ଟ୍ରାନ୍ସଫର୍ମର ପୋଡି ୧୫ଦିନ ହେଲା ଜଳଯୋଗାଣ ବନ୍ଦ

ଜହ୍ନାପଙ୍କ,୧୯।୭(ଡି.ଏନ.ଏ.)-ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗରରେ ଟ୍ରାନ୍ସଫର୍ମର ପୋଡିଯିବାରୁ ୧୫ଦିନ ହେଲା ଜଳଯୋଗାଣ ବନ୍ଦ ରହିଛି । ଫଳରେ ଲୋକମାନେ ପାଣି ପାଇଁ ନାନା ଅସୁବିଧା ଭୋଗୁଛନ୍ତି ।
ଲକ୍ଷ୍ମୀପ୍ରସାଦ, ଚନ୍ଦ୍ରପୁର ଓ ବାଘପାଲି ଗାଁକୁ ଜଳଯୋଗାଣ ପାଇଁ ଚଣ୍ଡିତଳ ହୁଡାରେ ଏକ ଜଳଯୋଗାଣ ପ୍ରକଳ୍ପ ହୋଇଥିଲା। ଏହି ପ୍ରକଳ୍ପରୁ ନାରାୟଣ ନଗରବାସୀ ପାନୀୟ ଜଳ ପାଇଲେ କିନ୍ତୁ ଚନ୍ଦ୍ରପୁର ଓ ବାଗପାଲି ଗ୍ରାମକୁ ଜଳ ଯୋଗାଣ ହୋଇପାରିଲା ନାହିଁ । ଆବଶ୍ୟକତା ଦୃଷ୍ଟିିରୁ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଆଉ ଗୋଟିଏ ବୋରଓ୍ବେଲ ଖୋଳି ପୁଣି ଟ୍ରାନ୍ସଫର୍ମର ବସି ଦୁଇଟି ବୋରଓ୍ବେଲକୁ ଲପିଙ୍ଗ୍‌ କରାଯାଇ ଜଳଯୋଗାଣ ହେଲା । ପୁଣି ପାଣିର ପ୍ରେସର ରହୁ ନ ଥିବାରୁ ଓଭରହେଡ ଟାଙ୍କି ନିର୍ମାଣ କରାଗଲା । ମାତ୍ର ନାରାୟଣ ନଗରରେ ଥିବା ସମସ୍ତ ଟ୍ୟାପ୍‌ରୁ ପାଣିବାହାରିଲା ନାହିଁ । ଲୋକଙ୍କ କହିବା ମୁତାବକ ଘରକୁ ସଂଯୋଗ ନେଇଥିବା ଉପଭୋକ୍ତାମାନେ ପମ୍ପ ସାହାଯ୍ୟରେ ପାଣି ଉଠାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଅନ୍ୟପକ୍ଷେ ୧୫ଦିନ ତଳେ ଟ୍ରାନ୍ସଫର୍ମର ପୋଡିଯିବାରୁ ଜଳଯୋଗାଣ ବନ୍ଦ ରହିଛି । ଫଳରେ ଏଠାରେ ବସବାସ କରୁଥିବା ୨୦୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଜେଇ-୨ ସନ୍ତୋଷ ବେହେରାଙ୍କୁ ଯୋଗାଯୋଗ କରିବାରୁ ଇଲେକ୍ଟ୍ରି ଦାୟୁତ୍ୱ ଆମର ନୁହେଁ, ଏହା ଇଲେକ୍ଟ୍ରି ଡିପାଟମେଣ୍ଟର ବୋଲି କହିଥିଲେ । ସେହିପରି ୬୦ ହଜାର ଟଙ୍କା ବାକି ଅଛି । ଟଙ୍କା ଡିପୋଜିଟ୍‌ କଲେ ନୂଆ ଟ୍ରାନ୍ସଫର୍ମର ଦିଆଯିବ ବୋଲି ବାଉଁଶୁଣୀର କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ପ୍ରଧାନ କହିଥିଲେ । ତେବେ ଗ୍ରାମ୍ୟ ଜଳ ଯୋଗାଣ କମିଟି ସମ୍ପାଦକ ସୁଜିତ୍‌ ସାହୁଙ୍କୁ ପଚାରିବାରୁ ଉପଭୋକ୍ତାମାନେ ଟଙ୍କା ଦେଉ ନ ଥିବାରୁ ଡିପୋଜିଟ୍‌ ହୋଇପାରୁନାହିଁ ା ଦିନେ ଦୁଇ ଦିନ ମଧ୍ୟରେ ଆଦାୟ କରି ଡିପୋଜିଟ୍‌ କରିଦେବୁ ବୋଲି କହିଥିଲେ ା ଯେଉଁ ଉପଭୋକ୍ତା ଟଙ୍କା ନ ଦେବେ ତାଙ୍କ ସଂଯୋଗ କାଟି ଦିଆଯିବ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri