Posted inଖେଳ

ଟ୍ରେନିଂ ସେଣ୍ଟରର ଅଭାବ ଅନୁଭବ କରୁଛନ୍ତି ଦିଲୀପ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ସଫଳ କରାଟେକାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦିଲୀପ କୁମାର ଜେନା। ରାଜ୍ୟସ୍ତରରେ ପର୍ଯ୍ୟାପ୍ତ ସଫଳତା ସହିତ ଜାତୀୟ କରାଟେରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରି ନିଜ କ୍ୟାରିୟରକୁ ରୁଦ୍ଧିମନ୍ତ କରିଥିବା ଦିଲୀପ ଅନ୍ତର୍ଜାତୀୟ ସ୍ତରରେ ସାଉଥ୍‌ ଏସିଆନ କରାଟେ ଚାମ୍ପିୟନଶିପ୍‌ରେ ମଧ୍ୟ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ଛୋଟ ବେଳରୁ ଉତ୍କଳ କରାଟେ ସ୍କୁଲରେ ଫିଟ୍‌ନେସ ଗୁରୁ ଡ. ହରିପ୍ରସାଦ ପଟ୍ଟନାୟକଙ୍କଠାରୁ କୋଚିଂ ନେଇ ଆଗକୁ ବଢ଼ିଥିବା ଏହି ଦୃଢ଼ ମନୋଭାବ ସମ୍ପନ୍ନ କରାଟେକା ଏବେ କରୋନା ଭାଇରସ୍‌ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିିତିରେ ଘରେ ରହିଛନ୍ତି। କୋଚ୍‌ ହରିପ୍ରସାଦଙ୍କଦ୍ୱାରା ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ସେ ଘରେ ସୀମିତ ପରିବେଶ ମଧ୍ୟରେ ଟ୍ରେନିଂ ଜାରି ରଖିଥିବା ପ୍ରକାଶ କରିଛନ୍ତି। ୧୯୯୦ ଏପ୍ରିଲ ୧୫ରେ ଜନ୍ମିତ ଦିଲୀପଙ୍କ ମା’ ପ୍ରିୟାମଣି ଏବଂ ବାପା ହେଉଛନ୍ତି ନନ୍ଦକିଶୋର ଜେନା।
”ଲକ୍‌ଡାଉନ୍‌ ସ୍ଥିତିରେ ଏବେ ଅଭ୍ୟାସ ସ୍ଥଳ କରାଟେ ସ୍କୁଲକୁ ଯିବା ସମ୍ଭବ ହେଉନାହିଁ। ତେଣୁ ହରି ସାର୍‌ଙ୍କ ପରାମର୍ଶକ୍ରମେ ଘରେ ଯେତିକି ସମ୍ଭବ ସେତିକି ଟ୍ରେନିଂ କରି ନିଜକୁ ଫିଟ୍‌ ରଖୁଛି। ସକାଳେ କାର୍ଡିଓ (ସ୍କିପିଂ, ରନିଂ, ଷ୍ଟ୍ରେଚିଂ, କିକ୍‌) ଟ୍ରେନିଂ କରୁଛି। ଦିନବେଳା ବହି ପଢ଼ାପଢ଼ି କରି ସମୟ ବିତାଉଥିବାବେଳେ ଅପରାହ୍ନରେ ଫିଜିଓଥେରାପି (କାନ୍ଧର ଶକ୍ତି ବଢ଼ାଇବା ପାଇଁ ଷ୍ଟ୍ରେନ୍ଥ ଏକ୍ସରସାଇଜ୍‌) ଟ୍ରେନିଂ ସମ୍ପର୍କରେ ଆମକୁ ଯାହା ଶିଖା ଯାଇଥିଲା ତାହା ଅଭ୍ୟାସ କରୁଛି। ଟୁର୍ନାମେଣ୍ଟ ସମୟରେ ବାମ କାନ୍ଧରେ ଆଘାତ ପାଇଥିବାରୁ ମୁଁ ଚିକିତ୍ସା ପାଇଁ କଳିଙ୍ଗ ଷ୍ଟାଡିୟମରେ ଥିବା ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫରମାନ୍ସ ସେଣ୍ଟର(ଏବିଟିପି) ଯାଇଥିଲି। ତେଣୁ ଏବିଟିପିର ଡାକ୍ତର ଅନ୍‌ଲାଇନ୍‌ରେ ଯେଉଁ କୋର୍‌ ଟ୍ରେନିଂ କରାଇଥାଆନ୍ତି ସେହି ଅଭ୍ୟାସ ମୁଁ କରିିଥାଏ।ସନ୍ଧ୍ୟାରେ କମ୍ପ୍ୟୁଟରରେ କରାଟେର ପୁରୁଣା ଭିଡିଓ ଦେଖି ଟେକ୍ନିକ ସମ୍ପର୍କରେ ଜ୍ଞାନ ଆହରଣ କରୁଛି। ଅବସର ସମୟରେ ବହି (ୟୁ କ୍ୟାନ ୱିନ୍‌, ରିଚ୍‌ ଡାଡ୍‌-ପୁଅର ଡାଡ୍‌) ପଢ଼ୁଛି। ସବୁକିଛି ଚାଲିଥିଲେ ହେଁ ପ୍ରତି ମୁହୂର୍ତ୍ତରେ ଉତ୍କଳ କରାଟେ ସ୍କୁଲର ଅଭାବ ଅନୁଭବ ହେଉଛି। ସତେ ଯେପରି କେଉଁଠି ଫସିକି ରହିଯିବାପରି ଲାଗୁଛି ବୋଲି କହିଛନ୍ତି ଦିଲୀପ। ପୂର୍ବରୁ ପରିବାର ସହିତ ସମୟ କାଟିବା ସମ୍ଭବ ହେଉ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri