ଟୁଇଟ୍‌ ପରେ ପ୍ରବାସୀ ଶ୍ରମିକଙ୍କୁ ମିଳିଲା ଆଶ୍ରୟ

ବରଗଡ଼ ଅଫିସ,୬ା୫: ଝାଡ଼ଖଣ୍ଡରୁ ଅତାବିରାରେ ମଙ୍ଗଳବାର ପହଞ୍ଚିଥିବା ଏକ ପ୍ରବାସୀ ଶ୍ରମିକ ପରିବାର ଆଶ୍ରୟ ଟିକିଏ ପାଇଁ ବାରଓଳି ଶୁଣ୍ଢିପିଣ୍ଡା ହୋଇଥିଲେ। ସେମାନେ ପୂର୍ବରୁ ଏକ ଘରଭଡ଼ା ନେଇଥିଲେ ସୁଦ୍ଧା ଘରମାଲିକ ସେମାନଙ୍କୁ ରଖିବାକୁ ମନା କରି ଦେଇଥିଲେ। ସେହିପରି ସ୍ଥାନୀୟ ପୋଲିସ, ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ବେ ସେମାନଙ୍କୁ କିଛି ସୁଫଳ ମିଳି ନ ଥିଲା। ଫଳରେ ସେମାନେ ରାସ୍ତାପାର୍ଶ୍ୱରେ ଏବଂ ଏକ ମନ୍ଦିର ସମ୍ମୁଖରେ ଦୀର୍ଘ ସମୟ ଧରି ଖୋଲା ଆକାଶତଳେ ରହିଥିଲେ। ଏ ନେଇ ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସାମାଜିକ କର୍ମୀ ଦୀପା ବାରିକ ବରଗଡ଼ ଜିଲାପାଳଙ୍କୁ ଫୋନ୍‌ କରି ଜଣାଇଥିଲେ । ତଥାପି କୌଣସି ସନ୍ତୋଷଜନକ ଉତ୍ତର ନ ପାଇ ଦୀପା ମୁଖ୍ୟମନ୍ତ୍ରୀ, ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ପ୍ରଦୀପ ଜେନା ପ୍ରମୁଖଙ୍କୁ ଟୁଇଟ୍‌ କରି ନିଜର କ୍ଷୋଭ ପ୍ରକାଶ ସହିତ ସମ୍ପୃକ୍ତ ପ୍ରବାସୀ ଶ୍ରମିକଙ୍କୁ ଆଶ୍ରୟ ଦେବାକୁ ନିବେଦନ କରିଥିଲେ। ଏହାପରେ ଏସ୍‌ଆରସି ତତ୍କାଳ ବରଗଡ଼ ଜିଲାପାଳଙ୍କୁ ସେହି ପ୍ରବାସୀ ଶ୍ରମିକଙ୍କୁ ଆଶ୍ରୟ ଦେବା ବ୍ୟବସ୍ଥା କରିବା ସହିତ ବୁଧବାର ସୁଦ୍ଧା ସେ ନେଇ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସମ୍ପୃକ୍ତ ପ୍ରବାସୀ ଶ୍ରମିକଙ୍କୁ ଲାଦେରପାଲିର ଏକ ଘରେ ରାତାରାତି ଆଶ୍ରୟ ଦିଆଯାଇଥିଲା। ଏସ୍‌ଆରସିଙ୍କ ଏଭଳି ତ୍ୱରିତ୍‌ ପଦକ୍ଷେପ ଯୋଗୁ ମଙ୍ଗଳବାର ରାତ୍ରିରେ ହୋଇଥିବା ଝଡ଼ବର୍ଷା, ବଜ୍ରପାତରୁ ଏହି ପ୍ରବାସୀ ପରିବାର ରକ୍ଷା ପାଇଯାଇ ଥିବାବେଳେ ଏଥିପାଇଁ ସାମାଜିକ କର୍ମୀ ଦୀପା ଏସ୍‌ଆରସି ଜେନାଙ୍କୁ ଅନ୍ୟ ଏକ ଟୁଇଟ୍‌ରେ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri