ଠିକାଦାରି ପ୍ରୀତିରେ ଚାଲିଛି ଏକାମ୍ର କ୍ଷେତ୍ର ବିକାଶ

ପୁରୁଣା ଭୁବନେଶ୍ୱର,୧୦।୨(ଡି.ଏନ.ଏ.): ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟନର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ବିଭିନ୍ନ ଅଧିକାରୀ ଏକ ପ୍ରହସନରେ ପରିଣତ କରିଛନ୍ତି। ସରକାରୀ, ଘରୋଇ ଓ ଦେବୋତ୍ତର ଜମିରୁ ଉଚ୍ଛେଦ ପରେ ସରକାରୀ ତହବିଲକୁ ଜମି ଆସିଛି। ସେଠାରେ ରାତି ଅଧିଆ ଲାଇଟ ଲଗାଇ ଠିକାଦାରି ପ୍ରୀତିରେ କାର୍ଯ୍ୟ କରାଯିବା ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ପୂର୍ବରୁ ଏଭଳି ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଅବୈଧ ଭାବେ ବ୍ୟାଖ୍ୟାନ କେନ୍ଦ୍ର, ଯାତ୍ରୀ ବିଶ୍ରାମ ସ୍ଥଳ ନିର୍ମାଣ ଓ ପରବର୍ତ୍ତୀ ସମୟରେ ଉଚ୍ଛେଦ ଯୋଗୁ ପର୍ଯ୍ୟଟନ ବିଭାଗ ସମେତ ବିଭିନ୍ନ ଅଧିକାରୀ ଅପନିନ୍ଦା ମୁଣ୍ଡାଇଥିଲେ। ମାତ୍ର ମାସେ ଅନ୍ତରରେ ସ୍ଥିତି ପୁଣି ସେହିଭଳି ଉପୁଜିଛି। ତୃଷ୍ଟୀକରଣ ଓ ଠିକାଦାରୀ ପ୍ରୀତିରେ ପୂର୍ତ୍ତ ବିଭାଗ ଆଢୁଆଳରେ ରହି ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକଶନ କର୍ପୋରେଶନ ଭଳି ସଂସ୍ଥାକୁ ଆଳ କରି ସମସ୍ତ ନୀତି ନିୟମକୁ ଅଣଦେଖା କରିବାର ଅଭିଯୋଗ ହେଉଛି।
ପ୍ରକଳ୍ପ ଫଳକ ଲଗାଯାଉନି
ଶହ ଶହ କୋଟିର ବ୍ୟୟ ବରାଦ କରାଯାଇ ଏକାମ୍ର କ୍ଷେତ୍ରର ବିକାଶ ଯୋଜନା ଆରମ୍ଭ ନ ହେଉଣୁ ସରକାରୀ କର୍ମଚାରୀଙ୍କ କଳା କାରନାମା ପଦାରେ ପଡ଼ିଲାଣି। ଟାଇଲ ବିଛାଇବା ନାମରେ କୋଟି କୋଟି ଟଙ୍କାର ଠିକାଦାରି କୌଣସି ଟେଣ୍ଡର ପ୍ରକ୍ରିୟା ନ କରି ଦିଆଯାଇଛି। ୫ ଲକ୍ଷ ଟଙ୍କା ଲେଖାଏ ଭାଗ ଭାଗ କରି ନିର୍ଦ୍ଦିଷ୍ଟ ହାତଗଣତି ପରିଚିତ ଠିକାଦାରଙ୍କୁ କେଉଁ ସ୍ବାର୍ଥରେ କାର୍ଯ୍ୟ ଦିଆଯାଉଛି ଏହା ଏକାମ୍ରବାସୀଙ୍କୁ ବ୍ୟଥିତ କରିଛି। ନିର୍ମାଣସ୍ଥଳରେ ଫଳକ ମାଧ୍ୟମରେ କେଉଁ ବିଭାଗର କାର୍ଯ୍ୟ, ଠିକାଦାରଙ୍କ ନାମ, ବ୍ୟୟ ଅଟକଳ, ଆଦିର ନଁା ଗନ୍ଧ ରହୁନାହିଁ। ଏକାମ୍ରବାସୀଙ୍କୁ ବିଶ୍ୱାସକୁ ନ ନେଇ ରାତିଅଧିଆ ତରବରିଆ ଭାବେ ଲାଇଟ ଲଗାଇ ନିମ୍ନମାନର କାର୍ଯ୍ୟ ଯେନତେନ ପ୍ରକାର ସାରି ଦେଇ ବିଲ୍‌ କରାଇବା ଷଡଯନ୍ତ୍ରରେ ଯନ୍ତ୍ରୀ ଓ ଠିକାଦାର ମସଗୁଲ। ଏସବୁ କାର୍ଯ୍ୟରେ ୫ ଲକ୍ଷ ପର୍ଯ୍ୟନ୍ତ କାର୍ଯ୍ୟାଦେଶ ପ୍ରାଥମିକତା ଭିତ୍ତିରେ ଡ଼ିଗ୍ରୀ ଓ ଡ଼ିପ୍ଲୋମାଧାରୀ ଇଞ୍ଜିନିୟର, କଣ୍ଟ୍ରାକ୍ଟରଙ୍କୁ ଗଣତିକୁ ନ ନେଇ ବିଭିନ୍ନ ରାଜନୈତିକ କର୍ମୀ, ପ୍ରିୟା ପ୍ରୀତି ତୋଷଣରେ ପରିଚିତ ଲୋକଙ୍କୁ ଏକକାଳୀନ ବିଭିନ୍ନ ସ୍ଥାନରେ ୮ରୁ ୧୦ଟି ଲେଖାଏ ଠିକାଦାରି ଦିଆଯାଉଛି।

ତୁଷ୍ଟୀକରଣରେ ବ୍ୟସ୍ତ ଯନ୍ତ୍ରୀ
ଏପରି ବେନିୟମ କାର୍ଯ୍ୟାଦେଶ ବାଣ୍ଟିବା ଏବଂ ପ୍ରକଳ୍ପଟିକୁ ଟେଣ୍ଡର ମାଧ୍ୟମରେ କରାଯାଉ ନ ଥିବା ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ବି. ଜଗବନ୍ଧୁ ରାଓଙ୍କୁ ପଚାରିବାରୁ ବିଭିନ୍ନ ବିଭାଗରେ ଏପରି ଜଣେ ଜଣେ ଠିକାଦାରଙ୍କୁ ୩୦ରୁ ଅଧିକ କାର୍ଯ୍ୟ ଦିଆଯାଉଛି। ଏଣୁ କୌଣସି ଅନିୟମିତତା ଆମ ନଜରକୁ ଆସିନାହିଁ। ଫଳକ ମାରିବା ନେଇ ବ୍ୟବସ୍ଥା ଥିଲେ ମଧ୍ୟ ଲିଙ୍ଗରାଜ କ୍ଷେତ୍ରରେ ଉଚ୍ଛେଦ ଓ ନିର୍ମାଣ ତଥା ଟାଇଲ ବିଛେଇବା କାମ ଚାଲୁଥିବାରୁ ଏହା ଆଗାମୀ ଦିନରେ ଦୃଷ୍ଟି ଦିଆଯିବ ବୋଲି ସେ କହିଥିଲେ। ନିର୍ମାଣ ଦାୟିତ୍ୱରେ ଥିଲେ ମଧ୍ୟ ମିଳିତ ଭାବେ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଏହି ପ୍ରକଳ୍ପରେ ସହଭାଗିତା ଓ ଦାୟିତ୍ୱ ରହିଛନ୍ତି। ଏଣୁ ସେମାନଙ୍କୁ ଏସବୁ ବିଷୟରେ ନ ପଚାରି ସବୁ ଉତ୍ତରଦାୟିତ୍ୱ ପୂର୍ତ୍ତ ବିଭାଗ ଉପରେ ଲଦିବା ଅନ୍ୟାୟ ବୋଲି କହିଥିଲେ। ଏ ସମ୍ପର୍କରେ ନିଖିଳ ଓଡ଼ିଶା ଠିକାଦାରି ସଂଘ ସଭାପତି ପ୍ରଭାତ ଦାସ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ରାଜନୈତିକ ଛତ୍ର ଛାୟାରେ ଓ ଜନପ୍ରତିନିଧିଙ୍କୁ ସନ୍ତୁଷ୍ଟ କରି ପାରୁଥିବା ଲୋକେ ହିଁ ଠିକାଦାରି କରି ପାରୁଛନ୍ତି। ରାଜ୍ୟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଛୋଟ ମୋଟ ଠିକାଦାରଙ୍କ ଅବସ୍ଥା ଏପରି ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ଯୋଗୁ ଦୟନୀୟ ହୋଇଥିବା କ୍ଷୋଭର ସହ ଜଣାଇଥିଲେ। ଭାଗ ଭାଗ କରି କାର୍ଯ୍ୟାଦେଶ ଦେବାକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri