Posted inଖେଳ

ଟେନିସକୁ ଶାରାପୋଭାଙ୍କ ଗୁଡ୍‌ବାଏ

ପ୍ୟାରିସ, ୨୭।୨ (ଏଏଫ୍‌ପି)- ରୁଷୀୟ ଲଳନା ତଥା ବିଶ୍ୱ ଟେନିସ ଜଗତର ଗ୍ଲାମରର୍ସ ଗର୍ଲ ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଥିବା ମାରିଆ ଶାରାପୋଭା ବୁଧବାର ଅବସର ଘୋଷଣା କରିଛନ୍ତି। ପାଞ୍ଚଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଶାରାପୋଭା ‘ଓ୍ବଗ୍‌ ଆଣ୍ଡ୍‌ ଭାନିଟୀ’ ମାଗାଜିନର ଏକ ଆର୍ଟିକିଲ୍‌ ‘ଟେନିସ- ଆଇ ଆମ୍‌ ସେୟିଂ ଗୁଡ୍‌ବାଏ’ ରେ ଅବସର ନେଇ ଉଲ୍ଲେଖ କରିଛନ୍ତି। ‘୨୮ ବର୍ଷ ଓ ୫ ଗ୍ରାଣ୍ଡସ୍ଲାମ ଜିତି ସାରିବା ପରେ ମୁଁ ଆଉ ଏକ ପାହାଡ଼ ମାପିବାକୁ ପ୍ରସ୍ତୁତ ରହିଛି’ ବୋଲି ଶାରାପୋଭା ଏହି ଆର୍ଟିକିଲରେ କହିଛନ୍ତି।
ରୁଷୀୟ ସୁନ୍ଦରୀ ୨୦୦୪ରେ ମାତ୍ର ୧୭ ବର୍ଷ ବୟସରେ ସେରେନା ଓ୍ବିଲିୟମ୍ସଙ୍କୁ ହରାଇ ଓ୍ବିମ୍ବେଲଡନ ଟାଇଟଲ୍‌ ଜିତି ବିଶ୍ୱ ଟେନିସରେ ଚର୍ଚ୍ଚାର ପରିଧିକୁ ଆସିଥିଲେ। ଏହାପରେ ୨୦୧୨ରେ ସେ ଫ୍ରେଞ୍ଚ୍‌ ଓପନ୍‌ରେ ଚାମ୍ପିୟନ ହୋଇ କ୍ୟାରିୟରସ୍ଲାମ ପୂରଣ କରିଥିଲେ। ୨୦୧୬ରେ ଡୋପ୍‌ ଟେଷ୍ଟରେ ବିଫଳ ହୋଇ ୧୫ ମାସ ପାଇଁ ଟେନିସରୁ ବାସନ୍ଦ ହେବା ପୂର୍ବରୁ ବିଶ୍ୱର ଏହି ପୂର୍ବତନ ଏକ ନମ୍ବର ଖେଳାଳି ମୋଟ୍‌ ୫ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତି ସାରିଥିଲେ। ୩୨ ବର୍ଷୀୟା ଏହି ଟେନିସ ଗ୍ଲାମର ଗର୍ଲ ଏହାପରେ ଟେନିସକୁ ୨୦୧୭ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ କାନ୍ଧରେ ଆଘାତଜନିତ ସମସ୍ୟା ପାଇଁ ବେଶ୍‌ ସଂଘର୍ଷ କରିଥିଲେ। ଯାହାକି ତାଙ୍କ ପ୍ରଦର୍ଶନରେ ପ୍ରଭାବ ପକାଇଥିଲା। ଗତବର୍ଷ ସେ ଓ୍ବିମ୍ବେଲଡନ, ୟୁଏସ୍‌ ଓପନ୍‌ ଓ ନିକଟରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ବିଶ୍ୱ ମହିଳା ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ସେ ବର୍ତ୍ତମାନ ୩୭୩ତମ ସ୍ଥାନରେ ରହିଛନ୍ତି।
୪ ର୍ଷରେ ର଼୍ୟାକେଟ୍‌ ଧରିଲେ-
ସର୍ବିୟା-ଜନ୍ମିତ ଶାରାପୋଭା ମାତ୍ର ୪ ବର୍ଷ ବୟସରେ ର଼୍ୟାକେଟ୍‌ ଧରିଥିଲେ। ରୁଷିଆ ସହର ସୋଚିଠାରେ ତାଙ୍କ ପରିବାର ରହୁଥିବାରୁ ସେଠାରେ ହିଁ ସେ ପ୍ରଥମେ ଖେଳିବା ଆରମ୍ଭ କରିଥିଲେ। ୨୦୦୧ରେ ସେ ବିଧିବଦ୍ଧ ଭାବେ ଡବ୍ଲ୍ୟୁଟିଏ ଟୁର୍‌ ମ୍ୟାଚ୍‌ ଖେଳିଥିଲେ। ଏକାମାତ୍ର ରୁଷିଆ ଖେଳାଳି ଭାବେ ଶାରାପୋଭା କ୍ୟାରିୟରସ୍ଲାମ ହାସଲ କରିଥିଲେ। ସେହିଭଳି ତାଙ୍କ ନାମରେ ମଧ୍ୟ ଅଲିମ୍ପିକ ପଦକ ରହିଛି। ୨୦୧୨ ଅଲିମ୍ପିକରେ ସେ ରୌପ୍ୟ ପଦକ ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ମଡେଲିଂ କ୍ଷେତ୍ରରେ ମଧ୍ୟ ସେ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ସେହିଭଳି ନାଇକ୍‌, ପ୍ରିନ୍ସ, କ୍ୟାନନ ଭଳି ନାମିଦାମୀ କମ୍ପାନୀ ପାଇଁ ପ୍ରଚାର କରିଛନ୍ତି। ୨୦୦୫ରେ ୟୁଏସ୍‌ ଓପନ୍‌ ଜିତିବା ପରେ ଶାରାପୋଭା ବିଶ୍ୱର ଏକ ନମ୍ବର ମାନ୍ୟତା ଲାଭ କରିଥିଲେ। ୨୧ ସପ୍ତାହ ଧରି ସେ ଏହି ସ୍ଥାନରେ ରହିଥିଲେ।
ପ୍ରତିଦିନ ଏହାକୁ ମିସ୍‌ କରିବି
‘ଟେନିସ ହେଉଛି ମୋ ଜୀବନ ଏବଂ ମୋ ଜୀବନ ମଧ୍ୟ ଟେନିସ। ମୁଁ ଏହାକୁ ପ୍ରତିଦିନ ମିସ୍‌ କରିବି। ମୋ ନିତିଦିନିଆ ଦିନଚର୍ଯ୍ୟା , ସକାଳୁ ଉଠିବା, ବାମପଟ ପୂର୍ବରୁ ଡାହାଣ ପଟ ଜୋତା ପିନ୍ଧିବା, ଦିନର ପ୍ରଥମ ସର୍ଭିସ କରିବା ପୂର୍ବରୁ କୋଟ୍‌ କବାଟ ବନ୍ଦ କରିବା ଇତ୍ୟାଦି ମଧ୍ୟ ମିସ୍‌ କରିବି’ ବୋଲି ଶାରାପୋଭା ତାଙ୍କ ଅବସର ମେସେଜରେ ଉଲ୍ଳେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri