ଟାଟା ଷ୍ଟିଲ୍‌ ଓଏମ୍‌କ୍ୟୁ ବିଭାଗ ପକ୍ଷରୁ ଡେଙ୍ଗୁ ସଚେତନତା : ଗଡ଼ିଲା ସୂଚନା ରଥ

ଯୋଡ଼ା,୨୪।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ଟାଟା ଷ୍ଟିଲ ଓଏମ୍‌କ୍ୟୁ ବିଭାଗ ପକ୍ଷରୁ ବୁଧବାର ଡେଙ୍ଗୁ ସଚେତନତା କରାଯାଇଛି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଯୋଡ଼ା ପଶ୍ଚିମ ପ୍ରେକ୍ଷାଳୟରେ ୧ ମାସ ଧରି ଏହି ଅଭିଯାନ ହେବା ନେଇ ଯୋଜନା ହୋଇଛି । ବଡ଼ବିଲ ତହସିଲ୍‌ଦାର ତଥା ଯୋଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଦାୟିତ୍ୱରେ ଥିବା କ୍ଷୀରୋଦ କୁମାର ବେହେରା, ଟାଟା ଷ୍ଟିଲ ଖଣ୍ଡବନ୍ଧ ମୁଖ୍ୟ ଶିରିଶ ଶେଖର, ଟାଟା ଷ୍ଟିଲ ଯୋଡ଼ା ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଏ.କେ. ରଏ, ଟାଟା ଷ୍ଟିଲ ଓଏମ୍‌କ୍ୟୁ ବିଭାଗ ମୁଖ୍ୟ ଅନିଲ ଓରନ୍‌, ଟାଟା ଷ୍ଟିଲ ଓଏମ୍‌କ୍ୟୁ ଖଣ୍ଡବନ୍ଧ ପ୍ରକଳ୍ପ ଭୂମି ଓ ଲିଜ୍‌ ବିଭାଗ ବରିଷ୍ଠ ପ୍ରବନ୍ଧକ ଏସ୍‌.ପି. ସିଂହଙ୍କ ଉପସ୍ଥିତିରେ ଉକ୍ତ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଥିଲା।
ଏହାସହିତ ମ୍ୟାଲେରିଆ ଓ ପାଣିରୁ ସଂକ୍ରମିତ ଅନ୍ୟ ରୋଗର ନିରାକରଣ ପାଇଁ ଉକ୍ତ ଅଭିଯାନରେ ଗୁରୁତ୍ୱ ଦିଆଯାଇଛି। ଏକ ମାସ ଧରି ହେବାକୁ ଥିବା ଉକ୍ତ ଅଭିଯାନ ଅନ୍ତର୍ଗତ ଯୋଡ଼ା ପୌରପାଳିକା ପାର୍ଶ୍ୱବର୍ତ୍ତୀ ୫୦ ଗ୍ରାମରେ ସୂଚନା ରଥ ସହଯୋଗରେ ଲୋକମାନଙ୍କୁ ସଚେତନ କରାଯିବା ସହିତ ସୂଚନା ପୁସ୍ତିକା ବଣ୍ଟନ କରାଯିବ। ଡାକବାଜି ଯନ୍ତ୍ର, ସ୍ଥାନୀୟ ଅଞ୍ଚଳରେ ଫଗିଂ, ୨୮ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯିବ .େବାଲି ସୂଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ନାରେ ସୁନାଚେନ୍ ଲୁଟ ଘଟଣା, ଗିରଫ ହେଲେ ଦୁଇ ଆନ୍ତଃ ରାଜ୍ୟ ଲୁଟେରା

ବଲାଙ୍ଗୀର, ୨୯|୧୨ – (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡା ଠାରେ ଗତ ୨୨ ତାରିଖ ଦିନ ସଫେଇ ନାଁରେ ସୁନା ଚେନ୍ ଲୁଟି...

Silver Prices Crash: ରୂପା ଦରରେ ବଡ଼ ହ୍ରାସ, ୧ ଘଣ୍ଟାରେ ହ୍ରାସ ପାଇଲା ୨୧ହଜାର ୫୦୦ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ସୋମବାର ରୂପା ମୂଲ୍ୟରେ ଏପରି ନାଟକ ଦେଖାଗଲା ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସକାଳେ ଇତିହାସ ସୃଷ୍ଟି କରିଥିବା ରୂପା କିଲୋଗ୍ରାମ ପିଛା...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ତପ୍ତପାଣି ଘାଟିରେ ଦୁର୍ଘଟଣା: କାର ଉପରେ ଓଲଟି ପଡ଼ିଲା କାଜୁ ବୋଝେଇ ଟ୍ରକ୍, ତାପରେ…

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ଗାଁ ନିକଟ ମୁଖ୍ୟରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ପ୍ରାୟ ୧...

ନକଲି ବିଦେଶୀ ମଦ କାରାଖାନା ଠାବ, ନାମୀଦାମୀ କମ୍ପାନୀର ନକଲି ମଦ ଜବତ

କୋଟପାଡ଼ (ରାଜଶେଖର ),୨୯ା୧୨: କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି । ରବିବାର ରାତିରେ ଅବକାରୀ ବିଭାଗ କର୍ମଚାରୀ...

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରଣ, ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ବିଜେଡି….

ଭୁବନେଶ୍ୱର,୨୯ା୧୨: ପୁଣି ଅସନ୍ତୋଷ ଝାଡିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର । ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍‌ କୋ’କୁ ଟାର୍ଗେଟ୍‌ କରିଛନ୍ତି । କାହିଁକି...

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri