ଟ୍ରକରୁ ୫୦୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ବ୍ରହ୍ମପୁର ଅଫିସ,୧୨।୬- ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଗୋଇଲୁଣ୍ଡି ଛକରୁ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କରିଛି। ଟ୍ରକରେ ୨୦ଟି ଜରି ଅଖାରେ ୫୦୦ କେଜି ଗଞ୍ଜେଇ ଥିବା ଯାଞ୍ଚ ବେଳେ ଜଣାପଡ଼ିଛି। ଏହି ଘଟଣାରେ ଟ୍ରକ ଡ୍ରାଇଭର ଢେଙ୍କାନାଳ ଜିଲା ପରଜଙ୍ଗର ସୁଜନ କୁମାର ସାହୁ, ରବି ନାରାୟଣ ସାହୁ ଓ ଗଜପତି ଜିଲା ବିରିକୋଟ ଗ୍ରାମର କରୁଣ ନାୟକ ଓରଫ କାହ୍ନୁଙ୍କୁ ଗିରଫ କରାଯାଇଛି।
ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଗୋଇନ୍ଦା ଅଧିକାରୀ ଧୀରେନ କୁମାର ବେହେରା ସୂଚନା ଦେଇଛନ୍ତି। ମଙ୍ଗଳବାର ଗଜପତି ଜିଲା ଅଡବା ଅଞ୍ଚଳରୁ ବ୍ରହ୍ମପୁର ଦେଇ ବିହାରକୁ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ଗୋଇନ୍ଦା ଖବର ପାଇଥିଲା। ଗୋଇଲୁଣ୍ଡି ଛକରେ ଟ୍ରକ (ନଂ.ବିଆର୦୨ଜିଏ ୪୮୦୪)କୁ ଅଟକାଇ ଅବକାରୀ ଗୋଇନ୍ଦା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଯାଞ୍ଚ କରିବାରୁ ସେଥିରୁ ଗଞ୍ଜେଇ ମିଳିଥିଲା। ଏହା ବିହାର ଚାଲାଣ ହେଉଥିଲା ବୋଲି ଜେରା ପରେ ଅବକାରୀ ବିଭାଗ ଜାଣିବାକୁ ପାଇଛି। ଗଞ୍ଜେଇ ବ୍ୟବସାୟୀ ତଥା ଟ୍ରକ ମାଲିକ ବିହାରର ମୁକେଶ କେଆର ସିଂ ବିହାରରେ ରହି ଏହା ଅପରେଟିଙ୍ଗ କରୁଥିବା ଜଣାପଡିଛି। ମାମଲା ନଂ.୪୨/୧୯-୨୦ ଅନୁସାରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣାରେ ଅନ୍ୟ ଯେଉଁମାନେ ତଦନ୍ତ ପରିସରକୁ ଆସିବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଅବକାରୀ ଗୋଇନ୍ଦା ଅଧିକାରୀ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଆତଙ୍କ, ଥାନା ପଛପଟେ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମା ମାଡ଼

ଭଞ୍ଜନଗର,୨୨।୫(ବାବୁଲା ପ୍ରଧାନ): ରାଜ୍ୟରେ ଅପରାଧୀମାନେ ଖୋଲା ଖୋଲି ଭାବେ ଗୋଟିଏ ପରେ ଗୋଟିଏ ଅପରାଧ ଭିଆଇ ଚାଲିଛନ୍ତି । ଇତିମଧ୍ୟରେ ଗଞ୍ଜାମ ପୋଲିସ ଅପରାଧକୁ ଦମନ କରିବା…

ନରୱେର ରାଜଦମ୍ପତିଙ୍କୁ ଓଡ଼ିଶାର କଳାକୃତି ଉପହାର ଦେଲେ ମୋଦି

ନୂଆଦିଲ୍ଲୀ, ୨୨ା୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପାଞ୍ଚ ଦେଶ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ମହାରାଜା ହାରାଲ୍ଡ (୫ମ)ଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ମହାରାଜାଙ୍କୁ…

ଧାରଣା ଉଠିଲା, ଉଠିନାହିଁ ଧାନ: ପୁଣି ହୋଇପାରେ…

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ):ଚଳିତ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୦ଦିନ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ବିଭାଗୀୟ ଅବହେଳା ଯୋଗୁ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇ ଜିଲାର ଅନେକ ଚାଷୀ…

କଂସେଇଖାନା ଇଦ୍‌ର ଅଂଶ ନୁହେଁ : ହାଇକୋର୍ଟ

କୋଲକାତା,୨୨।୫: ଗୋହତ୍ୟା କୌଣସି ଧାର୍ମିକ ଉତ୍ସବର ଅଂଶ ହୋଇ ନ ପାରେ । ସର୍ବସାଧାରଣ ସ୍ଥାନରେ ପଶୁହତ୍ୟାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହି କଲିକାତା ହାଇକୋର୍ଟ ପଶ୍ଚିମବଙ୍ଗରେ…

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ତୈଳ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୮ ସୂତ୍ରୀ ନିର୍ଦ୍ଦେଶ, ଜୁନ୍ ପହିଲାରୁ ସରକାର…

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା): ସରକାରୀ ଅଧିକାରୀମାନେ ଏଣିକି ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଗଲାବେଳେ ବସ୍‌ କିମ୍ବା ରେଳରେ ଯିବେ। ଏହାସହିତ ଜୁନ୍‌ ପହିଲାରୁ ସରକାର କେବଳ ବୈଦ୍ୟୁତିକ ଯାନ(ଇଭି)…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri