିରଞ୍ଜନ ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଡାକମଣ୍ଡଳ କାର୍ଯ୍ୟାଳୟ ପର୍ଯ୍ୟବେକ୍ଷକ ସୁବୋଧ ଶତପଥୀ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ

ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri