ଟୟୋଟାର ନୂଆ ଡ୍ରାଇଭିଂ ସ୍କୁଲ ଉନ୍ମୋଚିତ

ଭୁବନେଶ୍ୱର,୨୧-୧୧(ବ୍ୟୁରୋ): ଟୟୋଟା କିର୍ଲୋସ୍କାର ମୋଟର୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଡ୍ରାଇଭିଂ ସ୍କୁଲ ସ୍ଥାନୀୟ ପଟିଆସ୍ଥିତ ଏସ୍ପିରିଟି ଟୟୋଟା ଶୋ’ରୁମଠାରେ ବୁଧବାର ଉନ୍ମୋଚିତ ହୋଇଛି। ଏହା କମ୍ପାନୀର ୧୩ତମ ଡ୍ରାଇଭିଂ ସ୍କୁଲ ହୋଇଥିବା ବେଳେ ସଡକ ସୁରକ୍ଷାକୁ ଧ୍ୟାନରେ ରଖି ଏହାକୁ ଆରମ୍ଭ କରାଯାଇଛି। ଏହାକୁ ଟୟୋଟା କିର୍ଲୋସ୍କାର ମୋଟର୍ସର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଏନ୍‌.ରାଜା, ପରିବହନ କମିଶନର ସଞ୍ଜୀବ ପଣ୍ଡା ଏବଂ ଏସ୍ପିରିଟ୍‌ ଟୟୋଟା ଶୋ’ରୁମ ସ୍ବତ୍ୱାଧିକାରୀ ସୁନୀଲ ତନୈଜା ଶୁଭାରମ୍ଭ କରିଥିଲେ। କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଥିବା ସୁରକ୍ଷା ମିଶନ ସେଫ୍ଟିି କାର ଉଇଥ ସେଫ୍ଟି ଡ୍ରାଇଭ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଭଳି ଯୋଜନା ହାତକୁ ନିଆଯାଇଛି। ସଡକ ଦୁର୍ଘଟଣା ଯୋଗୁ ପ୍ରତିବର୍ଷ ୧.୫ ଲକ୍ଷ ଲୋକଙ୍କର ଜୀବନହାନି ହେଉଥିବା ବେଳେ ୪୦୦ରୁ ଅଧିକ ଆହତ ହେଉଛନ୍ତି। ଓଡ଼ିଶାରେ ଚଳିତ ବର୍ଷ ସଡକ ଦୁର୍ଘଟଣା ୧୩% ବୃଦ୍ଧି ପାଇଛି। ପ୍ରାୟ ୭୫% ଦୁର୍ଘଟଣାରେ ଚାଳକଙ୍କ ତ୍ରୁଟି ରହୁଛି। ଏଭଳି ସ୍ଥିତିରେ ଡ୍ରାଇଭିଂ ସ୍କୁଲ ଦ୍ୱାରା ସାଧାରଣ ତ୍ରୁଟିର ସମାଧାନ ହୋଇ ପାରିବ ବୋଲି ମ୍ୟାନେଜିଂ ଡାଇରେକ୍ଟର ଏନ୍‌.ରାଜା ଏହି ଅବସରରେ ମତ ରଖିଛନ୍ତି। ନୂଆ ସ୍କୁଲ ଦ୍ୱାରା ଲୋକମାନେ ସୁରକ୍ଷିତ ଗାଡିଚାଳନା ନେଇ ତଥ୍ୟ ହାସଲ କରିବାକୁ ସକ୍ଷମ ହେବା ସହ ଉପକୃତ ହୋଇପାରିବେ ବୋଲି ଏସ୍ପିରିଟ୍‌ ଟୟୋଟା ଏମ୍‌ଡି ସୁନୀଲ ତନୈଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri