Posted inଖେଳ

ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍‌ ହେବାକୁ ଚାହାନ୍ତି ଅଖତାର

ନୂଆଦିଲ୍ଲୀ,୫।୫ (ପି.ଟି.): ଶେଷରେ ଭାରତୀୟ କ୍ରିକେଟ ଦଳର ବୋଲିଂ କୋଚ୍‌ ହେବାକୁ ଇଛାପ୍ରକାଶ କରିଛନ୍ତି ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର। ଯଦି ପ୍ରସ୍ତାବ ମିଳେ ତାହାଲେ ଭାରତର ବୋଲିଂ କୋଚ୍‌ ବୋକୁ ପିଛାଇବି ନାହିଁ ବୋଲି ସେ କହିଛନ୍ତି। ସୁଯୋଗ ମିଳିଲେ ଭାରତରେ ଅଧିକରୁ ଅଧିକ ଆକ୍ରମଣାତ୍ମକ, ଦ୍ରୁତ ବୋଲର ସୃଷ୍ଟି କରିପାରିବି ବୋଲି ସେ କହିଛନ୍ତି। ସୋସିଆଲ ନେଟଓ୍ବର୍କିଂ ଆପ୍‌ ‘ହେଲୋ’ରେ ଏକ ସାକ୍ଷାତକାର ଦେବା ଅବସରରେ ସେ ଏହି କଥା କହିଛନ୍ତି। ଏବେ ଭରତ ଅରୁଣ ଭାରତର ବୋଲିଂ କୋଚ୍‌ ରୂପେ ଦାୟିତ୍ୱ ତୁଲାଇଛନ୍ତି। ଭାରତୀୟ ବୋଲିଂ ବିଭାଗ ସହିତ ଜଡିତ ହେବାକୁ ଇଛା ଅଛି ଥିବା ନେଇ ପ୍ରଶ୍ନ ହେବାରୁ ସେ ଏହି କଥା କହିଛନ୍ତି।

ପ୍ରସ୍ତାବ ମିଳିଲେ ନିଶ୍ଚିୟ ଭାରତ ପାଇଁ କାର୍ଯ୍ୟ କରିବି। ବୋଲିଂ ସମ୍ପର୍କିତ ଜ୍ଞାନ ପ୍ରଚାର ଓ ପ୍ରାସର କରିବା ମୋର କାମ। ଯାହା ମୁଁ ଶିକ୍ଷା କରିଛି ତାହାକୁ ଅନ୍ୟାମାନଙ୍କୁ ବାଣ୍ଟିବି ଓ ଏହାର ପ୍ରଚାର କରିବି ଓ ଏବେକାର ବୋଲରଙ୍କଠାରୁ ଆହରୁ ଦକ୍ଷ ବୋଲର ସୃଷ୍ଟି କରିପାରିବି ବୋଲି ସେ କହିଛନ୍ତି। ଯୁବ କ୍ରିକେଟମାନଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟିବାକୁ ସବୁବେଳେ ଆଗ୍ରହି ଅଛି। କେବଳ ସେତିକି ନୁହଁ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପ୍ରାଞ୍ଚାଇଜ୍‌ କୋଲକାତା ନାଇଟ୍‌ ରାଇଡର୍ସର ମଧ୍ୟ କୋଚ୍‌ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ପୂର୍ବରୁ ଆଇପିଏଲର ପ୍ରାରମ୍ଭିକ ସଂସ୍କରଣରେ ସେ କୋଲକାତା ତରଫରୁ ଖେଳିଥିଲେ।

୧୯୯୮ ସିରିଜ ଅବସରରେ ଅଖତାର କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ସହ କଥାବାର୍ତ୍ତା କରିଥିଲେ। ଏବେ ଏ ନେଇ ସେ ନିଜର ମତ ରଖିଛନ୍ତି। ସଚିନଙ୍କୁ ଅଗରୁ ଦେଖିଥିଲି। ତେବେ ସେ ମହାନ ବ୍ୟକ୍ତି ବୋଲି ଜାଣି ନ ଥିଲି। ତେବେ ଚେନ୍ନାଇରେ ସଚିନଙ୍କୁ ଭାରତରେ ଭଗବାନଙ୍କ ଭଳି ସମ୍ମାନ କରାଯାଏ ବୋଲି ଜାଣିବାକୁ ପାଇଥିଲି। ସଚିନ ମୋର ଜଣେ ଭଲ ବନ୍ଧୁ। ୧୯୯୮ରେ ବହୁତ ଦ୍ରୁତ ଗତିରେ ବୋଲିଂ କରିଥାଏ। ସେତେବେଳେ ଭାରତୀୟ ପ୍ରଶଂସକ ମୋତେ ଚିୟର କରିଥିଲେ। ଭାରତରେ ମୋର ଫ୍ୟାନ ଫଲୋଇଙ୍ଗ୍‌ ଅଛି ଓ ଏଠାରେ ମୋର ଅଧିକ ପ୍ରଶଂସକ ରହିଛନ୍ତି ବୋଲି ଅଖତାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri