ଟୟୋଟାର ନୂଆ ଡ୍ରାଇଭିଂ ସ୍କୁଲ ଉନ୍ମୋଚିତ

ଭୁବନେଶ୍ୱର,୨୧-୧୧(ବ୍ୟୁରୋ): ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଡ୍ରାଇଭିଂ ସ୍କୁଲ ସ୍ଥାନୀୟ ପଟିଆସ୍ଥିତ ଏସ୍ପିରିଟି ଟୟୋଟା ଶୋ’ରୁମଠାରେ ବୁଧବାର ଉନ୍ମୋଚିତ ହୋଇଛି। ଏହା କମ୍ପାନୀର ୧୩ତମ ଡ୍ରାଇଭିଂ ସ୍କୁଲ ହୋଇଥିବା ବେଳେ ସଡକ ସୁରକ୍ଷାକୁ ଧ୍ୟାନରେ ରଖି ଏହାକୁ ଆରମ୍ଭ କରାଯାଇଛି। ଏହାକୁ ଟୟୋଟା କିର୍ଲୋସ୍କାର ମୋଟର୍ସର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଏନ୍‌.ରାଜା, ପରିବହନ କମିଶନର ସଞ୍ଜୀବ ପଣ୍ଡା ଏବଂ ଏସ୍ପିରିଟ୍‌ ଟୟୋଟା ଶୋ’ରୁମ ସ୍ବତ୍ୱାଧିକାରୀ ସୁନୀଲ ତନୈଜା ଶୁଭାରମ୍ଭ କରିଥିଲେ। କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା ମିଶନ ସେଫ୍ଟିି କାର ଉଇଥ ସେଫ୍ଟି ଡ୍ରାଇଭ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଭଳି ଯୋଜନା ହାତକୁ ନିଆଯାଇଛି। ସଡକ ଦୁର୍ଘଟଣା ଯୋଗୁ ପ୍ରତିବର୍ଷ ୧.୫ ଲକ୍ଷ ଲୋକଙ୍କର ଜୀବନହାନି ହେଉଥିବା ବେଳେ ୪୦୦ରୁ ଅଧିକ ଆହତ ହେଉଛନ୍ତି। ଓଡ଼ିଶାରେ ଚଳିତ ବର୍ଷ ସଡକ ଦୁର୍ଘଟଣା ୧୩% ବୃଦ୍ଧି ପାଇଛି। ପ୍ରାୟ ୭୫% ଦୁର୍ଘଟଣାରେ ଚାଳକଙ୍କ ତ୍ରୁଟି ରହୁଛି। ଏଭଳି ସ୍ଥିତିରେ ଡ୍ରାଇଭିଂ ସ୍କୁଲ ଦ୍ୱାରା ସାଧାରଣ ତ୍ରୁଟିର ସମାଧାନ ହୋଇ ପାରିବ ବୋଲି ମ୍ୟାନେଜିଂ ଡାଇରେକ୍ଟର ଏନ୍‌.ରାଜା ଏହି ଅବସରରେ ମତ ରଖିଛନ୍ତି। ନୂଆ ସ୍କୁଲ ଦ୍ୱାରା ଲୋକମାନେ ସୁରକ୍ଷିତ ଗାଡିଚାଳନା ନେଇ ତଥ୍ୟ ହାସଲ କରିବାକୁ ସକ୍ଷମ ହେବା ସହ ଉପକୃତ ହୋଇପାରିବେ ବୋଲି ଏସ୍ପିରିଟ୍‌ ଟୟୋଟା ଏମ୍‌ଡି ସୁନୀଲ ତନୈଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri